ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର,୭।୩(ଭାସ୍କର ରାଉତରାୟ): ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ମା’ କଇଁଛ ଏବେ କୂଳ ମୁହଁରେ ଅଣ୍ଡା ଦେବା ଅପେକ୍ଷାରେ ଅଛନ୍ତି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଗହୀରମଥା ସର୍ବବୃହତ୍‌ ରୁକେରୀ(ସାମୂହିକ ଅଣ୍ଡାଦେବା ସ୍ଥାନ)ରେ ପରିଣତ ହୋଇଥିବା ବେଳେ ଋଷିକୁଲ୍ୟା ନଦୀ ମୁହାଣରେ ସର୍ବାଧିକ ଆରିବାଡା (ସାମୂହିକ ବସା) ଦେଖିବାକୁ ମିଳିଛି। ପୂର୍ବ ରେକର୍ଡକୁ ଅତିକ୍ରମ କରି ଚଳିତବର୍ଷ ଋଷିକୁଲ୍ୟା ମୁହାଣ ନିକଟରେ ୬,୯୮,୭୧୮ ଅଲିଭ ରିଡ୍‌ଲେ ଅଣ୍ଡା ଦେଇଛନ୍ତି।

ସେହିପରି ଗତ ୫ ତାରିଖରୁ ଗହୀରମଥାରେ କଇଁଛଙ୍କ ସାମୂହିକ ବସା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୭୮,୭୪୩ କଇଁଛ ଅଣ୍ଡା ଦାନ କରିଥିବା ବେଳେ ୬ ତାରିଖରେ ୧,୧୪,୦୦୨ କଇଁଛ ଅଣ୍ଡା ଦାନ କରିଛନ୍ତି। ଏହି ବିରଳ କଇଁଛଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସାମୁଦ୍ରିକ ପୋଲିସ ସହଯୋଗରେ ୬୭ଟି ପାଟ୍ରୋଲିଂ କ୍ୟାମ୍ପ କରାଯାଇଛି।

ସେହିପରି ୨୪ଘଣ୍ଟା ନିରୀକ୍ଷଣ ପାଇଁ ହାଇସ୍ପିଡ୍‌ ଜାହାଜ ସମେତ ୨୨ଟି ପାଟ୍ରୋଲିଂ ବୋଟ୍‌ ନିୟୋଜିତ କରାଯାଇଛି। ବାସସ୍ଥଳୀର ନିରନ୍ତର ତଦାରଖ, ଆଲୋକ କଟକଣା ଲାଗୁ ହେବା ସହିତ ଅଣ୍ଡାର ସୁରକ୍ଷା ପାଇଁ ଅତିରିକ୍ତ ୮ଟି କୃତ୍ରିମ ହାଚେରୀ କୁଜଙ୍ଗ ଓ ଗହୀରମଥା ବନ୍ୟପ୍ରାଣୀ ରେଞ୍ଜ୍‌ରେ ପ୍ରତିଷ୍ଠା ହୋଇଛି।

ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଏବଂ ଉପକୂଳ ଡିଭିଜନର ଉତ୍ସର୍ଗୀକୃତ ଦଳ ଦ୍ୱାରା ଏହାକୁ ସକ୍ରିୟ ଭାବରେ ତଦାରଖ କରାଯାଉଛି। ତଟରକ୍ଷୀ ବାହିନୀ, ମତ୍ସ୍ୟ ଓ ଏଆର୍‌ଡି ବିଭାଗ ଏବଂ ସାମୁଦ୍ରିକ ପୋଲିସ ପକ୍ଷରୁ ମିଳିତ ସାମୁଦ୍ରିକ ପାଟ୍ରୋଲିଂରେ ୨୪ଟି ଟ୍ରଲର, ୩ଟି ଗିଲ୍‌ ନେଟର୍‌ ଓ ଗୋଟିଏ ଯାନ୍ତ୍ରିକ ଡଙ୍ଗା ଜବତ ହୋଇଥିବାବେଳେ ୨୨୮ଜଣ ଗିରଫ ହୋଇଛନ୍ତି। ସେହିପରି ଜବତ ୧୫୯.୧ କୁଇଣ୍ଟାଲ ମାଛ ୧୪.୭ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri