ଆମେରିକାରେ କାୟା ବିସ୍ତାର କରୁଛି ଓମିକ୍ରନ୍‌: ପିଲାଙ୍କ ପାଇଁ ଘାତକ ସାଜିଛି ନୂଆ ଭାରିଏଣ୍ଟ

ୱାଶିଂଟନ,୨୭ ।୧୨: ଯେବେଠାରୁ କରୋନାର ନୂଆ ଭାରିଲଣ୍ଟ ଓମିକ୍ରନ୍‌ର ସୂଚନା ମିଳିଲାଣି ସେବେଠାରୁ ସାରା ବିଶ୍ୱରେ ଏହାକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇ ସାରିଛି । ଏବେ ଏହା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ତାଣ୍ଡବ ରଚିବା ଆରମ୍ଭ କଲାଣି । ହ୍ୱାଇଟ ହାଉସର ସୂଚନା ଅନୁଯାୟୀ, ଏବେ ବହୁ ସଂଖ୍ୟାରେ ଶିଶୁମାନେ ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସର ପିଲା ଏହି ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ତେବେ ୫ ବର୍ଷ ବୟସରୁ କମ୍ ବୟସର ପିଲାଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ନ୍ୟୁୟର୍କରେ ୧୮ ବର୍ଷ ବୟସରୁ କମ୍ ବର୍ଷର ପିଲାଙ୍କ ସଂକ୍ରମଣ ସଂଖ୍ୟା ୪ ଗୁଣା ବୃଦ୍ଧି ପାଉଥିବା ଜଣାପଡିଛି । ଆମେରିକାରେ ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ଦିଆ ଯାଇ ନ ଥିବା ବେଳେ ଏମାନେ ଅଧିକ ପରିମାଣରେ ସଂକ୍ରମିତ ହେଉଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ଜନ୍ ହପକିନ୍ସ ୟୁନିଭର୍ସିଟିର ସୂଚନା ଅନୁଯାୟୀ, ପ୍ରତିଦିନ ଆମେରିକାରେ ୧,୯୦,୦୦୦ ପର୍ଯ୍ୟନ୍ତ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ତେବେ ଖ୍ରୀଷ୍ଟମାସ ଓ ଅନ୍ୟାନ୍ୟ ପର୍ବ ପାଳନ ଯୋଗୁ ଏହା ବଢୁଛି ବୋଲି କୁହାଯାଉଛି ।

Share