ଡରାଇଲାଣି ଓମିକ୍ରନର ସବ ଭାରିଏଣ୍ଟ: ଇନ୍ଦୋରରେ ୬ ଶିଶୁ ସମେତ ୧୨ ସଂକ୍ରମିତ

ଇନ୍ଦୋର,୨୫ ।୧: ଇନ୍ଦୋରରେ ଓମିକ୍ରନ୍ ସହ ଏହାର ସବ ଭାରିଏଣ୍ଟ ବିଏ.୧ ଓ ବିଏ.୨ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସହରରେ ଓମିକ୍ରନର ସବ ଭାରିଏଣ୍ଟ ବିଏ.୨ରେ ସଂକ୍ରମିତ ଥିବା ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି ।
କୁହାଯାଉଛି କି ବିଏ.୨ ଷ୍ଟ୍ରେନ୍ ସବୁଠାରୁ ଅଧିକ ବେଗରେ ସଂକ୍ରମଣ କରୁଛି ଓ ଏହା ଫୁସଫୁସରେ ଅଧିକ ପ୍ରଭାବ ପକାଉଛି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ଫୁସଫୁସରେ ୫-୪୦ ପ୍ରତିଶତ ସଂକ୍ରମଣ ଥିବା ଜଣାପଡିଛି । ଓମିକ୍ରନର ବିଏ.୨ ସାମ୍ନାକୁ ଆସିବା ପରେ ଇନ୍ଦୋର ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । କରୋନା ଭାଇରସ ଓ ଓମିକ୍ରନଠାରୁ ଏହା ଏଇଥିପାଇଁ ଅଲଗା କାରଣ ଏହି ଷ୍ଟ୍ରେନ୍ ଫୁସଫୁସ ଉପରେ ଅଧିକ ପ୍ରଭାବ ପକାଉଛି । ଏହି ଷ୍ଟ୍ରେନକୁ ବିଏ.୨ ସବଷ୍ଟ୍ରେନ୍ ବା ଷ୍ଟିଲ୍‌ଥ ଅର୍ଥାତ୍ ଛପି ରହିଥିବା ଭର୍ସନ ବି କୁହାଯାଉଛି । ଏହା ଏବେ ୪୦ଟି ଦେଶରେ ଦେଖାଯାଇଛି ।

Share