ପେଣ୍ଠକଟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ପୁରୀ ଅଫିସ,୧୩ା୩: ପୁରୀ ସମୁଦ୍ରକୂଳରେ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପରେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସୁରକ୍ଷିତ ସ୍ଥାନ ମଣୁଥିବା ବେଳାଭୂମିରେ ଅଣ୍ଡା ଦେଉଛନ୍ତି। ମୁଖ୍ୟତଃ ଓଡ଼ିିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛମାନେ ଅଣ୍ଡା ଦେଇଥାନ୍ତି। ତେବେ ପ୍ରଥମଥର ପାଇଁ ଅଲିଭ ରିଡ୍‌ଲେ କଇଁଛମାନେ ଅଣ୍ଡାଦାନ ପାଇଁ ପୁରୀ ପେଣ୍ଠକଟା ସମୁଦ୍ର ମୁହାଁ ହୋଇଛନ୍ତି, ଯାହାକୁ ନେଇ ପରିବେଶବିତ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। ପେଣ୍ଠକଟା ଗଙ୍ଗାଦେବୀ ସାହି ନିକଟ ବେଳାଭୂମିରେ ଅଲିଭ ରିଡଲେ କଇଁଛମାନେ ଅଣ୍ଡା ଦେଇଥିବା ରବିବାର ସକାଳେ ଦେଖିବାକୁ ମିଳିଛି। କଇଁଛମାନେ ଅଣ୍ଡା ଦେଇ ସେଗୁଡିକୁ ବାଲିରେ ପୋତି ଚାଲିଯାଇଛନ୍ତି। ସକାଳୁ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ଡଙ୍ଗା ନେଇ ଯିବାବେଳେ ଏହା ଦେଖି ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଲି ଭିତରୁ ୧୧୫ଟି ଅଣ୍ଡା ଉଦ୍ଧାର କରି ବ୍ୟାଗରେ ପୂରାଇ ନେଇଯାଇଥିଲେ।
ସାମାଜିକ କର୍ମୀ ବିସ୍ମୟ ମିଶ୍ର କହିଛନ୍ତି, ଅଲିଭ ରିଡ୍‌ଲେ ଅଣ୍ଡା ଦେଇଥିବା ନେଇ ରବିବାର ସକାଳ ପ୍ରାୟ ୬ଟାରେ କମ୍ୟୁନିଟିରୁ ତାଙ୍କ ନିକଟକୁ ଫୋନ ଆସିଥିଲା। ଖବର ପାଇ ସେ ସେଠାକୁ ଯାଇ ଦେଖିବା ବେଳକୁ କଇଁଛ ଅଣ୍ଡା ଦେଇ ଚାଲିଯାଇଥିଲା। ତେବେ କୁକୁର ଉକ୍ତ ସ୍ଥାନରେ ମୁହଁ ମାରିଥିବା ସେ ଦେଖିବାକୁ ପାଇଥିଲେ। ତେଣୁ ଉକ୍ତ ସ୍ଥାନକୁ ଯେପରି କୁକୁର ନ ଯିବ ଏବଂ ଅଣ୍ଡା ନଷ୍ଟ ନ କରିବ ସେଥିପ୍ରତି ଧ୍ୟାନ ଦେବାକୁ ବନ ବିଭାଗକୁ ସୂଚନା ଦେଇଥିଲୁ। ଏଣେତେଣେ ପଡ଼ିରହିଥିବା କଇଁଛ ଅଣ୍ଡାଗୁଡିକୁ ଗୋଟିଏ ସ୍ଥାନରେ ବାଲିରେ ପୋତି ରଖିଥିଲୁ। କିଛି ସମୟ ପରେ ବନ ବିଭାଗର କର୍ମଚାରୀ ଆସି ଏକ ସାଧାରଣ ବ୍ୟାଗରେ ସମସ୍ତ ୧୧୫ଟି ଅଣ୍ଡାକୁ ବାଲିରୁ ଉଦ୍ଧାର କରି ନେଇଯାଇଥିଲେ। ତେବେ ରାଜ୍ୟ ସରକାର ବିରଳ ଅଲିଭ ରିଡ୍‌ଲେ କଇଁଛମାନଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ମାତ୍ର ପ୍ରଶାସନ କଇଁଛଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉନାହିଁ। କଇଁଛ ଅଣ୍ଡା ସୁରକ୍ଷିତ ରହିଲେ କଇଁଛ ବଂଶ ବୃଦ୍ଧି ହେବ। ମାତ୍ର ବନ ବିଭାଗ ପକ୍ଷରୁ ସାଧାରଣ ବ୍ୟାଗରେ ଅସୁରକ୍ଷିତ ଭାବେ ଅଣ୍ଡା ନିଆଯିବା କ୍ଷୋଭର ବିଷୟ ବୋଲି ମିଶ୍ର ପ୍ରକାଶ କରିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ପୁରୀ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଅଲିଭ ରିଡ୍‌ଲେ କଇଁଛ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ପ୍ରଶାସନ ପକ୍ଷରୁ କରାଯାଇଥିବା ନିଷିଦ୍ଧାଞ୍ଚଳରେ ଅବୈଧ ଭାବେ ଟ୍ରଲର ଚଳାଚଳ ଓ ମାଛ ଧରିବା ଫଳରେ ଅନେକ କଇଁଛ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷ ନଭେମ୍ବରଠାରୁ ମେ ପର୍ଯ୍ୟନ୍ତ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ମାଛମରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଲଗାଯାଇଥାଏ। ମାତ୍ର ଅନେକ ସମୟରେ ପ୍ରଶାସନର ନିୟମ ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳରେ ମାଛ ମାରିବା ଫଳରେ କଇଁଛମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ। ତେବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଏ। ଏଣିକି ପେଣ୍ଠକଟା ବେଳାଭୂମିରେ ଆହୁରି ଅଧିକ କଇଁଛ ଆସି ଅଣ୍ଡାଦେବା ନେଇ ପରିବେଶବିତ୍‌ମାନେ ଆଶାବ୍ୟକ୍ତ କରିଛନ୍ତି। ତେଣୁ ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri