Posted inଖେଳ

ପକ୍ଷାଘାତରୁ ଅଲିମ୍ପିକ୍ସ ପଦକ

ଚାଟେରକ୍ସ,୩ା୮: ଗୁଆଟେମାଲା ପାଇଁ ଟ୍ରାପ୍‌ ଶୁଟିଂରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଆଟେମାଲା ଦେଶ ପକ୍ଷରୁ ଏହା ତୃତୀୟ ଅଲିମ୍ପିକ୍ସ ପଦକ ହୋଇଥିବା ବେଳେ ବିଜେତା ଆଡ୍ରିଆନା ରୁଆନୋ ଅଲିଭାଙ୍କ ପାଇଁ ଏହା ଏକ ସ୍ମରଣୀୟ ଯାତ୍ରା। ଏକଦା ପକ୍ଷାଘାତର ଶିକାର ହୋଇଥିବା ଏହି ଆଥ୍‌ଲେଟ ଜଣକ ଟ୍ରାପ୍‌ ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆରମ୍ଭରୁ ଜିମ୍ନାଷ୍ଟିକ୍ସ ପ୍ରତି ଆଡ୍ରିଆନାଙ୍କ ରହିଥିଲା ଅହେତୁକ ଦୁର୍ବଳତା। ତେବେ ଅଭ୍ୟାସ ସମୟରେ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ପକ୍ଷାଘାତର ଶିକାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସୁସ୍ଥ ହୋଇଥିଲେ। ତେବେ ମେରୁଦଣ୍ଡର ୬ଟି ସ୍ଥାନରେ ଆଘାତ କାରଣରୁ ସେ ଆଉ ଜିମ୍ନାଷ୍ଟିକ୍ସ ଅଭ୍ୟାସ କରିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ଆଡ୍ରିଆନା ଶୁଟିଂକୁ ଚୟନ କରିବା ସହ ଇତିହାସ ରଚିଛନ୍ତି।

ସ୍କୁଲ ସମୟରୁ ଆଡ୍ରିଆନା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍‌ରେ ସକ୍ରିୟ ରହିଥିଲେ। ଏପରି କି ଆଘାତ ପରେ ମଧ୍ୟ ସେ କ୍ରୀଡ଼ା ସହ ଯୋଡ଼ି ହୋଇ ରହିବାକୁ ଚାହିଁଥିଲେ। ତେବେ ସେ କେବଳ ଶୁଟିଂରେ ଭାଗ ନେଇପାରିବେ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଜଣେ ଭାଇଙ୍କ ସାଙ୍ଗ ସ୍କିଟ୍‌ ଶୁଟର ରହିଥିବା ବେଳେ ତାଙ୍କ ସହାୟତାରେ ଅଭ୍ୟାସ ଆରମ୍ଭ କରିଥିଲେ ଆଡ୍ରିଆନା। ଆରମ୍ଭରୁ ସେ ଶୁଟିଂ ପ୍ରତି ଆଦୌ ଆଗ୍ରହୀ ନ ଥିଲେ। ମାନସିକ ଦୁଶ୍ଚିନ୍ତାରୁ ନିଜକୁ ଦୂରେଇ ରଖିବା ପାଇଁ ଶୁଟିଂକୁ ଅଭ୍ୟାସ କରିଥିବା ଆଡ୍ରିଆନା ୨୦୨୦ରେ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ତେବେ ଏହା ପୂର୍ବରୁ ୨୦୧୬ ରିଓ ଡି ଜେନେରିଓରେ ସେ ଜଣେ ଭଲ୍ୟୁଣ୍ଟର ଭାବରେ ଅଂଶଗ୍ରହଣ କରିଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅନ୍ତିମ ସ୍ଥାନରେ ରହିଥିଲେ ମଧ୍ୟ କଠିନ ପରିଶ୍ରମ କରି ୩ ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏପରି କି ଅଲିମ୍ପିକ ଗେମ୍ସର ୪ ସପ୍ତାହ ପୂର୍ବରୁ ଆଡ୍ରିଆନାଙ୍କ ପିତାଙ୍କ ପରଲୋକ ହୋଇଥିଲା। ତେବେ ସମସ୍ତ ଦୁଃଖକୁ ପଛରେ ପକାଇ ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ସ୍ପାନିଶ ଟେନିସ୍‌ ତାରକା ରାଫେଲ ନାଡାଲଙ୍କୁ ସେ ନିଜର ଆଦର୍ଶ ମନେକରନ୍ତି ବୋଲି କୁହନ୍ତି ଆଡ୍ରିଆନା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri