ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍‌ଲେ

କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍‌ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛଙ୍କୁ ଦେଖିବାକୁ ମିଳୁଛି। ବନ ବିଭାଗ ରିପୋର୍ଟରେ ମାତ୍ର ୯୯ଟି ଅଲିଭ ରିଡ୍‌ଲେ ମରିଥିବା ଦର୍ଶାଯାଇଛି। ଏହାକୁ ବାଲିରେ ପୋତାଯାଇଛି। କିନ୍ତୁ ବାସ୍ତବରେ ଏମାନଙ୍କ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ମୃତ କଇଁଛ ସମୁଦ୍ର ବେଳାଭୂମିରେ ଲାଗିଲା ପରେ ଏହା କୁଆଙ୍କ ଖାଦ୍ୟ ପାଲଟିଛି। ନିଷିଦ୍ଧାଞ୍ଚଳରେ ବୋଟ୍‌, ଟ୍ରଲର ପଶି ଆସିଥିବା ଦର୍ଶାଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି। କଟକଣାର ୩ ମାସ ୨୧ ଦିନ ମଧ୍ୟରେ ମୋଟ ୩୧ ବୋଟ୍‌ ଓ ଟ୍ରଲର ଜବତ ହୋଇଛି। ୩୦୩ ଜଣ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ଅପରପକ୍ଷରେ ବୋଟ୍‌ଗୁଡ଼ିକ କୋର୍ଟରୁ ତୁରନ୍ତ ଖଲାସ ହେଉଛି। ସେହିପରି ଗିରଫ ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଜାମିନ ମିଳି ଯାଉଥିବାରୁ କଟକଣାର ସୁଫଳ ମିଳୁନାହିଁ। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ମନୋଜ କୁମାର ନାୟକ କହିଛନ୍ତି, ୨୦୨୩ ନଭେମ୍ବରରୁ ୨୦୨୪ ମେ ମାସ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳକୁ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ କଟକଣା କରାଯାଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ଅବାଧ ଭାବେ ବୋଟ୍‌, ଟ୍ରଲର ଚଳାଚଳ ଫଳରେ ବନ ବିଭାଗ ରିପୋର୍ଟଠାରୁ ବହୁ ଅଧିକ କଇଁଛଙ୍କ ମୃତ୍ୟୁ ହୋଇଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ) ବ୍ୟବହାର ହେଉନାହିଁ। ଏହି ଡିଭାଇସ୍‌ ଲାଗିଲେ ବୋଟ୍‌ ଓ ଟ୍ରଲରରେ କଇଁଛ ମାଡ଼ ହେବେ ନାହିଁ। ଫଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା କମିବ। ସେହିପରି ବନ ବିଭାଗର ବୋଟ୍‌ଗୁଡିକ ଅଧିକାଂଶ କମ୍‌ ଶକ୍ତି ସମ୍ପନ୍ନ। ଏଥିସହ ବୋଟଗୁଡ଼ିକ ଖରାପ ରହୁଛି। ପୂର୍ବରୁ କଟକଣା ଅବଧି ମଧ୍ୟରେ ଜବତ ବୋଟ୍‌ ଓ ଟ୍ରଲର ଛାଡ ପାଉ ନ ଥିଲେ। ଏବେ ଜବତ ବୋଟ୍‌ଗୁଡ଼ିକ କୋର୍ଟରୁ ତୁରନ୍ତ ରିଲିଜ ହେଉଥିବାରୁ ମଲିକମାନେ ମାଛଧରା କାର୍ଯ୍ୟରେ ଲଗାଇବାକୁ ସକ୍ଷମ ହେଉଛନ୍ତି। ସାମୁଦ୍ରିକ ଜୀବ ସୁରକ୍ଷା ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ ଅଛି। ବାବୁବାଲି, ମାଦଳି, ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ବନ ବିଭାଗ ଏହି ଅଞ୍ଚଳର ତଟକ୍ଷୟ ପ୍ରତି ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ସୁରକ୍ଷା ଯୋଗାଇବା କଥା। ତେବେ ଏଥିନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପୂର୍ବରୁ ଚନ୍ଦ୍ରଭାଗା ଓ ହରଚଣ୍ଡୀ ତଟାଞ୍ଚଳକୁ ଅଲିଭ ରିଡ୍‌ଲେ ଆସୁଥିଲେ। ପରିବେଶ ନଷ୍ଟ ଓ ବେଆଇନ ଟ୍ରଲର ଚଳାଚଳ ଯୋଗୁ ୨୦୧୨ ମସିହାରୁ ଏହି ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୂହ ଅଣ୍ଡାଦାନ କରିବାକୁ ଆସୁନାହାନ୍ତି। ପ୍ରାୟ ୧୦୦୦ ଅଣ୍ଡାରୁ ମାତ୍ର ଗୋଟିଏ ଏହି ବିରଳ କଇଁଛ ପ୍ରାପ୍ତ ବୟସ୍କ ହେଉଥିବାରୁ ଏହାର ସୁରକ୍ଷା ନିହାତି ଜରୁରୀ। ସାମୁଦ୍ରିକ ଅଞ୍ଚଳରେ ବେଆଇନ ଭାବେ ଗିଲ ନେଟର ବ୍ୟବହାର, ସଂରକ୍ଷିତ ଭିତରକନିକା ଅଞ୍ଚଳରେ ବେଆଇନ ବସବାସ ଓ ଚିଙ୍ଗୁଡି ଘେରି ଅଲିଭ ରିଡ୍‌ଲେଙ୍କ ପାଇଁ ବିପଦ ସାଜିଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ୩ ମାସ ୨୧ ଦିନ ମଧ୍ୟରେ ୩୧ ବୋଟ୍‌, ଟ୍ରଲର ସମେତ ୩ ଶହରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ବାବୁବାଲି ଓ ମାଦଳିରେ ସ୍ବତନ୍ତ୍ର କ୍ୟାମ୍ପ ସହ ସାମୁଦ୍ରିକ ପାଟ୍ରୋଲିଂ ହେଉଛି। ବିଭାଗୀୟ ୫୦ କର୍ମଚାରୀ ଏଥିରେ ଦିନରାତି ନିୟୋଜିତ ହୋଇଛନ୍ତି। ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବା କଇଁଛଙ୍କ ଅଦ୍ୟାବଧି ୯୫୦ଟି ଅଣ୍ଡା ସଂଗ୍ରହ କରାଯାଇଛି। ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାରୁ ସହଯୋଗ ମିଳୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri