କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର ସୁପରିଚିତ ତଥା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପ୍ରସ୍ତୁତି ଚଳାଇଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଭାଗ ନେବା ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଶିଳ୍ପୀମାନେ ନିଜର କଳାକୃତି ପ୍ରସ୍ତୁତ କରିଥାନ୍ତି। ଏଥିରେ ଦେଶବିଦେଶର ବହୁ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥାନ୍ତି।
ଶ୍ରୀ ସାହୁ ୨୦୧୭ ମସିହାଠାରୁ ପ୍ରତିବର୍ଷ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ନିଜର କଳାକୌଶଳ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ଗୌରବମୟ ଉତ୍ସବରେ ଭାଗ ନେବାକୁ ସେ ଆଶାବାଦୀ ଅଛନ୍ତି। ଏଥିପାଇଁ ସେ ଓଡ଼ିଶାର ଗୌରବମୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଆଧାର କରି ନୂତନ ବାଲୁକା କଳା ସୃଷ୍ଟି କରିବା ନିମନ୍ତେ ନିରନ୍ତର ଅଭ୍ୟାସ ଜାରି ରଖିଛନ୍ତି।
କଳା ମାଧ୍ୟମରେ ଓଡ଼ିଶାର ଗୌରବ ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ହିଁ ତାଙ୍କର ଲକ୍ଷ୍ୟ ବୋଲି ବାଲୁକା କଳା ଶିଳ୍ପୀ ଓମ ପ୍ରକାଶ କହିଛନ୍ତି।