Posted inରାଜ୍ୟ

ଦୁଗ୍ଧ ପ୍ରକ୍ରିୟାକରଣ ବୃଦ୍ଧି କରିବ ଓମ୍‌ଫେଡ୍‌: ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବ

ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଓମଫେଡ୍‌ ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ଆହୁରି ଅଧିକ ୨ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବ। ଓମଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଓମ୍‌ଫେଡ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଏହାକୁ ୭ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ଏଥିସହ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମ୍‌ଫେଡ ଗୁଣାତ୍ମକ, ସ୍ବାସ୍ଥ୍ୟକର ଓ ସ୍ୱାଦିଷ୍ଟ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ପଦାର୍ଥ ଯଥା ଛେନାପୋଡ, ଖଟା ଓ ମିଠା ଦହି, ରାବିଡ, ପନିର, ଘିଅ, ଆଇସ୍‌କ୍ରିମ, ଘୋଳ ଦହି, ଲସି, ଓମ୍‌ଫେଡ ପାଉଡର ଆଦି ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବାକୁ ନିଷ୍ପରି ହୋଇଛି। ବିଭିନ୍ନ ଜିଲାର ୨୦ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହି କ୍ଷୀର ଧାରା ଖୋଲାଯିବ। ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ ଏହି କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯିବ। ସଂଗୃହୀତ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ନିକଟସ୍ଥ ପ୍ଲାଣ୍ଟକୁ ଯିବ। ଅପରପକ୍ଷେ ସେହିଠାରେ ଓମ୍‌ଫେଡର ସମସ୍ତ ପ୍ରକାର ଉତ୍ପାଦ ବିକ୍ରୟ କରାଯିବ। ଏହା ଦ୍ବାରା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓମଫେଡ୍‌ ଘିଅ ଭୋଗ ଓ ଦୀପରେ ଲାଗି ହେବା ପରେ ଏହାର ଚାହିଦା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଶହୀଦନଗରସ୍ଥିତ ଓମ୍‌ଫେଡର ମୁଖ୍ୟ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜେନେରାଲ ମ୍ୟାନେଜର (ପ୍ରୋଜେକ୍ଟ ଓ ଡିଓ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର୍‌(ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡ.ଜୟକୃଷ୍ଣ ପଟ୍ଟନାୟକ, ଡେପୁଟି ମ୍ୟାନେଜର(ମଟେରିଆଲ ମ୍ୟାନେଜମେଣ୍ଟ ଓ ସିଏସ୍‌ଏସ୍‌) ଡ. ବିଶ୍ବରଞ୍ଜନ ତ୍ରିପାଠୀ, ମାର୍କେଟିଂ ମୁଖ୍ୟ ଡ. ଆଲୋକ ଅଗ୍ନିବେଶ, ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଟି) ମନସ୍ବିନୀ ପଟ୍ଟନାୟକ, ଆସିଷ୍ଟାଣ୍ଟ ମ୍ୟାନେଜର (ଆଇଟି) ଜିତେନ୍ଦ୍ର ବରାଡ, ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri