୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ପୁରୁଷୋତ୍ତମପୁର,୫।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ରାଜନୈତିକ ଉଷ୍ନତା ଦିନକୁଦିନ ତିବ୍ରତର ହେବାରେ ଲାଗିଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଉପାଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୯ ଜଣ କାଉନସିଲର ସୋମବାର ଜିଲାପାଳ ଦିବ୍ଯଜ୍ଯୋତି ପରିଡାଙ୍କ ଠାରେ ଫେରାଦ ହୋଇ ଅନାସ୍ଥା ପ୍ରସ୍ତାବ ଲାଗି ଦାବୀ ପତ୍ର ପ୍ରଦାନ କରିଥିଲେ।

ଏହାକୁ ନେଇ ଜିଲାପାଳ ବିଚାର ବିମର୍ସ କରି ଆସନ୍ତା ୧୨ ତାରିଖରେ ଆସ୍ଥା ଭୋଟ ଲାଗି ଅଧ୍ୟକ୍ଷା ଓ ୧୩ ଜଣ କାଉନସିଲରଙ୍କୁ ଗୁରବାର ନୋଟିସ ଜାରି କରିଥିବା ବେଳେ ଏହି ଆସ୍ଥା ଭୋଟକୁ ପରିଚାଳନା କରିବା ଲାଗି ଛତ୍ରପୁର ଉପ ଜିଲାପାଳ ଦେବଦତ୍ତ ମହନ୍ତଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିଛନ୍ତି। ଆସ୍ଥାଭୋଟ ଲାଗି ସକାଳ ୧୧ ଘଣ୍ଟ ସମୟ ନିର୍ଦ୍ଧାରିତ ହୋଇଥିବା ଏନଏସି ନିର୍ବାହି ଅଧିକାରୀ ଗୋବିନ୍ଦ ଡନସେନା କହିଛନ୍ତି।

ଫଳରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ ଆସ୍ଥା ଭୋଟର ସମ୍ମୁଖୀନ ହେବା ସ୍ପଷ୍ଟ ହୋଇ ପଡିଛି। ଅଧ୍ୟକ୍ଷାଙ୍କୁ ନିଶ୍ଚିତ ଭାବରେ ଗାଦିତ୍ଯୁତ କରିବା ଲକ୍ଷରେ ଉପାଧ୍ୟକ୍ଷ ଓ ୮ ଜଣ କାଉନସିଲର ଏକତ୍ର ହୋଇ ୬ ଦିନହେଲା ଅଜ୍ଞାତ ବାସରେ ରହିଥିବା ବେଳେ ଅଧ୍ୟକ୍ଷା ମଧ୍ଯ କିପରି ପଦ ବଜାୟ ରଖିବେ ସେଥିନେଇ ଆପ୍ରାଣ ଉଦ୍ଯମ କରିବାରେ ଲାଗିପଡିଛନ୍ତି। ଏହାକୁ ନେଇ ସହରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri