Posted inଖେଳ

ପୁଣି ଦେଖାହେବ ଲସ୍‌ ଏଞ୍ଜେଲ୍ସରେ

ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ପୁଣି ଦେଖାହେବ ଲସ୍‌ ଏଞ୍ଜେଲ୍ସରେ। ଏହି ବାର୍ତ୍ତା ଉଦ୍‌ଯାପନୀ ସମାରୋହରେ ଉଦ୍‌ଭାଷିତ ହୋଇଛି। କାରଣ ପ୍ରତିଯୋଗିତାର ପରବର୍ତ୍ତୀ ସଂସ୍କରଣ ୨୦୨୮ରେ ଲସ୍‌ ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଏହା ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଫଳରେ ପରମ୍ପରା ଅନୁସାରେ ଉଦ୍‌ଯାପନୀ ଉତ୍ସବରେ ପ୍ୟାରିସ୍‌ କର୍ତ୍ତୃପକ୍ଷ ଲସ୍‌ ଏଞ୍ଜେଲ୍ସ କର୍ମକର୍ତ୍ତାଙ୍କୁ ଅଲିମ୍ପିକ୍‌ ପତାକା ହସ୍ତାନ୍ତର କରିଛନ୍ତି। ପ୍ୟାରିସ୍‌ରେ ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହ ଅଗଷ୍ଟ ୧୧ରେ ସମାପ୍ତ ହୋଇଛି। ଉଦ୍‌ଘାଟନୀରେ ଡ୍ରାଗ୍‌ କୁଇନଙ୍କ ନୃତ୍ୟ ଆଦି ବିବାଦୀୟ କାର୍ଯ୍ୟକ୍ରମ ବିଶେଷ ଚର୍ଚ୍ଚାରେ ରହିଥିବାବେଳେ ଉଦ୍‌ଯାପନୀରେ ବିଲି ଏଲିଶ୍‌, ସ୍ନୁପ ଡଗ୍‌ ଓ ରେଡ୍‌ ହଟ୍‌ ଚିଲି ପେପର୍ସଙ୍କ କାର୍ଯ୍ୟକ୍ରମ ସ୍ମରଣୀୟ ସ୍ମୃତି ଛାଡ଼ିଛି। ପ୍ୟାରିସ୍‌ ଅଲିମ୍ପିକ୍ସ ଆୟୋଜକ ପରମ୍ପରାରୁ ହଟି ନୂଆ ଢଙ୍ଗରେ କେତେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ମଧ୍ୟରେ ସେନ୍‌ ନଦୀରେ ଉଦ୍‌ଘାଟନୀ ସମାରୋହ ଏବଂ ଅନ୍ତିମ ଦିବସରେ ପୁରୁଷ ମାରାଥନ ସ୍ଥାନରେ ମହିଳା ମାରାଥନ ଆୟୋଜନ ଅନ୍ୟତମ। ଏଥର ଅଲିମ୍ପିକ୍ସରେ କ୍ରୀଡ଼ା ମହାଶକ୍ତି ଆମେରିକାକୁ କଡ଼ା ଟକ୍କର ଦେଇଥିଲା ଚାଇନା। ମାତ୍ର ଶେଷରେ ଆମେରିକା ପଦକ ତାଲିକାର ଶୀର୍ଷରେ ରହିଥିଲା। ଉଦ୍‌ଯାପନୀର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମନମୁଗ୍‌ଧକର ଥିଲା।

ପ୍ୟାରିସ୍‌,୧୨। ୮: କ୍ରୀଡା ମହାକୁମ୍ଭ ପ୍ୟାରିସ୍‌ ୨୦୨୪ ରବିବାର ଉଦ୍‌ଯାପିତ ହୋଇଛି। ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି କ୍ରୀଡା ଇଭେଣ୍ଟ ଷ୍ଟାଡ ଡି ଫ୍ରାନ୍ସରେ ସମାପିତ ହୋଇଛି। ପ୍ରଥମେ ଟୁଲେରିସ୍‌ ଗାର୍ଡେନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାହୋ ଡି ସଗାଜାନ ନିଜ ଟ୍ରୁପ୍‌ ସହିତ ଫ୍ରେଞ୍ଚ ସଙ୍ଗୀତ ପରିବେଷଣ କରିଥିଲେ। ୪ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଫ୍ରାନ୍ସ ସନ୍ତରଣକାରୀ ଲିଓନ ମର୍ଚାଣ୍ଡ ଟୁଲେରିସ୍‌ ଗାର୍ଡେନରୁ ଅଲିମ୍ପିକ୍‌ ଫ୍ଲେମ୍‌ ସହ ଷ୍ଟାଡ ଡି ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମ୍ୟାକ୍‌ରଁ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍‌ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ସ୍ଥାନୀୟ ଅର୍କେଷ୍ଟ୍ରା ‘ଡିଭୋଟି ମେଣ୍ଟାଲ’ ପକ୍ଷରୁ ଏକ ଭାୟୋଲିନ୍‌ କାର୍ଯ୍ୟକ୍ରମ ସହିତ ସମସ୍ତ ଦଳର ପତାକା ବାହକ ମାନେ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ପ୍ରଥମେ ଗ୍ରୀସ୍‌ ଓ ରିଫ୍ୟୁଜି ଟିମ୍‌ ପ୍ରବେଶ କରିଥିଲେ। ପରେ ଅନ୍ୟ ସମସ୍ତ ଦେଶର ପତାକା ବାହକ ପ୍ରବେଶ କରିଥିଲେ। ଶେଷରେ ସମସ୍ତ ଦଳର ଆଥଲେଟ ମାନେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିଥିଲେ। ଶୁଟର ମନୁ ଭାକର ଓ ହକି ଖେଳାଳି ପି.ଆର. ଶ୍ରୀଜେଶ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri