Posted inଫୁରସତ

ଲେମ୍ବୁ , ଲଙ୍କା ପରି ଘର ଆଗରେ ଟଙ୍ଗା ହେଉଛି ନୀଳପାଣି ବୋତଲ: କାହିଁକି ଭାଇରାଲ ହେଉଛି ଏହି ଭିଡିଓ  

ଖରାପ ନଜରୁ  ରକ୍ଷା ପାଇବା ପାଇଁ ଲୋକେ ଘର ବାହାରେ ଲେମ୍ବୁ କିମ୍ବା କଞ୍ଚାଲଙ୍କା ଟାଙ୍ଗିଥାନ୍ତି। ଏହା  କରିବା ଦ୍ୱାରା  ଘର ଉପରେ କୌଣସି ଖରାପ ନଜର ପଡ଼ି ନଥାଏ।   ବର୍ତ୍ତମାନ ସୋସିଆଲ  ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି କ୍ଲିପ୍‌ ପଞ୍ଜାବର ଏକ ଗାଁର ବୋଲି କୁହାଯାଉଛି। ଯେଉଁଠାରେ ଅନେକଙ୍କ  ଘର ବାହାରେ ନୀଳପାଣିଥିବା  ବୋତଲ ଟଙ୍ଗାହୋଇଛି। ତେବେ ଏହା ଶୁଣି ଲାଗୁଥିବ ଏଥିରେ ଏପରି କ’ଣ ଅଛି କାହିଁକି ନୀଳ ବୋତଲ ଟଙ୍ଗାଯାଉଛି।
ତେବେ ଏହି ଭିଡିଓ କରୁଥିବା  ଲୋକଙ୍କୁ  ମଧ୍ୟ ଏ ବିଷୟରେ ଜାଣିବାକୁ ଇଚ୍ଛା ହେଲା ତେଣୁ ସେ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ  ପଚାରିଥିଲେ। ସ୍ଥାନୀୟ ବାସିନ୍ଦା ଜଣଙ୍କ ତାଙ୍କୁ  କହିଥିଲେ, ବୁଲା କୁକୁରମାନଙ୍କ ପାଇଁ ଏହା ଟଙ୍ଗା ଯାଇଛି।  ସେମାନେ ଯେପରି ଘର ଆଗରେ ମଳ ତ୍ୟାଗ  କରିବେ ନାହିଁ  କି ମଇଳା କରିବେ ନାହିଁ।  ତେବେ ଏହା ଟଙ୍ଗାଇବା ଦ୍ୱାରା କୌଶଳ ଫଳପ୍ରଦ ହେଉଛି ବୋଲି ସେମାନେ ଦାବି କରିଛନ୍ତି।
ତେବେ ଏହି ନୀଳ ବୋତଲଗୁଡିକ ଅନେକ ସମୟରେ ଲୋକଙ୍କୁ ଦ୍ୱନ୍ଦରେ ପକାଇଥାଏ। ସମସ୍ତେ ଏହା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି। ନୀଳ ବୋତଲ ସହ କୁକୁରର  ସମ୍ବନ୍ଧ  କ’ଣ । ମାତ୍ର ସଠିକ୍‌ ଘଟଣା ଜଣାପଡ଼ିନାହିଁ।
ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ଏହି ନୀଳପାଣିଥିବା ବୋତଲକୁ ସେଠାକାର କ୍ଲିନର୍ସ ସେମାନଙ୍କୁ ଦେଇଛନ୍ତି।
ଏହି ଭିଡିଓରେ ଅନେକ ପ୍ରକାର କମେଣ୍ଟ ଆସିଛି। କେହିକେହି ଲେଖିଛନ୍ତି, କୁକୁର ଅନ୍ୟସବୁ ରଙ୍ଗ  ଅପେକ୍ଷା ନୀଳ ରଙ୍ଗକୁ ଠିକ୍‌ ଭାବରେ ଦେଖିପାରେ। ତେଣୁ ସେ ନୀଳ ରଙ୍ଗରେ ବିପଦଥିବା ଭାବି ବୋତଲ ଚାରିପାଖରେ ରୁହନ୍ତି ନାହିଁ।  ମାତ୍ର ଏ କଥାରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇ ନାହିଁ।

https://fb.watch/piwzpiGBVz/

 


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାମୀ ନେତାଙ୍କୁ ଆଜି ବି ଝୁରେ ସାନଖେମୁଣ୍ଡି: ସେ ଥିଲେ କୃଷକ ଆନ୍ଦୋଳନର କର୍ଣ୍ଣଧାର

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ...

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ...

‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି...

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

ଜାତୀୟ ପ୍ରେସ୍‌ ଦିବସ: ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ...

ହେଲା କନଫର୍ମ… ଏହିଦିନ ଇସ୍ତଫା ଦେବେ ନୀତୀଶ! ଜାଣନ୍ତୁ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ପାଟନା,୧୫।୧୧: ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପରେ, ଭାଜପା ଏବଂ ଏନଡିଏ ମେଣ୍ଟ ଏକ ବଡ଼...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri