ବିଶ୍ୱରେ କରୋନାର ଚତୁର୍ଥ ଲହର, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶର ୧୭ ରାଜ୍ୟରେ ଓମିକ୍ରନ୍ ଭାରିଏଣ୍ଟ ପହଞ୍ଚି ସାରିଥିବା ବେଳେ ଏଥିରେ ମୋଟ ୩୫୮ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୨୪୪ ଜଣଙ୍କର ଚିକିତ୍ସା ଚାଲିଛି । ଓମିକନରେ ଆକ୍ରାନ୍ତ ୧୮୩ ଜଣଙ୍କର ଆନାଲିସିସ କରାଯାଇଥିଲା । ଏହି ୧୮୩ ଜଣଙ୍କ ମଧ୍ୟରୁ ୮୭ ଜଣ ଭ୍ୟାକ୍ସିନର ୨ଟି ଯାକ ଡୋଜ ନେଇ ସାରିଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ବୁଷ୍ଟର ଡୋଜ ବି ନେଇଥିଲେ । ଅନ୍ୟପଟେ ୭ ଜଣ ଭ୍ୟାକ୍ସିନର ଗୋଟିଏ ଡୋଜ ବି ନେଇ ନ ଥିଲେ । ୧୨୧ ଜଣ ବିଦେଶ ଯାତ୍ରା କରିଥିଲେ, ୪୪ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ହେଲେ ଏମାନେ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିଲେ । ଡେଲ୍ଟା ତୁଳନାରେ ଏହା ଅଧିକ ବେଗରେ ସଂକ୍ରମଣ କରୁଥିବାରୁ ଏହା ୩ ଦିନ ମଧ୍ୟରେ ଦୁଇ ଗୁଣା ହୋଇଯାଉଛି । ଏଥିପାଇଁ କରୋନା ଗାଇଡଲାଇନ୍ ପାଳନ କରିବା ଜରୁରୀ ହୋଇ ପଡିଛି । କେରଳ ଓ ମିଜୋରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ହୋଇଥିବା ବେଳେ ଏବେ ଏହା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ବିଶ୍ୱରେ କରୋନାର ଚତୁର୍ଥ ଲହର ଚାଲିଛି । ସେଥିପାଇଁ ଆମକୁ ସତର୍କ ଓ ସାବଧାନ ରହିବା ଜରୁରୀ । ସୂଚନାଯୋଗ୍ୟ, ବିଶ୍ୱରେ ଏବେ ପର୍ଯ୍ୟନ୍ତ ୧୦୮ ଦେଶରେ ଓମିକ୍ରନ ପହଞ୍ଚି ସାରିଥିବା ବଳେ ୧,୫୧,୦୦୦ରୁ ଅଧିକ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ଅଧିକ ସଂକ୍ରମିତ ରହିଛନ୍ତି ବ୍ରିଟେନ, ଡେନମାର୍କ, କାନାଡା, ନରୱେ ଓ ଜର୍ମାନୀରେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri