ଭାରତରେ ଓମିକ୍ରନ୍‌ର ନୂଆ ସବ୍‌-ଭାରିଆଣ୍ଟ୍‌ ବିଏ.୨.୭୫ ଚିହ୍ନଟ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା…

ନୂଆଦିଲ୍ଲୀ/ଜେନେଭା, ୭।୭ : ଭାରତରେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ଏକ ନୂତନ ସବ୍‌-ଭାରିଆଣ୍ଟ ବିଏ.୨.୭୫ ଚିହ୍ନଟ ହୋଇଛି। ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ତଦାରଖ କରାଯାଉଛି। ଏ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ୍‌ କହିଛନ୍ତି।

ଏକ ଗଣମାଧ୍ୟମ ସମ୍ମିଳନୀରେ ସେ କହିଛନ୍ତି ଯେ ’ଗତ 2 ସପ୍ତାହ ମଧ୍ୟରେ ବିଶ୍ୱରେ କୋଭିଡ -୧୯ ମାମଲାରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୬ଟି ଉପ-ଅଞ୍ଚଳ ମଧ୍ୟରୁ ଚାରିଟିରେ ଗତ ସପ୍ତାହରେ ମାମଲା ବୃଦ୍ଧି ପାଇଛି। ୟୁରୋପ ଏବଂ ଆମେରିକାରେ ବିଏ.୪ ଏବଂ ବିଏ.୫ ର ମାମଲା ଦେଖିବାକୁ ମିଳିଛି।
ଭାରତରେ ବିଏ.୨.୭୫ ସବ୍‌-ଭାରିଆଣ୍ଟ୍‌ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତିି।

ଓମିକ୍ରନନ୍‌ର ସବ୍‌-ଭାରିଆଣ୍ଟ୍‌ ବିଏ.୨.୭୫ ଚିହ୍ନଟ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଟୁଇଟରରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି ଯେ ବିଏ.୨.୭୫ ନାମକ ଏକ ସବ୍‌-ଭାରିଆଣ୍ଟ୍‌ ଭାରତରେ ଚିହ୍ନଟ ହୋଇଛି। େଏହା ପ୍ରଥମେ ଭାରତରେ ଦେଖାଗଲା, ତା’ପରେ ଅନ୍ୟ ୧୦ ଟି ଦେଶରେ ବ୍ୟାପିବାରେ ଲାଗିଛି।

Share