Posted inରାଜ୍ୟ

ଦୁଗ୍ଧ ପ୍ରକ୍ରିୟାକରଣ ବୃଦ୍ଧି କରିବ ଓମ୍‌ଫେଡ୍‌: ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବ

ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଓମଫେଡ୍‌ ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ଆହୁରି ଅଧିକ ୨ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବ। ଓମଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଓମ୍‌ଫେଡ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଏହାକୁ ୭ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ଏଥିସହ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମ୍‌ଫେଡ ଗୁଣାତ୍ମକ, ସ୍ବାସ୍ଥ୍ୟକର ଓ ସ୍ୱାଦିଷ୍ଟ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ପଦାର୍ଥ ଯଥା ଛେନାପୋଡ, ଖଟା ଓ ମିଠା ଦହି, ରାବିଡ, ପନିର, ଘିଅ, ଆଇସ୍‌କ୍ରିମ, ଘୋଳ ଦହି, ଲସି, ଓମ୍‌ଫେଡ ପାଉଡର ଆଦି ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବାକୁ ନିଷ୍ପରି ହୋଇଛି। ବିଭିନ୍ନ ଜିଲାର ୨୦ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହି କ୍ଷୀର ଧାରା ଖୋଲାଯିବ। ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ ଏହି କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯିବ। ସଂଗୃହୀତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ନିକଟସ୍ଥ ପ୍ଲାଣ୍ଟକୁ ଯିବ। ଅପରପକ୍ଷେ ସେହିଠାରେ ଓମ୍‌ଫେଡର ସମସ୍ତ ପ୍ରକାର ଉତ୍ପାଦ ବିକ୍ରୟ କରାଯିବ। ଏହା ଦ୍ବାରା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓମଫେଡ୍‌ ଘିଅ ଭୋଗ ଓ ଦୀପରେ ଲାଗି ହେବା ପରେ ଏହାର ଚାହିଦା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଶହୀଦନଗରସ୍ଥିତ ଓମ୍‌ଫେଡର ମୁଖ୍ୟ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜେନେରାଲ ମ୍ୟାନେଜର (ପ୍ରୋଜେକ୍ଟ ଓ ଡିଓ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର୍‌(ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡ.ଜୟକୃଷ୍ଣ ପଟ୍ଟନାୟକ, ଡେପୁଟି ମ୍ୟାନେଜର(ମଟେରିଆଲ ମ୍ୟାନେଜମେଣ୍ଟ ଓ ସିଏସ୍‌ଏସ୍‌) ଡ. ବିଶ୍ବରଞ୍ଜନ ତ୍ରିପାଠୀ, ମାର୍କେଟିଂ ମୁଖ୍ୟ ଡ. ଆଲୋକ ଅଗ୍ନିବେଶ, ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଟି) ମନସ୍ବିନୀ ପଟ୍ଟନାୟକ, ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଟି) ଜିତେନ୍ଦ୍ର ବରାଡ, ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri