ରାତିରେ ଦେଖାଯାଉଛି ଓମିକ୍ରନ୍‌ର ଏମିତି କିଛି ଲକ୍ଷଣ

ନୂଆଦିଲ୍ଲୀ,୧୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି । ହେଲେ ଏହାର ନିର୍ଦ୍ଦିଷ୍ଟ ଲକ୍ଷଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ । ଡେଲ୍ଟା ଭାରିଏଣ୍ଟ ସଂକ୍ରମଣରେ ରୋଗୀଙ୍କୁ ଜ୍ୱର ହେବା, କାଶ, ନିଶ୍ୱାସ ନେବାରେ କଷ୍ଟ ଆଦି ଅନୁଭୁତ ହେଉଥିଲା ଯାହା ସଂକ୍ରମିତଙ୍କୁ ତୁରନ୍ତ ଅସୁବିଧାରେ ପକାଉଥିଲା । ହେଲେ ଓମିକ୍ରନ୍ ଲକ୍ଷଣ ହାଲକା ହୋଇଥିବାରୁ ଏହା ଯଦିଓ ଏପର୍ଯ୍ୟନ୍ତ ବିଶେଷ କିଛି କ୍ଷତି କରିନାହିଁ କିନ୍ତୁ ଏହାର ଦ୍ରୁତ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ ସୂଚନା ଅନୁଯାୟୀ, ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟରେ ରାତିରେ କିଛି ବିଶେଷ ଲକ୍ଷଣ ଦେଖାଯାଉଛି । ଯେମିତିକି ରାତିରେ ଅଧିକ ପରିମାଣରେ ଝାଳ ବାହାରିବା ଏମିତିକି ଥଣ୍ଡା ସମୟରେ ବି ଓମିକ୍ରନ୍ ଆକ୍ରାନ୍ତଙ୍କ ଦେହରୁ ଝାଳ ବାହାରିବା, ହାଲ୍‌କା ଜ୍ୱର ହେବା, ଶୁଖିଲା କାଶ ହେବା ଓ ଗଳା ଦରଜ ଭଳି ଲକ୍ଷଣ ଓମିକ୍ରନ ସଂକ୍ରମିତଙ୍କ ନିକଟରେ ଦେଖାଯାଉଥିବା ଡାକ୍ତରମାନେ କହୁଛନ୍ତି । ତେଣୁ ଏମିତି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆର୍‌ଟିପିସିଆର୍ ଟେଷ୍ଟ କରିବାକୁ କୁହାଯାଉଛି ।

Share