‘ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ ଓଏମ୍‌ସି’

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଓଏମ୍‌ସି ହେଉଛି ଦେଶର ବୃହତ୍‌ ଏବଂ ଦ୍ରୁତ ଅଭିବୃଦ୍ଧି କମ୍ପାନୀ। ଗତ ଆର୍ଥିକ ବର୍ଷରେ ଏହି କମ୍ପାନୀ ୩୦ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ କରିବା ସହ ଏହାର ବାର୍ଷିକ ଟର୍ନଓଭର ୧୭ ହଜାର କୋଟିରେ ପହଞ୍ଚତ୍ଛି। ଚଳିତ ଆର୍ଥିକ ବର୍ଷରେ ଏଥିରେ ଆହୁରି ବୃଦ୍ଧି ହେବା ସହ ଅନ୍ୟ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଉଦାହରଣ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଲୋକ ସେବା ଭବନଠାରେ ଓଏମ୍‌ସିର ୬୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଏମ୍‌ସିର ସାମାଜିକ କ୍ଷେତ୍ର ବିକାଶ ସର୍ବୋଚ୍ଚ ବୋଲି କହିଛନ୍ତି।
ଓଏମ୍‌ସି ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଦିନରେ ଏହା ନୂତନ ଶିଖରରେ ପହଞ୍ଚତ୍ବା ସହ ଏକ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ। କରୋନା ମହାମାରୀ ବେଳେ ଓଏମ୍‌ସିର ସହଯୋଗକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। କ୍ରୀଡ଼ା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଆଖପାଖ ଅଞ୍ଚଳର ବିକାଶ କ୍ଷେତ୍ରରେ ଓଏମ୍‌ସି ସର୍ବଦା ଗୁରୁତ୍ୱ ଦେଇଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଓଏମ୍‌ସି କୋଇଡ଼ାଠାରେ ସ୍କିଲ୍‌ ଏକାଡେମୀ ପ୍ରତିଷ୍ଠା କରିବା ନେଇ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହିତ ଏବଂ ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ସହ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛି। ଖଣି ନିଗମ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ୨୦୮ କୋଟି ଟଙ୍କା ବ୍ୟୟ କରିବ। ଏହି ଅନୁଷ୍ଠାନଗୁଡ଼ିକୁ ପରିଚାଳନା କରିବା ପାଇଁ ନିଗମ ପକ୍ଷରୁ ବାର୍ଷିକ ୩୦ କୋଟି ଟଙ୍କା ବ୍ୟୟ କରାଯିବ। ଓଏମ୍‌ସିର ଏହି ପଦକ୍ଷେପ ଶିକ୍ଷାର ବିକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଂଶପାଣି, ଉଞ୍ଚାବାଲି ଏବଂ ଖଣ୍ଡବନ୍ଧ ଲୁହାପଥର ଖଣି ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏଥିସହ ୨ଟି ଆଇଟି ମଡ୍ୟୁଲ କମ୍ପ୍ଲିଆନ୍ସ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ଏବଂ ଲିଟିଗେଶନ ମ୍ୟାନେଜ୍‌ମେଣ୍ଟ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୩୯ଜଣ କନିଷ୍ଠ ଆକାଉଣ୍ଟାଣ୍ଟ, ଇଲେକ୍ଟ୍ରିସିଆନଙ୍କୁ ମଧ୍ୟ ନିଯୁକ୍ତିପତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଏମ୍‌ସିର ବିକାଶ ହେଉଛି। ଓଏମ୍‌ସି ଦ୍ୱାରା ହେଉଥିବା ଖଣି ଆଖପାଖ ଅଞ୍ଚଳର ବିକାଶ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଓଏମ୍‌ସି ପକ୍ଷରୁ ଏହାର ୬୭ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନେକ ଶିକ୍ଷାଭିତ୍ତିକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନଠାରେ ଓଏମ୍‌ସିର ଆନ୍ଥେମର ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri