ଚଣ୍ଡିଗଡ଼ ପରେ କେରଳ ଛୁଇଁଲା ଓମିକ୍ରନ୍‌, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୮

ନୂଆଦିଲ୍ଲୀ,୧୩ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ଭାଇରସର ନୂଆ ଭାରିଏଣ୍ଟ ଓିମକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଦେଶରେ ୩୮ ଜଣ ଓମିକ୍ରନ୍ ସଂକ୍‌୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଏହାରି ଭିତରେ ଓମିକ୍ରନ୍ ଅଧିକ ଜନସଂଖ୍ୟା ଥିବା ରାଜ୍ୟରେ ପ୍ରବେଶ କରି ସାରିଲାଣି । ଆନ୍ଧ୍ର ପ୍ରଦେଶ ଓ ଚଣ୍ଡିଗଡରେ ପଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ମହାରାଷ୍ଟ୍ରରେ ବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ଏବେ ଦେଶରେ ସଂକ୍ରିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୩୮ ଛୁଇଁଲାଣି । ମହାରାଷ୍ଟ୍ରଅରେ ୧୮, ରାଜସ୍ଥାନ ୯, କର୍ନାଟକ ୩, ଗୁଜରାଟ ୩ ଓ ଆନ୍ଧ୍ର ପ୍ରଦେଶରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦିଲ୍ଲୀରେ ୨, ଚଣ୍ଡିଗଡ଼ରେ ୧ ଓ କେରଳରେ ଓମିକ୍ରନ ସଂକ୍ରମିତ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।
ଓମିକ୍ରନକୁ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟିର ଭବିଷ୍ୟବାଣୀ ବିଶ୍ୱ ପାଇ ଚେତାବନୀ ହୋଇପାରେ । କରୋନା ଭ୍ୟାକ୍ସିନ(କୋଭିସିଲ୍ଡ) ନିର୍ମାଣକାରୀ ବିଶେଷଜ୍ଞମାନେ ବି କହିସାରିଛନ୍ତି କି ନୂଆ ଭାରିଏଣ୍ଟ ପ୍ରଥମ ଅପେକ୍ଷା ବିନାଶକାରୀ ଓ ପ୍ରାଣଘାତକ ହୋଇପାରେ । ଏପର୍ଯ୍ୟନ୍ତ ବିଶ୍ୱ କରୋନା ମହାମାରୀର ଯେଉଁ ସ୍ତରକୁ ଦେଖି ସାରିଛି ତା’ଠାରୁ ଆହୁରି ଭୟଙ୍କର ଅବସ୍ଥା ଦେଖିବାକୁ ପଡିପାରେ ବୋଲି କୁହାଯାଉଛି । ଏକ ଅଧ୍ୟୟନରେ ଦାବି କରାଯାଇଛି କି ଓମିକ୍ରନ୍ କାରଣରୁ ଜାନୁୟାରୀରେ ୟୁକେରେ ବଡ ଲହର ଆସିପାରେ ।

Share