Categories: ଜାତୀୟ

ଓମିକ୍ରନଙ୍କୁ ନେଇ ବଢୁଛି ଚିନ୍ତା

ନୂଆଦିଲ୍ଲୀ,୧୨ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦେଶରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ଏହା ସତ୍ତ୍ୱେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ ନାଗପୁର, ଚଣ୍ଡିଗଡ଼ ଏବଂ କର୍ଣ୍ଣାଟକରେ ନୂଆ ଓମିକ୍ରନ ଆକାନ୍ତଙ୍କ ସଂଖ୍ୟା ମଧ୍ୟ ଦେଖିବାକୁ ମିଳିଛି। ଏହା ସହିତ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।

ଆନ୍ଧ୍ରପ୍ରଦେଶକୁ ଆୟର୍ଲାଣ୍ଡରୁ ଆସିଥିବା ଜଣେ ବିଦେଶୀ ଯାତ୍ରୀରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେହାଇଛନ୍ତି। ଏହା ଆନ୍ଧ୍ର ପାଇଁ ନୂଆ ମାମଲା। ୩୪ ବର୍ଷୀୟ ଜଣେ ଯୁବକ ଏହା ପୂର୍ବରୁ ମୁମ୍ବାଇରେ ପହଞ୍ଚିଥିଲେ, ଯାହାର ସଂକ୍ରମଣ କରୋନା ପରୀକ୍ଷଣରେ ନିଶ୍ଚିତ ହୋଇ ନ ଥିଲା। ପରେ ନଭେମ୍ବର ୨୭ରେ ସେ ବିଶାଖାପାଟନମ ଯିବାକୁ ଅନୁମତି ପାଇଲେ। ବିଜୟନଗରମରେ ଦ୍ୱିତୀୟ ଥର ପାଇଁ ଆର୍‌ଟିପିସିଆର ପରୀକ୍ଷା ପରେ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

Share