ମନ୍ଦିରକୁ ଓମ୍‌ଫେଡ୍‌ ଯୋଗାଉଛି ୬୦ ଟନ୍‌ ଘିଅ

ଭୁବନେଶ୍ୱର,୫ା୧୨(ଅନିଲ ଦାସ):ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ଓମ୍‌ଫେଡ୍‌ ବର୍ଷକୁ ୬୦ ଟନ୍‌ ଘିଅ ଯୋଗାଣ କରୁଛି। ଏହାମଧ୍ୟରେ ଛତିଶଗଡ଼ର ଚନ୍ଦ୍ରହାସିନୀ ମନ୍ଦିର ଥିବା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ ଓ ଘିଅ ଉପତ୍ାଦନ ସଂକ୍ରାନ୍ତରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓମ୍‌ଫେଡ୍‌ ବାର୍ଷିକ ୫ଲକ୍ଷ ୪୦ହଜାର କିଲୋ ଦୁଗ୍ଧ ସଂଗ୍ରହ କରୁଥିବା ବେଳେ ସେଥିରୁ ବାର୍ଷିକ ୧୩୦୪.୧୬ ଟନ୍‌ ଘିଅ ପ୍ରସ୍ତୁତ କରୁଛି। ବର୍ତ୍ତମାନ ବଜାରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ବୀକୃତିପ୍ରାପ୍ତ ବିତରକମାନଙ୍କ ମଧ୍ୟରେ ମୋଟ ୧୨୫୮.୫୩ ଟନ୍‌ ଘିଅ ବିକ୍ରି କରୁଛି। ବିକ୍ରି ହେଉଥିବା ଏହି ଘିଅ ମଧ୍ୟରୁ ୬୦ଟନ୍‌ ଘିଅ ବିଭିନ୍ନ ଦେବାଳୟକୁ ଯାଉଛି। ଦେବାଳୟ ମଧ୍ୟକୁ ଯାଉଥିବା ଘିଅ ମଧ୍ୟରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୩୦ଟନ୍‌ ଘିଅ ଯାଉଥିବାବେଳେ ଛତିଶଗଡର ଚନ୍ଦ୍ରହାସିନୀ ମନ୍ଦିରକୁ୩ଟନ ଘିଅ ଯୋଗାଇ ଦିଆଯାଉଛି। ଅନ୍ୟ ମଧ୍ୟରେ ବଲାଙ୍ଗିରରନୃସିଂହନାଥ ମନ୍ଦିରକୁ ୦.୭ ଟନ, ବରଗଡର କାଳୀ ମନ୍ଦିରକୁ ୧.୮ଟନ,କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦରିକୁ ୦.୧୨ ଟନ, ଜଗସିଂହପୁରରଶାରଳା ମନ୍ଦିରକୁ ୦.୩ ଟନ, ବ୍ରହ୍ମପୁରର ମା’ ବାଳକୁମାରୀ ମନ୍ଦିରକୁ୦.୦୫ ଟନ, କେନ୍ଦୁଝରର ତାରିଣୀ ମନ୍ଦିରକୁ ୦.୦୮ ଟନ, ବାରିପଦାରଜଗନ୍ନାଥ ମନ୍ଦିରକୁ ୦.୧୧ ଟନ, ବାଲେଶ୍ୱରର ଝାଡେଶ୍ୱର ମନ୍ଦିରକୁ୦.୦୫ ଟନ, କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ୦.୦୬ ଟନ ଘିଅଯୋଗାଣ ହେଉଥିବାବେଳେ ଅନ୍ୟାନ୍ୟ ଛୋଟ ଛୋଟ ମନ୍ଦିରକୁ ୨୩.୭ ଟନ ଘିଅ ଓମଫେଡ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri