ଗହୀରମଥାରେ ଅଲିଭ ରିଡ୍‌ଲେଙ୍କ ମିଳନ

ମହାକାଳପଡ଼ା, ୧୬।୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ବିରଳ ଅଲିଭ ରିଡ୍‌ଲେ କଇଁଛମାନଙ୍କ ମିଳନ ଆରମ୍ଭ ହୋଇଥିବା ଶୁକ୍ରବାର ଦେଖିବାକୁ ମିଳିଛି। ବିଶେଷକରି ଏହି ସମୟରେ ସୁରକ୍ଷିତ ଅଭୟାରଣ୍ୟର ମାଦଲି, ଅଗରନାସୀ, ଲଞ୍ଚ ଘୋଲା, ଷୋଳମୁହାଣ, ହୁକିଟୋଲା ସଂଲଗ୍ନ ଅନତି ଦୂରରେ କଇଁଛମାନଙ୍କ ଜଳରେ ମିଳନ ଦୃଶ୍ୟ ଦେଖିବାକୁ ମିଳିଥାଏ। ବଙ୍ଗୋପସାଗର ଉପକୂଳରେ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ଉଷ୍ମ ତାପମାତ୍ରା ଓ ପରିବେଶ ଅନୁକୂଳ ଯୋଗୁ ଅଲିଭ ରିଡ୍‌ଲେ କଇଁଛମାନଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ କରିଥାନ୍ତି। ଏହି ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରା, ଟ୍ରଲର, ବୋଟ ପ୍ରବେଶ କରି ସହ ଗାଞ୍ଜ ଜାଲରେ ପଡି କଇଁଛଙ୍କ ମୃତ୍ୟୁ ହେଉଛି। ସେଥିପାଇଁ ବନ ବିଭାଗ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ମତ୍ସ୍ୟଜୀବୀ ପ୍ରବେଶ କରି ପ୍ରଚୁର ମାଛ ମାରୁଛନ୍ତି। ପରେ ବନ ବିଭାଗ ଦ୍ୱରା ମତ୍ସ୍ୟଜୀବୀ ଧରାପଡି କୋର୍ଟ ଚାଲାଣ ହୋଇଥାନ୍ତି। ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭରିଡଲେ କଇଁଛ ବିଦେଶୀ ଅତିଥିଙ୍କ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ସଜାଗ ରହିବାକୁ ସାଧାରଣରେ ଦାବି ହେଉଛି।