Posted inଫୁରସତ

ଲେମ୍ବୁ , ଲଙ୍କା ପରି ଘର ଆଗରେ ଟଙ୍ଗା ହେଉଛି ନୀଳପାଣି ବୋତଲ: କାହିଁକି ଭାଇରାଲ ହେଉଛି ଏହି ଭିଡିଓ  

ଖରାପ ନଜରୁ  ରକ୍ଷା ପାଇବା ପାଇଁ ଲୋକେ ଘର ବାହାରେ ଲେମ୍ବୁ କିମ୍ବା କଞ୍ଚାଲଙ୍କା ଟାଙ୍ଗିଥାନ୍ତି। ଏହା  କରିବା ଦ୍ୱାରା  ଘର ଉପରେ କୌଣସି ଖରାପ ନଜର ପଡ଼ି ନଥାଏ।   ବର୍ତ୍ତମାନ ସୋସିଆଲ  ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି କ୍ଲିପ୍‌ ପଞ୍ଜାବର ଏକ ଗାଁର ବୋଲି କୁହାଯାଉଛି। ଯେଉଁଠାରେ ଅନେକଙ୍କ  ଘର ବାହାରେ ନୀଳପାଣିଥିବା  ବୋତଲ ଟଙ୍ଗାହୋଇଛି। ତେବେ ଏହା ଶୁଣି ଲାଗୁଥିବ ଏଥିରେ ଏପରି କ’ଣ ଅଛି କାହିଁକି ନୀଳ ବୋତଲ ଟଙ୍ଗାଯାଉଛି।
ତେବେ ଏହି ଭିଡିଓ କରୁଥିବା  ଲୋକଙ୍କୁ  ମଧ୍ୟ ଏ ବିଷୟରେ ଜାଣିବାକୁ ଇଚ୍ଛା ହେଲା ତେଣୁ ସେ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ  ପଚାରିଥିଲେ। ସ୍ଥାନୀୟ ବାସିନ୍ଦା ଜଣଙ୍କ ତାଙ୍କୁ  କହିଥିଲେ, ବୁଲା କୁକୁରମାନଙ୍କ ପାଇଁ ଏହା ଟଙ୍ଗା ଯାଇଛି।  ସେମାନେ ଯେପରି ଘର ଆଗରେ ମଳ ତ୍ୟାଗ  କରିବେ ନାହିଁ  କି ମଇଳା କରିବେ ନାହିଁ।  ତେବେ ଏହା ଟଙ୍ଗାଇବା ଦ୍ୱାରା କୌଶଳ ଫଳପ୍ରଦ ହେଉଛି ବୋଲି ସେମାନେ ଦାବି କରିଛନ୍ତି।
ତେବେ ଏହି ନୀଳ ବୋତଲଗୁଡିକ ଅନେକ ସମୟରେ ଲୋକଙ୍କୁ ଦ୍ୱନ୍ଦରେ ପକାଇଥାଏ। ସମସ୍ତେ ଏହା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି। ନୀଳ ବୋତଲ ସହ କୁକୁରର  ସମ୍ବନ୍ଧ  କ’ଣ । ମାତ୍ର ସଠିକ୍‌ ଘଟଣା ଜଣାପଡ଼ିନାହିଁ।
ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ଏହି ନୀଳପାଣିଥିବା ବୋତଲକୁ ସେଠାକାର କ୍ଲିନର୍ସ ସେମାନଙ୍କୁ ଦେଇଛନ୍ତି।
ଏହି ଭିଡିଓରେ ଅନେକ ପ୍ରକାର କମେଣ୍ଟ ଆସିଛି। କେହିକେହି ଲେଖିଛନ୍ତି, କୁକୁର ଅନ୍ୟସବୁ ରଙ୍ଗ  ଅପେକ୍ଷା ନୀଳ ରଙ୍ଗକୁ ଠିକ୍‌ ଭାବରେ ଦେଖିପାରେ। ତେଣୁ ସେ ନୀଳ ରଙ୍ଗରେ ବିପଦଥିବା ଭାବି ବୋତଲ ଚାରିପାଖରେ ରୁହନ୍ତି ନାହିଁ।  ମାତ୍ର ଏ କଥାରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇ ନାହିଁ।

https://fb.watch/piwzpiGBVz/

 


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?