ଖର୍ଚ୍ଚ ହେଉଛି, ମିଳୁନି ପାଣି

ଯାଜପୁର ଅଫିସ,୪ା୨: ରାଜ୍ୟର ଖଣି ପ୍ରଭାବିତ ୬ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ୨୦ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ୪୪୨୩.୩୭ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଗତ ଜାନୁୟାରୀ ୩୧ ସୁଦ୍ଧା ୩୧୦୦.୫୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ସେଥିରୁ ୨୬୯୧.୩୮ କୋଟି(୮୭%) ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଯାଏ ସମ୍ପୃକ୍ତ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାଣି ଟିକେ ମିଳି ପାରିନାହିଁ। ଏହିସବୁ ମେଗା ପ୍ରକଳ୍ପରେ ନିୟୋଜିତ ଅଣଓଡ଼ିଆ ଠିକାସଂସ୍ଥା ଏନ୍‌ସିସି(ନାଗାର୍ଜୁନ କନ୍‌ଷ୍ଟ୍ରକ୍ସନ କମ୍ପାନୀ), ଏଲଆଣ୍ଡଟି, ଭୋଲ୍‌ଟାସ ଏବଂ ମେଘା ଇଞ୍ଜିନିୟର ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଃ(ମେଲ) ସଂସ୍ଥା କର୍ତ୍ତୃପକ୍ଷ କାହାରି କଥାକୁ ଶୁଣୁ ନ ଥିବାରୁ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ସହ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।
୨୦୧୭ରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଏମ୍‌ବିଏଡିସି ଗଠିତ ହୋଇଛି। ଓଏମ୍‌ବିଏଡିସି ଅର୍ଥକୁ ମୁଖ୍ୟତଃ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଓଭରସାଇଟ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିରେ ପାନୀୟ ଜଳ ଯୋଗାଣ, ଶିକ୍ଷା (ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ (ଅଙ୍ଗନଓ୍ବାଡି କେନ୍ଦ୍ର ସମେତ), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ରହିଛି। ଏହିକ୍ରମରେ ଖଣି ପ୍ରଭାବିତ ଅନୁଗୋଳ, ମୟୂରଭଞ୍ଜ, କୋରାପୁଟ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ୨୦୧୮ରୁ ପର୍ଯ୍ୟାୟକ୍ରମେ ୨୦ଟି ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି।

କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ନିର୍ମାଣାଧୀନ ପ୍ରକଳ୍ପ ପାଇଁ ୩୨୧.୩୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ଠିକାସଂସ୍ଥା ଏନ୍‌ସିସିକୁ ୨୨୩.୨୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ସମସ୍ତ ରିଲିଜ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ହେଁ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସେହିପରି ଚମ୍ପୁଆ, ଝୁମ୍ପୁରା ଓ ବଂଶପାଳ ପ୍ରକଳ୍ପରେ ୨୧୦ କୋଟି, ହରିଚନ୍ଦନପୁର, ଘଟଗାଁ, ତେଲକୋଇ, ପାଟଣା ଓ ପାଲଲହଡ଼ା ପ୍ରକଳ୍ପରେ ୮୬୩.୧୪ କୋଟି, ରାଇରଙ୍ଗପୁର ପ୍ରକଳ୍ପରେ ୧୪୬.୦୩ କୋଟି, କୁସୁମୀ ପ୍ରକଳ୍ପରେ ୧୫୩.୦୯ କୋଟି, ଯଶିପୁର ବ୍ଲକ ପ୍ରକଳ୍ପରେ ୧୬୧.୧୮ କୋଟି, ହେମଗିରି ପ୍ରକଳ୍ପରେ ୯୭.୩୨ କୋଟି, କୁତ୍ରା ପ୍ରକଳ୍ପରେ ୧୦୯.୫୩ କୋଟି, ରାଜଗାଙ୍ଗପୁର ପ୍ରକଳ୍ପରେ ୮୧.୦୨ କୋଟି, ଗୁରୁଣ୍ଡିଆ ପ୍ରକଳ୍ପରେ ୩୩.୬୯ କୋଟି, କୋଇଡ଼ା ପ୍ରକଳ୍ପରେ ୧୧.୧୫ କୋଟି, ଲହୁଣୀପଡା ପ୍ରକଳ୍ପରେ ୨୧ କୋଟି, କୁଆଁରମୁଣ୍ଡା ପ୍ରକଳ୍ପରେ ୩୯.୫୦ କୋଟି, ନୂଆଗାଁ ପ୍ରକଳ୍ପରେ ୭୬ କୋଟି, ସୁକିନ୍ଦା-୧ ପ୍ରକଳ୍ପରେ ୩୮.୪୭ କୋଟି, ସୁକିନ୍ଦା-୨ ପ୍ରକଳ୍ପରେ ୮୭.୧୮ କୋଟି, ସୁନ୍ଦରଗଡ଼ ଜିଲାର ୧୨୨ଟି ଗ୍ରାମ ପାଇଁ ପ୍ରକଳ୍ପରେ ୧୪୨.୧୯ କୋଟି, କେନ୍ଦୁଝର ଜିଲାର ୧୧୫ ଗ୍ରାମ ପ୍ରକଳ୍ପରେ ୭୭ କୋଟି, ସୁନ୍ଦରଗଡ଼ ଜିଲାର ବିଶ୍ରା, ଲାଠିକଟା, ବଣେଇ ପ୍ରକଳ୍ପରେ ୩୭.୧୮ କୋଟି ଏବଂ ଲେଫ୍ରିପଡ଼ା, ଟାଙ୍ଗରପାଲି, ସୁନ୍ଦରଗଡ଼, ବଡ଼ଗାଁ, ସବ୍‌ଡ଼େଗା ଓ ବାଲିଶଙ୍କରା ପ୍ରକଳ୍ପରେ ୮୩.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଉପରୋକ୍ତ ତଥ୍ୟକୁ ଅବଲୋକନ କଲେ ଓଏମ୍‌ବିଏଡିସିରେ ପାଣ୍ଠି ଖର୍ଚ୍ଚ ହେଉଥିଲେ ମଧ୍ୟ ଗତ ୪ ବର୍ଷ ହେଲା ପ୍ରଶାସନିକ ଉଦାସୀନତା କାରଣରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି।
ଖଣି ପ୍ରଭାବିତ ଅଞ୍ଚଳରେ ଭୂତଳ ଜଳରେ ଆଇରନ ଏବଂ ଟୋଟାଲ କୋଲିଫର୍ମ(ଟିସି) ଓ ଫେକାଲ କୋଲିଫର୍ମ(ଏଫ୍‌ସି) ଅଂଶ ଆବଶ୍ୟକତାଠାରୁ ବହୁ ଅଧିକ ରହିଥିବା ସରକାରୀ ଭାବେ ଜଣାପଡିଛି, ଯାହାକି ପାନୀୟ ଉପଯୋଗୀ ନୁହେଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୨୦୧୮ ଏପ୍ରିଲ ଏବଂ ଅକ୍ଟୋବର ମାସରେ ଯାଜପୁର ଜିଲାର ଖଣି ଅଞ୍ଚଳ କାଳିଆପାଣି, ଟିସ୍କୋ, ସାରୁଆବିଲ ଓ କମର୍ଦ୍ଦା ନିକଟରୁ ସଂଗୃହୀତ ଭୂତଳ ଜଳ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଥିଲା। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳର ଶତାଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଛନ୍ତି । ତେଣୁ ଖଣି ପ୍ରଭାବିତ ଅଞ୍ଚଳବାସୀ ସ୍ବଚ୍ଛ ପାଣିକୁ ନେଇ ଚିନ୍ତାରେ ଅଛନ୍ତି। ଏନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଧର୍ମଘଟକୁ ମଧ୍ୟାହ୍ନଭୋଜନ ପାଚିକା, ସହାୟିକାଙ୍କ ସମର୍ଥନ

ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri