ଓମିକ୍ରନ୍‌ ଅଣାୟତ୍ତ ମୁହାଁ, ୨୩ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୨୫ ଛୁଇଁଲା…

ନୂଆଦିଲ୍ଲୀ, ୨।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୨୫ ଛୁଇଁଛି।

ଦେଶରେ ଓମିକ୍ରନ୍‌ ଅଣାୟତ୍ତ ହେବା ସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୦ ରହିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୧ରେ ପହଞ୍ଚିଛି।

ସେହିପରି କେରଳରେ ୧୦୯, ଗୁଜୁରାଟରେ ୧୩୬, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୭, ତାମିଲନାଡୁରେ ୧୧୭, କର୍ନାଟକରେ ୬୪, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୧୪, ଆନ୍ଧ୍ରପ୍ରଦେଶରେ ୧୭, ପଶ୍ଚିମବଙ୍ଗରେ ୨୦ , ହରିୟାଣାରେ ୬୩, ଜମ୍ମୁ-କଶ୍ମୀରରେ ୩, ଉତ୍ତରପ୍ରଦେଶରେ ୮, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ୍‌ ନିକୋବରରେ ୨, ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଗୋଆରେ ୧, ମଣିପୁରରେ ୧ ,ପଞ୍ଜାବରେ ୧ ଏବଂ ଉତ୍ତରାଖଣ୍ଡରେ ୮ ଜଣଙ୍କୁ ଚିହ୍ନଟ କରାଯାଇଛି।

ଇତିମଧ୍ୟରେ ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share