ଓମିକ୍ରନ୍‌ ଏକ ବିଜାତୀୟ ଭୂତାଣୁ

ନୂଆଦିଲ୍ଲୀ,୧୭।୧ : ବୈଜ୍ଞାନିକମାନେ ଓମିକ୍ରନ୍‌କୁ ସମ୍ପୂର୍ଣ୍ଣ ଭିନ୍ନ ମହାମାରୀ ଭାବେ ଦେଖୁଥିବାବେଳେ ଦୁଇଟି ମହାମାରୀ ପରସ୍ପର ସହ ଯୋଡ଼ିହୋଇ ଚାଲିଥିବା ଭଳି ଜଣାପଡ଼ୁଥିବା ଆଇସିଏମ୍‌ଆର୍‌ର ପୂର୍ବତନ ମୁଖ୍ୟ ତଥା ଭୂତାଣୁ ବିଜ୍ଞାନୀ ଡ. ଟି. ଜାକୋବ ଜନ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଉହାନରେ ସୃଷ୍ଟ ଡି୬୧୪ଜି, ଆଲ୍‌ଫା, ବିଟା, ଗାମା, ଡେଲ୍ଟା, କାପ୍ପା କିମ୍ବା ମୁ ଭାରିଆଣ୍ଟଠାରୁ ଓମିକ୍ରନ୍‌ ସୃଷ୍ଟି ହୋଇନାହିଁ। ମହାମାରୀ ସୃଷ୍ଟି କରିଥିବା ଉହାନ ଭୂତାଣୁ ସହ ଓମିକ୍ରନ୍‌ର ଦୂର ସମ୍ପର୍କ ରହିଥିବା ସେ କହିଛନ୍ତି। କୋଭିଡ-୧୯ ମହାମାରୀର ବିବର୍ତ୍ତନରେ ଓମିକ୍ରନ୍‌ ବିଜାତୀୟ ଭଳି ଲାଗୁଥିବାବେଳେ ଡେଲ୍ଟା ଓ ଏହାର ଘନିଷ୍ଠ ସମ୍ପର୍କୀୟ ଏକସଙ୍ଗେ ବ୍ୟାପୁଥିବା କଥା ଚିନ୍ତା କରାଯାଇପାରେ।
ଓମିକ୍ରନ୍‌କୁ ବିଜାତୀୟ କୁହାଯିବାର କାରଣ ହେଲା ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ଜିନୋମ ସିକ୍ୱେନ୍ସିରୁ କୋଭିଡ୍‌ ଭିନ୍ନ ଲକ୍ଷଣମାନ ଦେଖାଯାଉଛି। ପାରମ୍ପରିକ କୋଭିଡ୍‌ ଶ୍ୱାସକ୍ରିୟା ପ୍ରଣାଳୀକୁ ସଂକ୍ରମିତ କରୁଥିବାବେଳେ ଓମିକ୍ରନ୍‌ ମୁଖ୍ୟତଃ ଗଳାକୁ ସଂକ୍ରମଣ କରୁଛି। ପୂର୍ବରୁ କୋଭିଡ୍‌ ଷ୍ଟ୍ରେନ୍‌ଗୁଡ଼ିକ ଯେଉଁଭଳି ଆକ୍ରାନ୍ତ କରୁଥିଲା ଓମିକ୍ରନ୍‌ ସେଭଳି କରୁ ନ ଥିବା ଓକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମେଡିସିନ ପ୍ରଫେସର ଜନ୍‌ ବେଲ୍‌ କହିଛନ୍ତି। ନୂଆ ଭାରିଆଣ୍ଟ ଦ୍ରୁତ ସଂକ୍ରମଣ କରୁଥିବାବେଳେ ଟିକା ନେଇ ନ ଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଉଛି। ତେଣୁ ଏହା ସାମାନ୍ୟ ନୁହେଁ ବରଂ ଟିକା ନେଇଥିବା ଲୋକଙ୍କୁ କମ୍‌ ଗୁରୁତର କରୁଛି। ଭବିଷ୍ୟତରେ ଏହାଠାରୁ ବିପଜ୍ଜନକ ଭାରିଆଣ୍ଟ କମ୍ବା ମିଶ୍ରିତ ଭାରିଆଣ୍ଟ ଆସିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି।

କୋଭିଡ୍‌ ଆର୍‌-ଭାଲ୍ୟୁ କମିଛି

ଭାରତରେ କୋଭିଡ୍‌୧୯ର ଆର୍‌-ଭାଲ୍ୟୁ ଜାନୁୟାରୀ ୭ରୁ ୧୩ ମଧ୍ୟରେ ହ୍ରାସ ପାଇଥିବା ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ଆର୍‌-ଭାଲ୍ୟୁ ୪ ରହିଥିଲା, ଅର୍ଥାତ ଜଣେ ସଂକ୍ରମିତ ଅନ୍ୟ ୪ ଜଣଙ୍କୁ ସଂକ୍ରମିତ କରିପାରୁଥିଲେ। ଦ୍ୱିତୀୟ ସପ୍ତାହରେ ଏହା ୨.୨କୁ ହ୍ରାସ ପାଇଛି। ଅର୍ଥାତ୍‌ ପ୍ରତି ୧୦୦ ଜଣ ଲୋକ ୨୨୦ ଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି ଯାହାକି ଦୁଇଗୁଣରୁ ଅଧିକ। ଆର୍‌-ଭାଲ୍ୟୁ ଭୂତାଣୁର ସଂକ୍ରାମକତାର ସୂଚନା ଦେଇଥାଏ। ଏହା ୧ରୁ ଅଧିକ ରହିଲେ ଜଣେ ଆକ୍ରାନ୍ତ ଏକାଧିକ ଲୋକଙ୍କୁ ସଂକ୍ରମଣ କରିବାର କ୍ଷମତା ରଖିଥାନ୍ତି। ଆଇଆଇଟି ମାଡ୍ରାସ ଗବେଷକମାନଙ୍କ ଆକଳନ ଅନୁଯାୟୀ ଗତ ସପ୍ତାହରେ ମୁମ୍ବାଇରେ ଆର୍‌-ଭାଲ୍ୟୁ ୧.୩ ରହିଥିବାବେଳେ ଦିଲ୍ଲୀରେ ୨.୫, ଚେନ୍ନାଇରେ ୨.୪ ଏବଂ କୋଲକାତାରେ ୧.୬ ରହିଛି। ଡିସେମ୍ବର ଶେଷ ସପ୍ତାହରେ ଆର୍‌-ଭାଲ୍ୟୁ ପାଖାପାଖି ୨.୯ ରହିଥିଲା। ମୁମ୍ବାଇରେ ଦୈନିକ ସଂକ୍ରମଣ ୨୦,୦୦୦ ଅତିକ୍ରମ କରିବା ପରେ ଖସିବା ଆରମ୍ଭ ହୋଇଥିଲା। ରବିବାର ସେଠାରେ ଦୈନିକ ସଂକ୍ରମଣ ୧୦,୦୦୦ ତଳେ ରହିଛି। ଦିଲ୍ଲୀରେ ମଧ୍ୟ ସଂକ୍ରମଣରେ ସ୍ଥିରତା ଆସୁଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେହେଲେ ନିର୍ମାଣ ହେବ ନାହିଁ ବାବ୍ରି ମସଜିଦ୍, ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ,୧୦।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେବେହେଲେ ବାବ୍ରି ସଂରଚନା ପୁନଃନିର୍ମାଣ ହେବାର ପ୍ରଶ୍ନ ଉଠୁନାହିଁ ବୋଲି…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri