ଓଏମ୍‌ଜି-୨ର ଦମ୍‌ଦାର ଟ୍ରେଲର ରିଲିଜ୍‌

ଫିଲ୍ମ ‘ଓଏମ୍‌ଜି’ ଏକ ସୁପର-ଡୁପର ହିଟ ଥିଲା। ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଏମ୍‌ଜି-୨ର ଦମ୍‌ଦାର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲର ଦେଖି ବୁଝାପଡୁଛି ଯେ ଏଥର ଫିଲ୍ମରେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଫିଲ୍ମର ଟ୍ରେଲର ଅଗଷ୍ଟ ୨ରେ ରିଲିଜ୍‌ ହେବାର ଥିଲା କିନ୍ତୁ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପରେ ତାଙ୍କ ସମ୍ମାନର୍ଥେ ଏହାକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା।
ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍‌’ର ସିକ୍ୱେଲ ‘ଓଏମ୍‌ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି। ଫିଲ୍ମରେ ଅଳ୍ପ କେତୋଟି ପରିବର୍ତ୍ତନ ସହ ସେନ୍ସର ବୋର୍ଡ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ (ଆଡଲ୍ଟ) ପ୍ରମାଣପତ୍ର ପ୍ରଦାନ କରିଛି। ଫିଲ୍ମଟି ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ। ଭେଟେରାନ୍‌ ପଙ୍କଜ ତ୍ରିପାଠୀ, ଗୋବିନ୍ଦ ନାମଦେବ ଅଭିନୟ କରିଥିବା ଏହି ଫିଲ୍ମରେ ‘ରାମାୟଣ’ ଧାରାବାହିକର ଅରୁଣ ଗୋଭିଲଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ। ଅଭିନେତ୍ରୀ ୟାମୀ ଗୌତମ ଏଥିରେ କାମିନୀ ମାହେଶ୍ୱରୀ ଭୂମିକାରେ ନଜର ଆସିବେ। ଅମିତ ରାଏଙ୍କ ନିର୍ଦ୍ଦେଶିତ ‘ଓଏମ୍‌ଜି ୨’କୁ ‘ୟୁଏ’ ସାର୍ଟିଫିକେଟ ପ୍ରଦାନ କରାଯାଉ ବୋଲି ପ୍ରଯୋଜକ ଭିପୁଲ ଡି. ଶାହା ଆବେଦନ କରିଥିଲେ। କିନ୍ତୁ ଏଥିରେ ଥିବା କେତେକ ଆପତ୍ତିଜନକ ସଂଳାପ ଓ ଦୃଶ୍ୟକୁ ବାଦ୍‌ ଦେବା ପାଇଁ ସେନ୍ସର ବୋର୍ଡ ସର୍ତ୍ତ ବାଢ଼ିଥିଲା। ତେବେ ଫିଲ୍ମର ମୌଳିକତା ନଷ୍ଟ ହେବା ଆଶଙ୍କାରେ ପ୍ରଡକ୍ସନ ହାଉସ୍‌ ମନା କରିଦେଇଥିଲା। ସିବିଏଫ୍‌ସି ଅନୁସାରେ ‘ୟୁଏ’ ପ୍ରମାଣପତ୍ର ପ୍ରଦାନର ଅର୍ଥ ହେଉଛି ୧୨ ବର୍ଷରୁ କମ୍‌ ବୟସର ପିଲା ମଧ୍ୟ ଫିଲ୍ମକୁ ଦେଖିପାରିବେ। ‘ଏ’ ପ୍ରମାଣପତ୍ର ପ୍ରାପ୍ତ ଫିଲ୍ମ ୧୮+ଙ୍କ ପାଇଁ ଉଦ୍ଦିଷ୍ଟ।

 

View this post on Instagram

 

A post shared by Akshay Kumar (@akshaykumar)


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri