ରୁଷିଆରେ ଓମିକ୍ରନ୍‌ର ନୂଆ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ, ୧୬୬ ଆକ୍ରାନ୍ତ ଚିହ୍ନଟ…

ମସ୍କୋ, ୧୩।୬ : ରୁଷିଆରେ ଓମିକ୍ରନର ଏକ ନୂତନ ବିପଜ୍ଜନକ ସବ-ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଅନ୍ୟ ପ୍ରକାର ଅପେକ୍ଷା ଶୀଘ୍ର ବିସ୍ତାର ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଓମିକ୍ରନର ସବ-ଭାରିଆଣ୍ଟ ଅପେକ୍ଷା ଏହି ବିଏ.୪ ଅଧିକ ବିପଜ୍ଜନକ।

ରୁଷିଆର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ରୋସପୋଟ୍ରେବନାଡଜୋରର ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ଏପିଡେମୋଲୋଜିର ଜିନୋମର ମୁଖ୍ୟ କାମିଲ ଖାଫିଜୋଭଙ୍କ ଅନୁଯାୟୀ, ଦୁଇଟି ଜାତୀୟ ଲାବୋରେଟୋରୀ ବିଏ.୪ ସବଲାଇନର ଭାଇରାଲ ଜିନୋମକୁ ଚିହ୍ନଟ କରାଯାଇଛି।

ଏହାପୂର୍ବରୁ ମେ ମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟସ୍‌ ଚେତାବନୀ ଦେଇ କହିଥିଲେ ଯେ ଟିକାକରଣ ହାର କମ ଥିବା ଦେଶରେ ଓମିକ୍ରନର ବିଏ.୪ ଏବଂ ବିଏ.୫ ସବ-ଭାରିଆଣ୍ଟ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି।

 

କାମିଲ ଖାଫେଜୋଭ କହିଛନ୍ତି ଯେ କେନ୍ଦ୍ର ସୱାସ୍ଥ୍ୟ ମନ୍ତ୍ରଣାଳୟର ଜେନୋମ ସିକ୍ୱେନ୍ସିଂ ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ ଭାରତରେ ଓମିକ୍ରନ ସବ-ଭାରିଆଣ୍ଟସ ବିଏ.୪ ଏବଂ ବିଏ.୫ ସବ-ଭାରିଆଣ୍ଟ ସଂକ୍ରମଣକୁ ନିଶ୍ଚିତ କରିଥିଲେ। ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Share