Posted inଖେଳ

ଅଲିମ୍ପିଆନ ଏମ୍‌.ପି. ସିଂଙ୍କୁ ସାହାଯ୍ୟ କଲା ଗାଭାସ୍କରଙ୍କ ସଂସ୍ଥା

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସଂସ୍ଥା ‘ଦି ଚାମ୍ପ୍ସ ଫାଉଣ୍ଡେଶନ’ ଦୀର୍ଘ ଦୁଇ ଦଶନ୍ଧି ଧରି ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା କ୍ରୀଡ଼ାବିତ୍‌ମାନଙ୍କୁ ସାହାଯ୍ୟ କରିଆସୁଛି। ଏବେ ଗାଭାସ୍କରଙ୍କ ଏହି ସଂସ୍ଥା ହକି ଅଲିମ୍ପିଆନ ମହୀନ୍ଦର ପାଲ ସିଂଙ୍କୁ ସାହାଯ୍ୟ କରିଛି। ଏମ୍‌.ପି. ସିଂ ନାମରେ ପରିଚିତ ଥିବା ଏହି ପୂର୍ବତନ ହକି ଖେଳାଳି କିଡ୍‌ନୀ ଜନିତ ରୋଗର ଶିକାର ହୋଇଛନ୍ତି। ୫୮ ବର୍ଷୀୟ ମହୀନ୍ଦର ଡାଏଲିସିସରେ ରହିଛନ୍ତି। ସେ କିଡ୍‌ନୀ ପ୍ରତିରୋପଣ ପାଇଁ ଜଣେ ଡୋନର ଅର୍ଥାତ ଦାତାଙ୍କ ଅପେକ୍ଷାରେ ରହିଛନ୍ତି।
ଖବର କାଗଜ ଜରିଆରେ ଗାଭାସ୍କର ମହୀନ୍ଦରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏମ୍‌.ପି. ସିଂ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ଥିଲେ। ସେ ୧୯୮୮ ସିଓଲ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଓ ମହମ୍ମଦ ସହିତ, ଏମ୍‌.ଏମ୍‌. ସେମାୟା, ଜୁଡେ ଫେଲିକ୍ସ, ପରଗତ ସିଂଙ୍କ ସହିତ ଅଲିମ୍ପିକ୍ସରେ ମ୍ୟାଚ୍‌ ଖେଳିଥିଲେ। ମାସିକ ଭାବେ ଆର୍ଥିକ ସାହାଯ୍ୟ ଦେବା ସହ ଗାଭାସ୍କରଙ୍କ ଏହି ସଂସ୍ଥା ଖେଳାଳିମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିଛି। ଆମେ ଅଧିକରୁ ଅଧିକ ଖେଳାଳିଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ ରହିଛୁ ବୋଲି ଗାଭାସ୍କର କହିଛନ୍ତି।
ଶିକ୍ଷା, ସ୍ବାସ୍ଥ୍ୟ, ପିଲା ଓ ବୟସ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ସଂସ୍ଥା ରହିଛି। କିନ୍ତୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ସଂସ୍ଥା ନ ଥିଲା। ଫଳରେ ଏଥିପାଇଁ ଏକ ଫାଉଣ୍ଡେଶନ ପ୍ରତିଷ୍ଠା କରିବାକୁ ଚିନ୍ତା କରିଥିଲି ବୋଲି ଗାଭାସ୍କର କହିଛନ୍ତି। ୧୯୮୩ ବିଶ୍ୱକପ୍‌ ଦଳର ସଦସ୍ୟଙ୍କୁ ନେଇ ଏକ ‘ଡବଲ୍‌ ଉଇକେଟ ଟୁର୍ନାମେଣ୍ଟ’ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏଥିରେ ଜଣେ ଶିଳ୍ପପତି ଓ କର୍ପୋରେଟ ଅର୍ଥଦାନ କରିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଚାମ୍ପ୍ସ ଫାଉଣ୍ଡେଶନ ୨୧ଜଣ ପୂର୍ବତନ ଖେଳାଳିଙ୍କୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିଛି ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri