ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍‌ଲେ

କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍‌ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛଙ୍କୁ ଦେଖିବାକୁ ମିଳୁଛି। ବନ ବିଭାଗ ରିପୋର୍ଟରେ ମାତ୍ର ୯୯ଟି ଅଲିଭ ରିଡ୍‌ଲେ ମରିଥିବା ଦର୍ଶାଯାଇଛି। ଏହାକୁ ବାଲିରେ ପୋତାଯାଇଛି। କିନ୍ତୁ ବାସ୍ତବରେ ଏମାନଙ୍କ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ମୃତ କଇଁଛ ସମୁଦ୍ର ବେଳାଭୂମିରେ ଲାଗିଲା ପରେ ଏହା କୁଆଙ୍କ ଖାଦ୍ୟ ପାଲଟିଛି। ନିଷିଦ୍ଧାଞ୍ଚଳରେ ବୋଟ୍‌, ଟ୍ରଲର ପଶି ଆସିଥିବା ଦର୍ଶାଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି। କଟକଣାର ୩ ମାସ ୨୧ ଦିନ ମଧ୍ୟରେ ମୋଟ ୩୧ ବୋଟ୍‌ ଓ ଟ୍ରଲର ଜବତ ହୋଇଛି। ୩୦୩ ଜଣ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ଅପରପକ୍ଷରେ ବୋଟ୍‌ଗୁଡ଼ିକ କୋର୍ଟରୁ ତୁରନ୍ତ ଖଲାସ ହେଉଛି। ସେହିପରି ଗିରଫ ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଜାମିନ ମିଳି ଯାଉଥିବାରୁ କଟକଣାର ସୁଫଳ ମିଳୁନାହିଁ। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ମନୋଜ କୁମାର ନାୟକ କହିଛନ୍ତି, ୨୦୨୩ ନଭେମ୍ବରରୁ ୨୦୨୪ ମେ ମାସ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳକୁ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ କଟକଣା କରାଯାଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ଅବାଧ ଭାବେ ବୋଟ୍‌, ଟ୍ରଲର ଚଳାଚଳ ଫଳରେ ବନ ବିଭାଗ ରିପୋର୍ଟଠାରୁ ବହୁ ଅଧିକ କଇଁଛଙ୍କ ମୃତ୍ୟୁ ହୋଇଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ) ବ୍ୟବହାର ହେଉନାହିଁ। ଏହି ଡିଭାଇସ୍‌ ଲାଗିଲେ ବୋଟ୍‌ ଓ ଟ୍ରଲରରେ କଇଁଛ ମାଡ଼ ହେବେ ନାହିଁ। ଫଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା କମିବ। ସେହିପରି ବନ ବିଭାଗର ବୋଟ୍‌ଗୁଡିକ ଅଧିକାଂଶ କମ୍‌ ଶକ୍ତି ସମ୍ପନ୍ନ। ଏଥିସହ ବୋଟଗୁଡ଼ିକ ଖରାପ ରହୁଛି। ପୂର୍ବରୁ କଟକଣା ଅବଧି ମଧ୍ୟରେ ଜବତ ବୋଟ୍‌ ଓ ଟ୍ରଲର ଛାଡ ପାଉ ନ ଥିଲେ। ଏବେ ଜବତ ବୋଟ୍‌ଗୁଡ଼ିକ କୋର୍ଟରୁ ତୁରନ୍ତ ରିଲିଜ ହେଉଥିବାରୁ ମଲିକମାନେ ମାଛଧରା କାର୍ଯ୍ୟରେ ଲଗାଇବାକୁ ସକ୍ଷମ ହେଉଛନ୍ତି। ସାମୁଦ୍ରିକ ଜୀବ ସୁରକ୍ଷା ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ ଅଛି। ବାବୁବାଲି, ମାଦଳି, ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ବନ ବିଭାଗ ଏହି ଅଞ୍ଚଳର ତଟକ୍ଷୟ ପ୍ରତି ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ସୁରକ୍ଷା ଯୋଗାଇବା କଥା। ତେବେ ଏଥିନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପୂର୍ବରୁ ଚନ୍ଦ୍ରଭାଗା ଓ ହରଚଣ୍ଡୀ ତଟାଞ୍ଚଳକୁ ଅଲିଭ ରିଡ୍‌ଲେ ଆସୁଥିଲେ। ପରିବେଶ ନଷ୍ଟ ଓ ବେଆଇନ ଟ୍ରଲର ଚଳାଚଳ ଯୋଗୁ ୨୦୧୨ ମସିହାରୁ ଏହି ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୂହ ଅଣ୍ଡାଦାନ କରିବାକୁ ଆସୁନାହାନ୍ତି। ପ୍ରାୟ ୧୦୦୦ ଅଣ୍ଡାରୁ ମାତ୍ର ଗୋଟିଏ ଏହି ବିରଳ କଇଁଛ ପ୍ରାପ୍ତ ବୟସ୍କ ହେଉଥିବାରୁ ଏହାର ସୁରକ୍ଷା ନିହାତି ଜରୁରୀ। ସାମୁଦ୍ରିକ ଅଞ୍ଚଳରେ ବେଆଇନ ଭାବେ ଗିଲ ନେଟର ବ୍ୟବହାର, ସଂରକ୍ଷିତ ଭିତରକନିକା ଅଞ୍ଚଳରେ ବେଆଇନ ବସବାସ ଓ ଚିଙ୍ଗୁଡି ଘେରି ଅଲିଭ ରିଡ୍‌ଲେଙ୍କ ପାଇଁ ବିପଦ ସାଜିଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ୩ ମାସ ୨୧ ଦିନ ମଧ୍ୟରେ ୩୧ ବୋଟ୍‌, ଟ୍ରଲର ସମେତ ୩ ଶହରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ବାବୁବାଲି ଓ ମାଦଳିରେ ସ୍ବତନ୍ତ୍ର କ୍ୟାମ୍ପ ସହ ସାମୁଦ୍ରିକ ପାଟ୍ରୋଲିଂ ହେଉଛି। ବିଭାଗୀୟ ୫୦ କର୍ମଚାରୀ ଏଥିରେ ଦିନରାତି ନିୟୋଜିତ ହୋଇଛନ୍ତି। ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବା କଇଁଛଙ୍କ ଅଦ୍ୟାବଧି ୯୫୦ଟି ଅଣ୍ଡା ସଂଗ୍ରହ କରାଯାଇଛି। ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାରୁ ସହଯୋଗ ମିଳୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri