Posted inଜାତୀୟ

ଥରିଲା ଉତ୍ତର ଭାରତ: କମ୍ବଳ ନେଇ ଦୌଡିଲେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୧୩ ।୨: ଦିଲ୍ଲୀ-ଏନ୍‌ସିଆର୍ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଶୁକ୍ରବାର ରାତିରେ ଭୂକମ୍ପ ଝଟ୍‌କାରେ ଥରି ଉଠିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ଜଣାପଡିଥିଲା । ଏହାର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଭୂମିଠାରୁ ପାଖାପାଖି ୯୦ କିଲୋମିଟର ଗଭିରରେ ଥିଲା । ତେବେ ଭୂକମ୍ପ ପ୍ରଭାବରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସିଂ ଜରିଆରେ ସିକାଗୋ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହ କଥା ହେଉଥିଲେ । ଆଉ ଭୂକମ୍ପ ହେବା ପରେ ରାହୁଲ କହିଥିଲେ କୋଠରି ଦୋହଲୁଛି ବୋଲି । ଅନ୍ୟପଟେ ନ୍ୟାଶନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଭୂକମ୍ପ ହେଉଥିବା ଜାଣିପାରି ଘର ବାହାରକୁ ବାହାରି ଆସିଥିଲେ । ଏହାପରେ ଏବେ ସେ ଟୁଇଟ୍ କରି କହିଛନ୍ତି ଯେ ୨୦୦୫ ପରେ ଶ୍ରୀନଗରରେ ଭୂକମ୍ପର ଝଟକା ଅନୁଭବ କଲି । ହେଲେ ମୁଁ କିଛି ନ ବୁଝି କମ୍ବଳ ଧରିବାହାରକୁ ବାହାରି ଆସିଲି । ଏମିତିକି ନିଜ ଫୋନ୍ ଆଣିବାକୁ ବି ଭୁଲିଗଲି । ସେଥିପାଇଁ ଯେତେବେଳେ ଭୂକମ୍ପ ହେଉଥିଲା ସେତେବେଳେ ମୁଁ ‘ଭୂକମ୍ପ’ ଟୁଇଟ୍ କରିପାରିଲି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ, ବଜେଟ ଉପସ୍ଥାପନ ପୂର୍ବରୁ ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ...

୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା

ଅହମ୍ମଦାବାଦ୍‌,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଗୁଜରାଟର ମେହସଣା ପଞ୍ଚାୟତର ନିଷ୍ପତ୍ତି ଏହି ଯୋଜନାରେ...

ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ହେଲେ ପିନାରାଇ ବିଜୟନ

ଥିରୁଭାନନ୍ତପୁରମ୍‌,୨୦।୫: ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ଭାବରେ ପିନାରାଇ ବିଜୟନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ...

୭ କରୋନା ସନ୍ଦିଗ୍ଧ ନିଖୋଜ

ଲୁଧିଆନା,୧୪ା୩(ପି.ଟି.): କରୋନା ସଂକ୍ରମିତ ଦେଶରୁ ଫେରିଥିବା ପଞ୍ଜାବ ଲୁଧିଆନା ଜିଲାର ୭ ଜଣଙ୍କ ପତ୍ତା ମିଳୁନାହିଁ। ଯଦି ସେମାନେ କରୋନା ସଂକ୍ରମିତ ହୋଇଥିବେ ତେବେ ଏହି...

କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ...

ଭାରତରେ ଜଣେ କରୋନା ସଂକ୍ରମିତଙ୍କ ଦ୍ୱାରା ୪ ସୁସ୍ଥ ଲୋକଙ୍କୁ ସଂକ୍ରମଣ ହେବା ଆଶଙ୍କା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସାମାଜିକ ଦୂରତା ପାଇଁ ଏଭଳି କରାଯାଇଛି। ଏହାଦ୍ୱାରା ସଂକ୍ରମଣର ଆଶଙ୍କା କମ୍‌...

ତାମିଲନାଡୁରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୩୧।୫: ପଞ୍ଜାବ ପରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତାମିଲନାଡୁରେ ସମସ୍ତ ଜିଲାକୁ ୮ଟି ଜୋନ୍‌ରେ ବିଭକ୍ତ...

କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୯: ଗୋଆର କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବାକୁ ନେଇ ସୁପ୍ରିମକୋର୍ଟ ସ୍ଥଗିତଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନ୍‌ଶୁକ୍ରବାର ହେବ। ପରିବେଶ ନିୟମ...

Advertisement
Archives

Model This Week