ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳି ବୋଲି ଭାବନ୍ତୁ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୩୧ ।୩: ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୩୫ ଦିନରେ ବି ଜାରି ରହିଛି । କେହି ପଛକୁ ହଟିବାକୁ ରାଜି ନୁହେଁ । ଏପଟେ ଯୁଦ୍ଧର ବିଭିଷିକା ମଧ୍ୟରେ ପ୍ରାୟ ୪୦.୧ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡି ପଳାୟନ କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଏହାସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ବୋଲି କୁହାଯାଉଛି ।
ତୁର୍କି ବାର୍ତ୍ତା ପରେ ଦୁଇ ଦେଶ ଯୁଦ୍ଧ ବିରାମ ଘୋଷଣା କରିପାରନ୍ତି ବୋଲି କୁହାଯାଉଥିଲା । ଆହୁରି ମଧ୍ୟ ରୁଷିଆ ସେନା ସଂଖ୍ୟା କମ୍ କରିଦେଇପାରେ ବୋଲି କୁହାଯାଉଛି । ହେଲେ ଏହା ଉପରେ ଆମେରିକା ଓ ୟୁକ୍ରେନ୍ ରାଷ୍ଟ୍ରପତି ସନ୍ଦେହ ପ୍ରକଟ କରିଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଭେଲୋଡେମିର ଜେଲେନ୍‌ସ୍କି କହିଛନ୍ତି ରୁଷିଆ ଘୋଷଣା ଉପରେ ଭରସା କରାଯାଇ ନ ପାରେ । କାରଣ ଏବେବି କ୍ୱିଭ-ଚେର୍ନିହିବରେ ରୁଷିଆ ସେନାଙ୍କ ସହ ଲଢୁଛନ୍ତି ୟୁକ୍ରେନ ସେନା ।
ଏହାରି ଭିତରେ ଜେେଏନସ୍କି କହିଛନ୍ତି ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳିବୋଲି ଭାବନ୍ତୁ ନାହିଁ । ଯୁଦ୍ଧର ୩୪ ଦିନ ଓ ଦୋନବାସରେ ଗତ ୮ ବର୍ଷ ତଳେ ହୋଇଥିବା ଯୁଦ୍ଧରୁ ୟୁକ୍ରେନବାସୀ ଖୁବ୍ ଶିଖିଛନ୍ତି । କେବଳ ଗୋଟିଏ କଥା ଉପରେ ଭରସା କରାଯାଇପାରେ ତାହା ହେଉଛି ଭରସାଯୋଗ୍ୟ ଫଳଫଳ ।

Share