Categories: ଜାତୀୟ

ଭାରତ ଛୁଇଁଲା ଓମିକ୍ରନ୍‌: କର୍ନାଟକରେ ୨ ଚିହ୍ନଟ

ନୂଆଦିଲ୍ଲୀ,୨।୧୨: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଏବେ ଭାରତକୁ ଆସିଛି। କର୍ନାଟକରେ ୨ ଜଣ ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ଏକ ପ୍ରେସ୍‌ ମିଟ୍‌ରେ କହିଛନ୍ତି, କର୍ନାଟକରେ ୨ ଜଣ ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଛନ୍ତି । ଆକ୍ରାନ୍ତ ୨ ଜଣ ପୁରୁଷ। ଉଭୟଙ୍କ ବୟସ ଯଥାକ୍ରମେ ୬୬ ଏବଂ ୪୬ ରହିଛି। ଦୁଇ ଆକ୍ରାନ୍ତଙ୍କୁ ଏବେ ଆଇସୋଲେଟ ରଖାଯାଇ ଚିକିତ୍ସା କରାଯାଉଛି। ଏନେଇ ଲୋକଙ୍କୁ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ସରକାର ଏବଂ ବୈଜ୍ଞାନିକମାନେ କରୋନାର ଏକ ନୂତନ ଭାରିଆଣ୍ଟ ଘୋଷଣା କରିଥିଲେ। ଏହା ପରେ ଡବ୍ଲୁଏଚ୍‌ଓ ଏହାର ନାମ ଓମିକ୍ରନ ରଖିଲା। ନୂତନ ଭାରିଆଣ୍ଟ ଚିହ୍ନଟ ପରେ ଆମେରିକା, ୟୁରୋପୀୟ ୟୁନିଅନ, କାନାଡା, ଇସ୍ରାଏଲ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ଦକ୍ଷିଣ ଆଫ୍ରିକାର ଅନେକ ଦେଶରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏବେ ୨୯ ଦେଶକୁ କରୋନା ଏହି ନୂଆ ଭାରିଆଣ୍ଟ ମାଡିଲାଣି। ୩୭୩ ଜଣ ଏହି ଭାରିଆଣ୍ଟ ଶିକାର ହୋଇଛନ୍ତି।

Share