Posted inଖେଳ

ଅଲିମ୍ପିକ୍ସ ବକ୍ସିଂ: କ୍ୱାର୍ଟରରେ ପଦାର୍ପଣକାରୀ ସତୀଶ

ଟୋକିଓ,୩୦।୭(ପି.ଟି.): ଅଲିମ୍ପିକ୍ସରେ ଭାରତର ପ୍ରଥମ ସୁପର ହେଭିଓ୍ବେଟ (+୯୧ କେ.ଜି.) ବକ୍ସର ଭାବେ ଅଂଶଗ୍ରହଣ କରିଥିବା ସତୀଶ କୁମାର ପଦାର୍ପଣରେ ହିଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କାରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ଗୁରୁବାର ସେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ହରାଇ ଏହି ସଫଳତା ପାଇଛନ୍ତି।
୩୨ ବର୍ଷୀୟ ସତୀଶ ୪-୧ରେ ବ୍ରାଉନଙ୍କୁ ଅତି ସହଜରେ ହରାଇଛନ୍ତି। ସେ ପୂର୍ବରୁ ଦୁଇଥର ଏସିଆନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେ ମଧ୍ୟ ଏକାଧିକବାର ଜାତୀୟ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ବ୍ରାଉନଙ୍କ ଦୁର୍ବଳ ଫୁଟଓ୍ବାର୍କରୁ ସେ ଫାଇଦା ଉଠାଇଛନ୍ତି। ସତୀଶ ଏହି ବାଉଟ୍‌ରେ ମାପଚୁପ୍‌ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନକୁ ଭାରତୀୟ ବକ୍ସିଂ ହାଇପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା ପ୍ରଶଂସା କରିଛନ୍ତି। କ୍ୱାର୍ଟରରେ ସତୀଶ ଉଜବେକିସ୍ତାନର ବାଖୋଡିର ଜାଲୋଲୋଭଙ୍କୁ ଭେଟିବେ। ଏସିଆନ ଚାମ୍ପିୟନ ଜାଲୋଲୋଭ ୫-୦ରେ ଆଜରବୈଜାନର ମହମ୍ମଦ ଅବଦୁଲ୍ଲାୟେଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ତେବେ ଏହି ମୁକାବିଲାରେ ସତୀଶ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ବୋଲି ନିଏଭା କହିଛନ୍ତି।
ସତୀଶ ପୂର୍ବରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ରହୁଥିବା ସତୀଶ ଜଣେ ସୈନିକ। ସେ କବାଡି ଖେଳୁଥିଲେ। ତେବେ ତାଙ୍କର ଦୃଢ ତଥା ଶକ୍ତିଶାଳୀ ଶରୀର ଦେଖି ଆର୍ମି କୋଚ୍‌ମାନେ ତାଙ୍କୁ ବକ୍ସିଂ ଖେଳିବାକୁ ଉତ୍ସାହିତ କରିଥିଲେ। ଅପରପକ୍ଷରେ ୩୧ ବର୍ଷୀୟ ବ୍ରାଉନ ୧୯୯୬ ପରେ ଜାମାଇକାର ପ୍ରଥମ ବକ୍ସର ଭାବେ ଅଲିମ୍ପିକ୍ସ କ୍ୱାଲିଫାଏ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri