Categories: ଖେଳ

୧୩ ବର୍ଷରେ ଅଲମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା…

ଟୋକିଓ,୨୬।୭: ଜାପାନର ୧୩ ବର୍ଷ ବୟସ୍କା ବାଳିକା ନିଶିୟା ମୋମିଜି ଟୋକିଓ ଅଲମ୍ପିକ୍‌ରେ ପ୍ରଥମ ମହିଳା ସ୍କେଟ୍‌ ବୋର୍ଡିଂ ଚମ୍ପିୟନ ହେବା ସହିତ ଦେଶ ପାଇଁ ଗୋଲ୍ଡ ମେଡାଲ ଜିଣିଛନ୍ତି। ପୃଥିବୀର ସମସ୍ତ ଅଞ୍ଚଳରୁ ଏବେ ନିଶିଆଙ୍କ ସଫଳତା ନେଇ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମାତ୍ର ୧୩ ବର୍ଷ ୩୩୦ ଦିନରେ ନିଶିଆ ଦେଶ ପାଇଁ ଅଲମ୍ପିକ୍‌ ଗୌରବ ଆଣିଛନ୍ତି। ପ୍ରଥମ ଥର ଲାଗି ଅଲମ୍ପିକ୍‌ରେ ସ୍କେଟ୍‌ ବୋର୍ଡିଂ ଖେଳକୁ ସାମିଲ୍‌ କରାଯାଇଛି। ବ୍ରାଜିଲ୍‌ର ୧୩ ବର୍ଷ ବୟସ୍କା ରିସା ଲିଲ୍‌ ସିଲଭର ମେଡାଲ ହାସଲ କରିଥିବାବେଳେ ବୋଞ୍ଜ୍‌ ମେଡାଲ ୧୬ ବର୍ଷ ବୟସ୍କା ନାୟାକାମା ଫୁନାଙ୍କୁ ମିଳିଛି। ବ୍ରାଜିଲ୍‌ର ରିସା ଗୋଲ୍ଡ ମେଡାଲ ନ ଜିଣିଲେ ମଧ୍ୟ ରେକର୍ଡ କରିଛନ୍ତି। ଅଲମ୍ପିକ୍‌ ଇତିହାସରେ ଗତ ୮୫ ବର୍ଷ ମଧ୍ୟରେ ରିସା ସର୍ବ କନିଷ୍ଠ ମେଡାଲ ବିଜେତା ପାଲଟିଛନ୍ତି। ଏହି ପ୍ରତିଯୋଗିତାର ଫାଇନାଲରେ ଅଧାରୁ ଅଧିକ ଖେଳାଳିଙ୍କ ବୟସ ୧୬ ବର୍ଷରୁ କମ୍‌ ଥିବା ଆୟୋଜକ ସୂଚନା ଦେଇଛନ୍ତି।

Share