ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀଙ୍କୁ ଓମିକ୍ରନ୍‌

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି କରୋନାର ଶିକାର ହେଉଛନ୍ତି। ଏବେ ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜାନେ ଖାନଙ୍କୁ ମଧ୍ୟ ମହାମାରୀ କବଳିତ କରିଛି। ସେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ସୋମବାର ରାତିରେ ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିଲା। ‘ସୁରକ୍ଷିତ ରୁହନ୍ତୁ ଆଉ ଧ୍ୟାନ ରଖନ୍ତୁ। ଏହା ବେଶ ସଂକ୍ରାମକ ବୋଲି ସୁଜାନେ ତାଙ୍କ ପୋଷ୍ଟରେ ଲେଖିଛନ୍ତି’।
ସୁଜାନେ ଦିନକ ପୂର୍ବରୁ ତାଙ୍କ ପୂର୍ବତନ ସ୍ବାମୀ ହ୍ରିତିକ୍‌ଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ସେ ତାଙ୍କ ପୁଅ ସହ ହ୍ରିତିକଙ୍କ ଏକ ସୁନ୍ଦର ଭିଡିଓ ମଧ୍ୟ ଶେୟାର କରି ତାଙ୍କୁ ‘ସବୁଠାରୁ ଭଲ ବାପା’ ବୋଲି କହି ସମ୍ବୋଧିତ କରିଥିଲେ। ହ୍ରିତିକ ଓ ସୁଜେନ ଛାଡପତ୍ର ପରେ ଅଲଗା ହୋଇଯାଇଛନ୍ତି ସତ କିନ୍ତୁ ଦୁହେଁ ଆଜି ମଧ୍ୟ ଭଲ ବନ୍ଧୁ ଅଟନ୍ତି।

Share