ନେପାଳରେ ପଶିଲା ଓମିକ୍ରନ

କାଠମାଣ୍ଡୁ,୬ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନେପାଳରେ ପହଞ୍ଚିଛି। କଏଠାରେ ୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଆଉ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଭାରତ ସମେତ ୩୦ରୁ ଅଧିକ ଦେଶ ଏହି ନୂଆ ଭାରିଆଣ୍ଟର ଶିକାର ହୋଇସାରିଲେଣି।

ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହେଲେ ରୋଗୀଙ୍କଠାରେ ନାନା ଲକ୍ଷଣ ପ୍ରକାଶ ପାଉଛି। ତେଣୁ ଏଥିରୁ ଦୂରେଇ ରହିବା ପାଇଁ ପରସ୍ପରଠାରୁ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା ଜରୁରୀ ଅଟେ। ବିଶେଷଜ୍ଞମାନେ କୁହନ୍ତି, ଏହା ନୂଆବର୍ଷରେ ଅନେକ ସମସ୍ୟା ସୃଷ୍ଟି କରାଇବ।

ଭାରତରେ ଓମିକ୍ରନ୍‌ ଭାଇରସ ଦ୍ୱାରା ପ୍ରାୟ ୨୦ ଜଣ ଆକ୍ରାନ୍ତ ହୋଇସାରିଲେଣି। ଏହି ଭାଇରସ୍‌ ଦିଲ୍ଲୀକୁ ମଧ୍ୟ ବ୍ୟାପି ସାରିଲାଣି। ଫଳରେ ଭାରତ ସରକାର ଏହି ବିଷୟରେ ଅତ୍ୟନ୍ତ ଗମ୍ଭୀର ଏବଂ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି।

Share