Categories: ଜାତୀୟ

ଓମିକ୍ରନ୍‌ ଏବେ ଛୋଟ ସହର-ଗାଁ ମୁହାଁ…

ନୂଆଦିଲ୍ଲୀ, ୨୪।୧ : ଭାରତରେ କରୋନା ମହାମାରୀର ତୃତୀୟ ଲହର ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କେରଳର କୋଚି, ଆଇଏମଏରେ କରୋନା ଟାସ୍କ ଫୋର୍ସର ଉପଦେଷ୍ଟା ଡ. ରାଜୀବ ଜୟଦେବନ କହିଛନ୍ତି ଯେ ଏବେ ଓମିକ୍ରନ୍‌ ସଂକ୍ରମଣ ଛୋଟ ସହର ଏବେ ଗାଁ ମୁହାଁ ହେବାରେ ଲାଗିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ କରୋନା ମହାମାରୀର ତୃତୀୟ ଲହର ଛୋଟ ସହର ଏବଂ ଗାଁରେ ବ୍ୟାପିଯିବ। ତାଙ୍କ କହିବାନୁସାରେ, ମହାମାରୀର ଲହର ପ୍ରତ୍ୟେକ ଥର ଏହି ପରି ଧାରା ପ୍ରଦର୍ଶନ କରିଥାଏ।

ରାଜୀବ ଜୟଦେବନଙ୍କୁ ପଚରାଯାଇଥିଲା ଯେ ଓମିକ୍ରନ କରୋନାର ଅନ୍ୟ ଭାରିଆଣ୍ଟଗୁଡିକୁ ବଦଳାଇ ପାରିବେ କି ନାହିଁ ଏବଂ ଏହା ଆଗାମୀ ଦିନରେ ସାଧାରଣ ଥଣ୍ଡା ସମସ୍ୟାରେ ପରିଣତ ହେବ କି? ଏହାର ଉତ୍ତରରେ ସେ କହିଥିଲେ, ’ଯଦି ଆପଣ ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀର ଇତିହାସକୁ ଦେଖନ୍ତି ତେବେ ସେଥିରୁ ଏହା ଜଣାପଡୁଛି ଯେ, ବାସ୍ତବରେ, ଏପରି କୌଣସି ଭାରିଆଣ୍ଟ୍‌ ନାହିଁ ଯାହା ଦୀର୍ଘ ଦିନ ଧରି ବଞ୍ଚିଛି।

ହୁଏତ କିଛି ମାମଲା ସାମ୍ନାକୁ ଆସିବାର ଆଶଙ୍କା ରହିଛି। ଦକ୍ଷିଣ ଆଫ୍ରିକାର ଉଦାହରଣ ଦେଇ ଜୟଦେବନ କହିଛନ୍ତି ଯେ ସେଠାକାର ଲହର କ୍ଲାସିକ । ସେ କହିଛନ୍ତି, ପ୍ରଥମ ଲହରର ଉତ୍ପତ୍ତି ଉହାନ ଥିଲା। ସେହିପରି ଦ୍ୱିତୀୟଟି ବିଟା, ତୃତୀୟଟି ଡେଲ୍‌ଟା ଏବଂ ଚତୁର୍ଥଟି ହେଉଛି ଓମିକ୍ରନ। ମାର୍ଚ୍ଚ ୨୦୨୧ରେ ଉହାନ ଭାରିଆଣ୍ଟ ଦ୍ୱାରା ଭାରତ ପ୍ରଭାବିତ ହୋଇଥିଲା ଏବଂ ପରେ ଡେଲ୍‌ଟା ଭାରିଆଣ୍ଟ୍‌ ସୃଷ୍ଟି ହୋଇଥିଲା।

ଏବେ ପୃଥିବୀ ଓମିକ୍ରନ କବଳରେ ଅଛି। ତେଣୁ ଏହା ନିଶ୍ଚିତ ଯେ ଓମିକ୍ରନ କିଛି ସମୟ ପାଇଁ ରହିବ। ଓମିକ୍ରନ ଫେବୃଆରୀ ୧୫ ସୁଦ୍ଧା ଭାରତରେ ଶୀର୍ଷରେ ପହଞ୍ଚିବ। ଏହାପରେ ତୃତୀୟ ଲହରର ସମାପ୍ତି ସମ୍ଭବ ହୋଇପାରିବ।

ଅପରପକ୍ଷରେ, କୋଭିଡ-୧୯ ମହାରାଷ୍ଟ୍ର ରାଜ୍ୟ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି ଯେ ଫେବୃଆରୀ ମଧ୍ୟଭାଗରେ ଓମିକ୍ରନର ମାମଲା ଭାରତରେ ଶୀର୍ଷରେ ପହଞ୍ଚିବ ଏବଂ ଏହା ସହିତ ତୃତୀୟ ଲହରର ଶେଷ ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସରେ ଏହାର ସଂକ୍ରମଣ ହେବାର ଆଶଙ୍କା ବହୁତ କମ ରହିଛି। ଆଶା କରାଯାଏ ଯେ ଏପ୍ରିଲ ପରେ ଭାରତ ମହାମାରୀ କବଳରୁ ମୁକ୍ତ ହେବ।

Share