ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ୍‌: ପରିସ୍ଥିତି ଅଣାୟତ ହେବା ଆଶଙ୍କା କଲେ ବିଶେଷଜ୍ଞ

ନୂଆଦିଲ୍ଲୀ, ୧୩ ।୧୨: ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନାର ନୂଆ ଭାରିଏଣ୍ଟ ଏବେ ଅନେକ ଦେଶକୁ ବ୍ୟାପି ସାରିଲାଣି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୩୮ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ହେଲେ ଏହା ଭାରତରେ ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଯଦିଏ ଏହା ଡେଲ୍ଟା ଭଳି ଭୟଙ୍କର ବୋଲି ଜଣା ନ ପଡିଥିଲେ ବି ଏହାର ଦ୍ରୁତ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ଡିଏସ୍‌ଆଇ-ଏନ୍‌ଆର୍‌ଏଫ୍ ସେଣ୍ଟର ଫର ଏକ୍ସିଲେନ୍ସ ଇନ୍ ଏପିଡେମାୟୋଲଜିକାଲ ମଡଲିଂ ଆଣ୍ଡ ଆନାଲିସିସର ନିର୍ଦ୍ଦେଶକ ଜୁଲିୟନ ପୁଲିୟନ ଓମିକ୍ରନ୍ ଭାରିଏଣ୍ଟ ଭାରତରେ ଦ୍ରୁତ ଗତିରେ ବ୍ୟାପିବ ବୋଲି ସେ କହିଛନ୍ତି । ତେଣୁ ଭାରତ ଏବେଠାରୁ ଏଥିପାଇଁ ହସ୍ପିଟାଲ ଓ ସମସ୍ତ ଉପକରଣ ପ୍ରସ୍ତୁତ କରି ରଖିବାକୁ ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି । ବିଶେଷ ଭାବେ ବୟସ୍କ, ରୋଗୀ ଓ ଶିଶୁମାନେ ଓମିକ୍ରନ୍ ଦ୍ୱାରା  ଆକ୍ରାନ୍ତ ହେବେ ବୋଲି ଜଣାପଡିଛି ।

Share