Categories: Home Leftଖେଳ

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮ ଲସ୍‌ଏଞ୍ଜେଲ୍ସ ସମର ଗେମ୍ସରେ ଭାଗ ନେଇ ପାରିବେ ନାହିଁ।

ବୁଲଗେରିଆର ଏହି ୨୯ ବର୍ଷୀୟଙ୍କର ଗତବର୍ଷ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ମେଷ୍ଟରଲୋନ୍‌ ନାମକ ଏକ ନାନାବୋଲିକ୍‌ ଷ୍ଟେରଏଡ୍‌ ଠାବ ହେବାରୁ ୨୦୨୯ ନଭେମ୍ବର ପର୍ଯ୍ୟନ୍ତ ୪ବର୍ଷ ବାସନ୍ଦ କରାଯାଇଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ମେଷ୍ଟରୋଲୋନ୍‌ ଏହାର ଶକ୍ତିଶାଳି ଏେଣ୍ଡ୍ରୋଜେନିକ୍‌ ଗୁଣ ପାଇଁ ପରିଚିତ, ଯାହାକି ଶରୀରରେ ପୁରୁଷ ଟେଷ୍ଟୋଷ୍ଟେରନ ସ୍ତର ବୃଦ୍ଧି କରି ପୁରୁଷ ଯୌନ କ୍ଷମତା ବୃଦ୍ଧିରେ ସହାୟକ ହୋଇଥାଏ। ଆନ୍ଦ୍ରିଭ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ୭୩-କେଜି ଶ୍ରେଣୀରେ ବ୍ରୋଞ୍ଜ ଜିତିଥିଲେ। ପୂର୍ବରୁ ୨୦୨୧ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ସେ ସମାନ ଇଭେଣ୍ଟରେ ୫ମ ସ୍ଥାନ ଅଧିକାର କରିଥିଲେ। ଡୋପିଙ୍ଗ ଦଣ୍ଡ ଦ୍ୱାରା କିନ୍ତୁ ତାଙ୍କ ଅଲିମ୍ପିକ ପଦକକୁ ପ୍ରଭାବିତ କରିବ ନାହିଁ।

ସେ ଚାହିଲେ ରୁଲିଂ ବିରୋଧରେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ଆବେଦନ କରିପାରିବେ। ଆନ୍ଦ୍ରିଭ ୨୦୧୪ ୟୁଥ୍‌ ଅଲିମ୍ପିକ ଗେମ୍ସରେ ସ୍ବର୍ଣ୍ଣ ଏବଂ ସେ ଦୁଇଥର ୟୁରୋପିଆନ ଚାମ୍ପିୟନ ହୋଇପାରିଛନ୍ତି।

Share