ଖର୍ଚ୍ଚ ହେଉଛି, ମିଳୁନି ପାଣି

ଯାଜପୁର ଅଫିସ,୪ା୨: ରାଜ୍ୟର ଖଣି ପ୍ରଭାବିତ ୬ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ୨୦ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ୪୪୨୩.୩୭ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଗତ ଜାନୁୟାରୀ ୩୧ ସୁଦ୍ଧା ୩୧୦୦.୫୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ସେଥିରୁ ୨୬୯୧.୩୮ କୋଟି(୮୭%) ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଯାଏ ସମ୍ପୃକ୍ତ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାଣି ଟିକେ ମିଳି ପାରିନାହିଁ। ଏହିସବୁ ମେଗା ପ୍ରକଳ୍ପରେ ନିୟୋଜିତ ଅଣଓଡ଼ିଆ ଠିକାସଂସ୍ଥା ଏନ୍‌ସିସି(ନାଗାର୍ଜୁନ କନ୍‌ଷ୍ଟ୍ରକ୍ସନ କମ୍ପାନୀ), ଏଲଆଣ୍ଡଟି, ଭୋଲ୍‌ଟାସ ଏବଂ ମେଘା ଇଞ୍ଜିନିୟର ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଃ(ମେଲ) ସଂସ୍ଥା କର୍ତ୍ତୃପକ୍ଷ କାହାରି କଥାକୁ ଶୁଣୁ ନ ଥିବାରୁ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ସହ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।
୨୦୧୭ରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଏମ୍‌ବିଏଡିସି ଗଠିତ ହୋଇଛି। ଓଏମ୍‌ବିଏଡିସି ଅର୍ଥକୁ ମୁଖ୍ୟତଃ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଓଭରସାଇଟ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିରେ ପାନୀୟ ଜଳ ଯୋଗାଣ, ଶିକ୍ଷା (ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ (ଅଙ୍ଗନଓ୍ବାଡି କେନ୍ଦ୍ର ସମେତ), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ରହିଛି। ଏହିକ୍ରମରେ ଖଣି ପ୍ରଭାବିତ ଅନୁଗୋଳ, ମୟୂରଭଞ୍ଜ, କୋରାପୁଟ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ୨୦୧୮ରୁ ପର୍ଯ୍ୟାୟକ୍ରମେ ୨୦ଟି ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି।

କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ନିର୍ମାଣାଧୀନ ପ୍ରକଳ୍ପ ପାଇଁ ୩୨୧.୩୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ଠିକାସଂସ୍ଥା ଏନ୍‌ସିସିକୁ ୨୨୩.୨୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ସମସ୍ତ ରିଲିଜ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ହେଁ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସେହିପରି ଚମ୍ପୁଆ, ଝୁମ୍ପୁରା ଓ ବଂଶପାଳ ପ୍ରକଳ୍ପରେ ୨୧୦ କୋଟି, ହରିଚନ୍ଦନପୁର, ଘଟଗାଁ, ତେଲକୋଇ, ପାଟଣା ଓ ପାଲଲହଡ଼ା ପ୍ରକଳ୍ପରେ ୮୬୩.୧୪ କୋଟି, ରାଇରଙ୍ଗପୁର ପ୍ରକଳ୍ପରେ ୧୪୬.୦୩ କୋଟି, କୁସୁମୀ ପ୍ରକଳ୍ପରେ ୧୫୩.୦୯ କୋଟି, ଯଶିପୁର ବ୍ଲକ ପ୍ରକଳ୍ପରେ ୧୬୧.୧୮ କୋଟି, ହେମଗିରି ପ୍ରକଳ୍ପରେ ୯୭.୩୨ କୋଟି, କୁତ୍ରା ପ୍ରକଳ୍ପରେ ୧୦୯.୫୩ କୋଟି, ରାଜଗାଙ୍ଗପୁର ପ୍ରକଳ୍ପରେ ୮୧.୦୨ କୋଟି, ଗୁରୁଣ୍ଡିଆ ପ୍ରକଳ୍ପରେ ୩୩.୬୯ କୋଟି, କୋଇଡ଼ା ପ୍ରକଳ୍ପରେ ୧୧.୧୫ କୋଟି, ଲହୁଣୀପଡା ପ୍ରକଳ୍ପରେ ୨୧ କୋଟି, କୁଆଁରମୁଣ୍ଡା ପ୍ରକଳ୍ପରେ ୩୯.୫୦ କୋଟି, ନୂଆଗାଁ ପ୍ରକଳ୍ପରେ ୭୬ କୋଟି, ସୁକିନ୍ଦା-୧ ପ୍ରକଳ୍ପରେ ୩୮.୪୭ କୋଟି, ସୁକିନ୍ଦା-୨ ପ୍ରକଳ୍ପରେ ୮୭.୧୮ କୋଟି, ସୁନ୍ଦରଗଡ଼ ଜିଲାର ୧୨୨ଟି ଗ୍ରାମ ପାଇଁ ପ୍ରକଳ୍ପରେ ୧୪୨.୧୯ କୋଟି, କେନ୍ଦୁଝର ଜିଲାର ୧୧୫ ଗ୍ରାମ ପ୍ରକଳ୍ପରେ ୭୭ କୋଟି, ସୁନ୍ଦରଗଡ଼ ଜିଲାର ବିଶ୍ରା, ଲାଠିକଟା, ବଣେଇ ପ୍ରକଳ୍ପରେ ୩୭.୧୮ କୋଟି ଏବଂ ଲେଫ୍ରିପଡ଼ା, ଟାଙ୍ଗରପାଲି, ସୁନ୍ଦରଗଡ଼, ବଡ଼ଗାଁ, ସବ୍‌ଡ଼େଗା ଓ ବାଲିଶଙ୍କରା ପ୍ରକଳ୍ପରେ ୮୩.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଉପରୋକ୍ତ ତଥ୍ୟକୁ ଅବଲୋକନ କଲେ ଓଏମ୍‌ବିଏଡିସିରେ ପାଣ୍ଠି ଖର୍ଚ୍ଚ ହେଉଥିଲେ ମଧ୍ୟ ଗତ ୪ ବର୍ଷ ହେଲା ପ୍ରଶାସନିକ ଉଦାସୀନତା କାରଣରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି।
ଖଣି ପ୍ରଭାବିତ ଅଞ୍ଚଳରେ ଭୂତଳ ଜଳରେ ଆଇରନ ଏବଂ ଟୋଟାଲ କୋଲିଫର୍ମ(ଟିସି) ଓ ଫେକାଲ କୋଲିଫର୍ମ(ଏଫ୍‌ସି) ଅଂଶ ଆବଶ୍ୟକତାଠାରୁ ବହୁ ଅଧିକ ରହିଥିବା ସରକାରୀ ଭାବେ ଜଣାପଡିଛି, ଯାହାକି ପାନୀୟ ଉପଯୋଗୀ ନୁହେଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୨୦୧୮ ଏପ୍ରିଲ ଏବଂ ଅକ୍ଟୋବର ମାସରେ ଯାଜପୁର ଜିଲାର ଖଣି ଅଞ୍ଚଳ କାଳିଆପାଣି, ଟିସ୍କୋ, ସାରୁଆବିଲ ଓ କମର୍ଦ୍ଦା ନିକଟରୁ ସଂଗୃହୀତ ଭୂତଳ ଜଳ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଥିଲା। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳର ଶତାଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଛନ୍ତି । ତେଣୁ ଖଣି ପ୍ରଭାବିତ ଅଞ୍ଚଳବାସୀ ସ୍ବଚ୍ଛ ପାଣିକୁ ନେଇ ଚିନ୍ତାରେ ଅଛନ୍ତି। ଏନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri