ଓମିକ୍ରନ୍‌ ମୁକାବିଲା, ରାଜ୍ୟକୁ କେନ୍ଦ୍ରର ୬ ପରାମର୍ଶ…

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଓମିକ୍ରନ୍‌ର ମୁକାବିଲା ଲାଗି ୬ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବଙ୍କ ସହିତ ମଙ୍ଗଳବାର ହୋଇଥିବା ଜରୁରୀକାଳୀନ ବୈଠକରେ କଣ୍ଟେନମେଣ୍ଟ୍‌ ଜୋନ୍‌ ପ୍ରସ୍ତୁତି, ସର୍ଭିଲାନ୍ସ, ନମୁନା ପରୀକ୍ଷାରେ ବୃଦ୍ଧି, ହଟ୍‌ସ୍ପଟ୍‌ ଉପରେ ନଜର, ଟିକାକରଣ ବୃଦ୍ଧି ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଉପରେ ଦୃଷ୍ଟି ଦେବାକୁ କହିଛନ୍ତି।

Share