Posted inUncategorized

ଓମ୍‌ ପ୍ରାର୍ଥନା

ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦ

ଓମ୍‌ ସୃଷ୍ଟିର ଆଦି ବାଣୀ। ଯୋଗ ଦର୍ଶନ କହନ୍ତି, ‘ତସ୍ୟ ବାଚକଃ ପ୍ରଣବଃ।’
ଅର୍ଥାତ୍‌ ଈଶ୍ୱରଙ୍କ ମୁଖ୍ୟ ନାମ ଓମ୍‌।
ଓମ୍‌କୁ ପ୍ରଣବ କୁହାଯାଏ। ଓମ୍‌ ତିନି ଗୋଟି ଅକ୍ଷରର ସମାହାର। ତିନି ଗୋଟି ଅକ୍ଷର ହେଲେ- ଅ, ‘ଉ’, ‘ମ’। ଓମ୍‌ର ମୁଖ୍ୟ ଅର୍ଥ ‘ସର୍ବରକ୍ଷକ’। ଅବତି ଇତି ଓମ୍‌ -ଏହାର ଶାସ୍ତ୍ରୀୟ ପ୍ରମାଣ। ଏହାଛଡ଼ା ତିନି ଗୋଟି ଅକ୍ଷରର ଅର୍ଥ- ଅ= ସୃଷ୍ଟି କର୍ତ୍ତା, ଉ= ପାଳନ କର୍ତ୍ତା ଏବଂ ମ= ପ୍ରଳୟ କର୍ତ୍ତା। ଓମ୍‌ ମଣିଷର ଚେତନା ସ୍ତରକୁ ଦିବ୍ୟତାରେ ପରିପୂର୍ଣ୍ଣ କରୁଥବା ଯୋଗୁ ଓମ୍‌କୁ ଏକାକ୍ଷରୀ ଗାୟତ୍ରୀ ମଧ୍ୟ କୁହାଯାଏ। ଏହି ଏକାକ୍ଷରୀ ଓମ୍‌ ମନ୍ତ୍ର ମାଧ୍ୟମରେ ପରମାତ୍ମାଙ୍କୁ ପ୍ରାର୍ଥନା ଉପାସନା କରାଯାଏ। ଓମ୍‌ ଜପ ବା ଧ୍ୟାନ ବେଳେ ପରମାତ୍ମାଙ୍କ ଗୁଣ, କର୍ମ, ଚିନ୍ତନ କରାଯାଏ। ଈଶ୍ୱରଙ୍କ ଅନନ୍ତ ଗୁଣ କର୍ମ ଧ୍ୟାନ ବାସ୍ତବ ଉପାସନା । ଏହି ଆଦି ମନ୍ତ୍ର ଓମ୍‌ ବୈଶ୍ୱିକ ଧ୍ୱନି ବା ବ୍ରହ୍ମାଣୀୟ ଧ୍ୱନି ନାମରେ ସର୍ବ ବିଦିତ।
ବର୍ତ୍ତମାନ ଓମ୍‌ ଉପାସନାର ଏକ ପ୍ରଣାଳୀ ଉଦାହରଣ ସ୍ବରୂପ ଉଳ୍ଲେଖ କରାଗଲା। ପ୍ରଭାତ ସମୟରେ ଶୌଚ ସ୍ନାନ ଶେଷ କରି ଯେ କୌଣସି ସହଜ ଆସନରେ ବସନ୍ତୁ। ଏହା ପରେ ପ୍ରତ୍ୟେକ ଶ୍ୱାସ କ୍ରିୟା ବେଳେ ଅର୍ଥାତ ପ୍ରାଣବାୟୁ ଗ୍ରହଣ କରି ପୁନଶ୍ଚ ବାୟୁ ବାହାରକୁ ଛାଡ଼ିବା ସମୟରେ କେବଳ ଥରେ ମାତ୍ର ଦୀର୍ଘ ଓ ଉଚ୍ଚ ସ୍ବରରେ ଓମ୍‌ ଗାନ କରନ୍ତୁ। ଏହି କ୍ରମରେ ଆନୁମାନିକ ୧୦-୧୫ ଥର ବାଚନିକ ଗାନ କଲାପରେ ମନେ ମନେ ଗାନ କରାଯାଏ। ଓମ୍‌ର ମାନସ ଜପ ବେଳେ ଈଶ୍ୱରଙ୍କ ଗୁଣ ଓ କର୍ମ ନିମ୍ନମତେ ଚିନ୍ତନ କରାଯାଏ। ‘ହେ ସର୍ବବ୍ୟାପୀ ସର୍ବ ରକ୍ଷକ, ସର୍ବଜ୍ଞ ସଚ୍ଚିଦାନନ୍ଦ ପ୍ରଭୋ! ଆପଣ ଆମର ପ୍ରାଣଦାତା, ସର୍ବ ଦୁଃଖ ବିନାଶକ, ସର୍ବ ସୁଖ ପ୍ରଦାୟକ ।
ଆମର ଜୀବନ ରକ୍ଷା ଲାଗି ଜଳ, ବାୟୁ, ଅଗ୍ନି, ଖାଦ୍ୟଶସ୍ୟ ଓ ବୃକ୍ଷ ବନସ୍ପତି ଜଗତ ଇତ୍ୟାଦି ସୃଷ୍ଟି କରିଛନ୍ତି। ବେଦ ଜ୍ଞାନ ଦାନ କରି ଆପଣ ଆମର ଅଜ୍ଞାନ ଅନ୍ଧକାର ଦୂର କରିଛନ୍ତି। ଆପଣଙ୍କୁ କୋଟି କୋଟି ଧନ୍ୟବାଦ ସହ ଚିର କୃତଜ୍ଞ ରହୁଛୁ। ଆପଣ ଆମର ସମସ୍ତ ଦୁଃଖ ଦୂରିତ, ଦୋଷ ଦୁର୍ଗୁଣ ଦୂର କରି ଆମର ଶରୀର ମନ ବଚନକୁ ଶୁଦ୍ଧ ପବିତ୍ର କରନ୍ତୁ।
ଆମେ ଯେପରି ମନରେ ସତ ଚିନ୍ତନ କରିବୁ, ବଚନରେ ସର୍ବଦା ସତ୍ୟ ରକ୍ଷା କରିବୁ ସେଥିପାଇଁ ଆମକୁ ସଦ୍‌ବୃଦ୍ଧି ଓ ସଦ୍‌ଜ୍ଞାନ ପ୍ରବାନ କରନ୍ତୁ।
ଉପନିଷଦ କହନ୍ତି- ‘ପ୍ରଣବଃ ଧନୁଃ ଶରୋହ୍ୟାତ୍ମା ବ୍ରହ୍ମ ତତ୍‌ ଲକ୍ଷ ମ୍ୟୁଚତେ’। ଅର୍ଥାତ୍‌ ଓମ୍‌ ହେଉଛି ଧନୁ, ଆତ୍ମା ଏହି ଧନୁର ଶର ।
ମୋର ଜୀବାତ୍ମା ରୂପକ ଶରର ଲକ୍ଷ୍ୟ ସ୍ବୟଂ ବ୍ରହ୍ମ ବା ପରମାତ୍ମା । ଏହି ଭଳି ଏକାଗ୍ରତା ସହ ଓମ୍‌ ପ୍ରାର୍ଥନା କରିବା ଉଚିତ। ଏକାଗ୍ରତା ଉପରେ ପ୍ରାର୍ଥନାରେ ସଫଳତା ନିର୍ଭର କରେ। ଏଠାରେ ଅନ୍ୟ ଏକ ଏକାଗ୍ରତାର ଉଦାହରଣ: ଥରେ ଗୁରୁ ଦ୍ରୋଣ ତାଙ୍କର ଶିଷ୍ୟମାନଙ୍କର ଧନୁର୍ବିଦ୍ୟା ପରୀକ୍ଷା କଲେ। ଗଛ ଉପରେ ମାଟିର ପକ୍ଷୀଟିଏ ରଖାଗଲା। ପକ୍ଷୀର ଆଖିରେ ଶର ବିନ୍ଧିବା ଥିଲା ପରୀକ୍ଷା। ଲାଖ ବିନ୍ଧା ବେଳେ ଦ୍ରୋଣ ଜଣ ଜଣଙ୍କୁ ପଚାରିଲେ- କ’ଣ ଦେଖୁଛ? ପ୍ରତ୍ୟେକେ କହିଲେ ପକ୍ଷୀ, ଗଛ, ପତ୍ର, ଶାଖାର ଇତ୍ୟାଦି। କିନ୍ତୁ ଯେତେବେଳେ ଅର୍ଜୁନ ଶର ବିନ୍ଧିବା ପାଇଁ ପ୍ରସ୍ତୁତ ହେଲେ ଦ୍ରୋଣ ପୂର୍ବ ପ୍ରଶ୍ନ ପଚାରନ୍ତେ ଅର୍ଜୁନ କହିଲେ, ସେ କେବଳ ପକ୍ଷୀର ଆଖି ଦେଖିପାରୁଛନ୍ତି। ସେହି ପରୀକ୍ଷାରେ ଜଣେ ମାତ୍ର ଶିଷ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ହେଉଛନ୍ତି ଅର୍ଜୁନ।
ଧ୍ୟାନ ବେଳେ ପରମାତ୍ମାଙ୍କ ସ୍ବରୂପ (ଗୁଣ, କର୍ମ) ଚିନ୍ତନ କରୁ କରୁ ଯେତେବେଳେ ଧ୍ୟାନ ଗାଢ଼ ହୋଇଯାଏ ସେତେବେଳେ ଆପେ ଆପେ ଓମ୍‌ ଜପ ବନ୍ଦ ହୋଇଯାଏ। ଏତିକି ବେଳେ ପରମାତ୍ମାଙ୍କ ସହ ଜୀବାତ୍ମାର ଏକାତ୍ମ ବୋଧ ଅବସ୍ଥା ଆସିଯାଇ ଥିବାରୁ ଧ୍ୟାନ କର୍ତ୍ତା ଆଧ୍ୟାତ୍ମିକ ଉଲ୍ଲାସରେ ଶିହରିତ ହୋଇଉଠେ। ଚକ୍ଷୁରୁ ଅବିଶ୍ରାନ୍ତ ଅଶ୍ରୁପାତ ହୁଏ। ପ୍ରଭୁଙ୍କ ପାଇଁ ହୃଦୟ ବ୍ୟାକୁଳ ହୋଇଉଠେ। ଧ୍ୟାନକର୍ତ୍ତାଙ୍କ ବାହ୍ୟ ଜ୍ଞାନ ଶୂନ୍ୟ ହୁଏ। ଓମ୍‌ ପ୍ରାର୍ଥନା ପରମ ପିତା ପରମାତ୍ମାଙ୍କ ସହ ଆତ୍ମାକୁ ଯୋଗ କରିବାର ଏକ ସର୍ବୋତ୍କୃଷ୍ଟ ମାଧ୍ୟମ। ଏହି ପ୍ରାର୍ଥନା ଉପାସନା ଦ୍ୱାରା ଯେ କୌଣସି ବ୍ୟକ୍ତି ସ୍ବୟଂର ଅନ୍ତଃ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରି ଅସାଧାରଣ ଦୈବ୍ୟଶକ୍ତିର ଅଧିକାରୀ ହୋଇଥାଏ। ଏମାନଙ୍କ ବିଶ୍ୱ ବିସ୍ମୟ ପ୍ରଜ୍ଞା ସର୍ବଦା ଜାଜ୍ଜ୍ୱଲ୍ୟମାନ ହୋଇ ରହିଥାଏ। ଓମ୍‌ ପ୍ରାର୍ଥନା ସାର୍ବଜନୀନ। ଏହା କୌଣସି ଧର୍ମ ସମ୍ପ୍ରଦାୟର ନୁହେଁ। ସବୁ ବର୍ଗର ଲୋକଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ।
-ହାଟ ମୁନିଗଡ଼ା, ରାୟଗଡା
ମୋ: ୮୦୧୮୩୩୯୫୦୮


Enter your email to get our daily news in your inbox.

All Right Reserved By Dharitri.Com

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri