Posted inଖେଳ

ଏମ୍‌ଏମ୍‌ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା

ଏମ୍‌ଏମ୍‌ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା

ଓ୍ବାଶିଂଟନ, ୧।୧୨ : ଦୁଇ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଶିଲ୍ଡସ ମିକ୍ସଡ୍‌ ମାର୍ସିଆଲ ଆର୍ଟସ (ଏମ୍‌ଏମ୍‌ଏ)ରେ ନିଜ ଭାଗ୍ୟ ପରୀକ୍ଷା କରିବେ। ପ୍ରୋଫେଶନାଲ ଫାଇଟର୍ସ ଲିଗ୍‌ରେ ଖେଳିବାକୁ ଚୁକ୍ତି କରିଛନ୍ତି ଆମେରିକୀୟ ବକ୍ସର ଶିଲ୍ଡସ। ଫଳରେ ୨୫ ବର୍ଷୀୟା ବକ୍ସରଙ୍କ ନିକଟରେ ପ୍ରଥମ ମହିଳା ଭାବେ ଏକା ସମୟରେ ଏମ୍‌ଏମ୍‌ଏ ଓ ବକ୍ସିଂରେ ଟାଇଟାଲ ଅଧିକାରୀ ହେବାର ସୁଯୋଗ ରହିଛି।

 

ସେ ଆଗାମୀ ବର୍ଷ ଏମ୍‌ଏମ୍‌ଏରେ ପଦାର୍ପଣ କରିବେ। ୨୦୨୨ ପିଏଫ୍‌ଏଲ୍‌ ଟାଇଟଲ ପୂର୍ବରୁ ୨୦୨୧ରେ ୨ରୁ ୩ଟି ଏମ୍‌ଏମ୍‌ଏ ଫାଇଟ୍ସ ଓ ଦୁଇଟି ବକ୍ସିଂ ମ୍ୟାଚ୍‌ ଖେଳିବାକୁ ଆଶା ପ୍ରକଟ କରିଛନ୍ତି। ମୁଁ ନିଜର ଦକ୍ଷତା ପ୍ରଦର୍ଶିତ କରିବାକୁ ଉଦ୍ୟମ କରୁନାହିଁ। ଏହାକୁ ମୁଁ ଗମ୍ଭୀରତାର ସହ ନେଉଛି। ମୋ ହାତ ଅନ୍ୟମାନଙ୍କ ଠାରୁ ଭଲ। କେବଳ ଏହି କାରଣରୁ ମୁଁ ଏମଏମଏରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଥାଉ କି, ଶିଲ୍ଡସଙ୍କ ଭଳି ପୂର୍ବରୁ ମଧ୍ୟ କିଛି ଫାଇଟର ଉଭୟ ବକ୍ସିଂ ଓ ଏମ୍‌ଏମ୍‌ଏରେ ଭାଗ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ଚାମ୍ପିୟନ ବକ୍ସର ହଲି ହୋମ୍‌ ଷ୍ଟାର ଫାଇଟର ରୋଣ୍ଡା ରାଉଜିଙ୍କୁ ହରାଇ ହାତେଇ ଥିଲେ ୟୁଏଫ୍‌ସି ବେଲ୍ଟ। ସେହିଭଳି କର୍ନର ମ୍ୟାକଗ୍ରେଗର ବକ୍ସିଂ ଭଳି ୟୁଏଫ୍‌ସିରେ ମଧ୍ୟ ଅନେକ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri