Posted inଖେଳ

ଅଲିମ୍ପିକ୍ସ ହକି: କ୍ୱାର୍ଟରରେ ଭାରତୀୟ ପୁରୁଷ ଦଳ

ଟୋକିଓ, ୩୦।୭: ଟୋକିଓ ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ପୁଲ୍‌- ଏ ମ୍ୟାଚ୍‌ରେ ଭାରତ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଅନ୍ତିମ ୨ ମିନିଟ୍‌ରେ ଭାରତ ଦୁଇଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଚକ୍‌ମା ଦେଇଛି। ଏପର୍ଯ୍ୟନ୍ତ ଭାରତ ୪ଟି ମ୍ୟାଚ୍‌ ଖେଳି ତୃତୀୟ ବିଜୟ ହାସଲ କରି ପୁଲ୍‌ ଏ’ରେ ତା’ର ଦ୍ୱିତୀୟ ସ୍ଥାନ ପକ୍କା କରିଛି। ଭାରତ କେବଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ପୁଲ୍‌-ଏ’ରେ ୬ଟି ଦଳ ସାମିଲ ଥିବାବେଳେ ଆର୍ଜେଣ୍ଟିନା ପଞ୍ଚମ ସ୍ଥାନରେ ରହି ସଂଘର୍ଷ କରୁଛି। କ୍ୱାର୍ଟର ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଏବେ ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ନ୍ୟୁଜିଲାଣ୍ଡକୁ ହରାଇବା ଅପରିହାର୍ଯ୍ୟ ହୋଇପଡିଛି। ପୁଲ୍‌-ଏ ଓ ବି’ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଭାରତ ଏବେ ତା’ର ଫାଇନାଲ ପୁଲ୍‌ ମ୍ୟାଚ୍‌ରେ ଶୁକ୍ରବାର ଆୟୋଜକ ଜାପାନକୁ ଭେଟିବ।
ଦୀର୍ଘ ୩୭ ବର୍ଷ ପରେ ଭାରତ ଅଲିମ୍ପିକ୍‌ ହକିରେ ଭାରତୀୟ ପୁରୁଷ ଦଳ ପୁଲ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଶେଷଥର ପାଇଁ ଭାରତ ୧୯୮୪ରେ ପୁଲ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ ଜିତିଥିଲା। ଯଦି ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଭାରତ ଜାପାନକୁ ହରାଏ ତେବେ ୧୯୭୨ ପରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟର ୪ଟି ମ୍ୟାଚ୍‌ ଜିତିବ। ୧୯୭୨ ଅଲିମ୍ପିକ୍ସରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୭ରୁ ୫ଟି ମ୍ୟାଚ୍‌ ଜିତିଥିଲା। ୧୯୮୪ ପରଠାରୁ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୨ରୁ ଅଧିକ ମ୍ୟାଚ୍‌ ଜିତିପାରି ନ ଥିଲା। ୧୯୮୦ ପରେ ଭାରତକୁ କୌଣସି ପଦକ ମିଳିପାରି ନାହିଁ। ଏପରିକି ଭାରତ ୨୦୦୮ରେ ଅଲମ୍ପିକ୍ସ କ୍ୱାଲିଫାଏ କରିପାରି ନ ଥିଲା।
ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଆର୍ଜେଣ୍ଟିନାକୁ କୌଣସି ସୁଯୋଗ ଦେଇ ନ ଥିଲା। ପ୍ରଥମ ଦୁଇଟି କ୍ୱାର୍ଟରରେ କୌଣସି ଗୋଲ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ୪୩ତମ ମିନିଟରେ ବରୁଣ କୁମାର ପ୍ରଥମ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାର ଠିକ୍‌ ୫ ମିନିଟ୍‌ ପରେ ଆର୍ଜେଣ୍ଟିନାର ସୁଥ କାସେଲା ୪୮ତମ ମିନିଟ୍‌ରେ ଦଳ ତରଫରୁ ଏକମାତ୍ର ଗୋଲ ସ୍କୋର କରି ମ୍ୟାଚ୍‌କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ସିଂ ଯଥାକ୍ରମେ ୫୮ ଓ ୫୯ତମ ମିନିଟ୍‌ରେ ଗୋଲ ଦେଇ ଭାରତକୁ ଶେଷ ମୁହୂର୍ତ୍ତରେ ବିଜୟୀ କରାଇଥିଲେ।
ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ଆର୍ଜେଣ୍ଟିନା ଡିଫେନ୍ସ ଉପରେ ଚାପ ପକାଇବାରେ ସମର୍ଥ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ଖେଳିଥିଲା। ତେବେ ଆର୍ଜେଣ୍ଟିନା ଡିଫେନ୍ସ ଭାରତର ସବୁ ଆକ୍ରମଣକୁ ପ୍ରତିହତ କରିଥିଲା। ଭାରତୀୟ ଖେଳାଳିମାନେ ଏକାଧିକ ବାର ଆର୍ଜେଣ୍ଟିନା ସର୍କଲରେ ପ୍ରବେଶ କରିଥିଲେ ମଧ୍ୟ ଫାଇନାଲ ପାସ୍‌ ମିସ୍‌ କରିଥିଲା। ତୃତୀୟ ମିନିଟ୍‌ରେ ଭାରତ ଗୋଲ କରିବାର ସୁଯୋଗ ପାଇଥିଲା। ସିମରନଜିତ ସିଂଙ୍କ ପାସକୁ ଦିଲପ୍ରୀତ ସିଂ ହିଟ୍‌ କରିଥିଲେ। ତେବେ ଆର୍ଜେଣ୍ଟିନା ଗୋଲକିପର ଜୁଆନ ଭିଭାଲଡି ଏହାକୁ ସେଭ କରିବାରେ ସଫଳ ହୋଇଥିଲେ। ଭାରତ ୧୬ଥର ଓ ଆର୍ଜେଣ୍ଟିନା ୨ଥର ପ୍ରତିପକ୍ଷ ସର୍କଲରେ ପ୍ରବେଶ କରିଥିଲା। ପ୍ରଥମ ହାଫ୍‌ରେ କୌଣସି ଦଳ ପେନାଲ୍ଟି ସୁଯୋଗ ପାଇ ନ ଥିଲେ ଓ ଗୋଲ ମଧ୍ୟ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲା। ୩୫ତମ ମିନିଟ୍‌ରେ ଗୁରଜନ୍ତ ସିଂ ନିକଟରୁ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ସେହିପରି ରୂପିନ୍ଦର ପାଲ ସିଂ କ୍ରମାଗତ ଦୁଇଟି କର୍ନର ମିସ୍‌ କରିଥିଲେ। ଶେଷରେ ବରୁଣ ପ୍ରଥମ ଗୋଲ ଦେଇ ଭାରତୀୟ ଶିବିରରେ ଉତ୍ସାହ ଆଣି ଦେଇଥିଲେ। ସେ ତୃତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ। ସେହିପରି ଆର୍ଜେଣ୍ଟିନା ୪୮ତମ ମିନିଟ୍‌ରେ ତା’ର ପ୍ରଥମ ପେନାଲ୍ଟି କର୍ନର ପାଇଥିଲା ଓ କାସେଲା ଏହାକୁ ଗୋଲରେ ପରିଣତ କରିଥିଲେ। ଏହାପରେ ଆର୍ଜେଣ୍ଟିନା ଦୁଇଟି ସୁଯୋଗ ପାଇଥିଲେ ମଧ୍ୟ ଫାଇଦା ଉଠାଇପାରି ନ ଥିଲା। ଭାରତୀୟ ଡିଫେନ୍ସ ଓ ଗୋଲ କିପର ପି.ଆର. ଶ୍ରୀଜେସ ଚମତ୍କାର ପ୍ରଦର୍ଶନ କରିଥିଲେ।
ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ କୋଚ୍‌ ଗ୍ରାହମ ରିଡ୍‌ ପ୍ରଶଂସା କରିଛନ୍ତି। ଆର୍ଜେଣ୍ଟିନା ବିପକ୍ଷରେ ଖେଳିବା ସେତେଟା ସହଜ ନ ଥିଲା। ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏକ ବିଶ୍ୱସ୍ତରୀୟ ଦଳ ହୋଇଥିବାରୁ ଏହି ବିଜୟ ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ବିଜୟ ହାସଲ କରିଥିଲେ ମଧ୍ୟ ଭାରତ ଏକାଧିକ ସୁଯୋଗ ହାତଛଡ଼ା କରିଛି ବୋଲି ସେ ନିଜ ଖେଳାଳିମାନଙ୍କୁ ସତର୍କ କରାଇଦେଇଛନ୍ତି। ତେବେ ଖେଳାଳିମାନେ ଧୈର୍ଯ୍ୟର ସହିତ ଗେମ୍‌ ପ୍ଲାନ୍‌କୁ କାର୍ଯ୍ୟରେ ପରିଣତ କରିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଜାପାନ ବିପକ୍ଷ ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଭାରତ ଏହି ପ୍ରଦର୍ଶନକୁ ଦୋହରାଇବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

IPL୨୦୨୬ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ଚେତାବନୀ ଦେଲେ ଅନିଲ କୁମ୍ବଲେ,’ସେହ୍ବାଗଙ୍କଠୁ ଶିଖ’

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ ଅନିଲ କୁମ୍ବଲେ ବିଶ୍ୱାସ କରନ୍ତି ଯେ ଯୁବ ଓପନର ଅଭିଷେକ ଶର୍ମାଙ୍କୁ ଧୂଆଁଧାର ବ୍ୟାଟିଂ ଏବଂ କ୍ରିଜରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri