ଖୋଲିଲା ଓଲି ରାଇଜ

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। କଟକ ବାରବାଟୀ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟନୀ ଉତ୍ସବ ପରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ଆରମ୍ଭ ହେବ। ଏହାପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳ ସହ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଉଲ୍ଲାସ…ଉତ୍ସାହ…ଉତ୍ସବର ମହାପର୍ବ। ଆଉ ସର୍ବସାଧାରଣଙ୍କ ପାଇଁ ଖୋଲିଛି ‘ଓଲି ରାଇଜ’। ହକି ବିଶ୍ୱକପ୍‌ର ମାସ୍କଟ ଓଲିକୁ ନେଇ ଭଳିକି ଭଳି ଆଲୋକମାଳା, କଳାକୃତି, ପୋଷ୍ଟରରେ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ। ବିଶ୍ୱକପ୍‌ ହକି ଟ୍ରଫିଠାରୁ ଆରମ୍ଭ କରି ହରିଣ, ଷ୍ଟାର ଭଳି ବିଭିନ୍ନ ଆକୃତିର ରଙ୍ଗିନ ଲାଇଟ୍‌ରେ ଝଲସୁଛି ଓଲି ରାଇଜ। ଷ୍ଟାଡିୟମ୍‌ର ବିଭିନ୍ନ ଗେଟ୍‌ରୁ ଷ୍ଟେଜ୍‌ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଗଛକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଛି। ଏହା ଭିତରେ ସମସ୍ତଙ୍କ ଆକର୍ଷଣ ସାଜୁଛି, ହକି ବିଶ୍ୱକପ୍‌ର ବାର୍ତ୍ତା ଦେଉଛି ଚଳନ୍ତି ଓଲି।
ଅପରାହ୍ନରୁ ଓଲି ରାଇଜକୁ ଲୋକଙ୍କ ଆଗମନ ଆରମ୍ଭ ହୋଇଥିଲା। ଓଲି ସହ ମିଶିବାର ସୁଯୋଗ ପାଇଥିଲେ ଲୋକେ। ଏଥିସହ ଆଖି ଖୋସି ହୋଇଗଲା ଭଳି ଆଲୋକ ଓ ସମସ୍ତ ସାଜସଜ୍ଜାକୁ ଦେଖି ସେମାନେ ଖୁବ୍‌ ପ୍ରଶଂସା କରିଥିଲେ। ଫ୍ୟାନ୍ସ କର୍ନର, ଓଲି ସହ ସେଲ୍‌ଫିର ମଜା ଉଠାଇଥିଲେ। ସେହିଭଳି ମାହୋଲକୁ ଆହୁରି ଉତ୍ସାହିତ କରିଥିଲା ହକି ସଙ୍ଗୀତ ‘ହକି ହେ ଦିଲ୍‌ ମେରା’। ଗୀତର ତାଳେ ତାଳେ ନୃତ୍ୟ କରିଥିଲେ ଯୁବପିଢ଼ି। ଏହା ସାଙ୍ଗକୁ ଓଲି ସହିତ କିଛି ସମୟ ବିତାଇବାର ମଜା ମଧ୍ୟ ନେଇଥିଲେ। ଆଗକୁ ଓଲି ରାଇଜରେ ସ୍ବାଦିଷ୍ଟ ଖାଦ୍ୟର ଭରପୂର ମଜା ନେଇ ପାରିବେ ସହରବାସୀ, ଖେଳପ୍ରେମୀ। ଏହାସାଙ୍ଗକୁ ଭରପୂର ମନୋରଞ୍ଜନର ମଧ୍ୟ ଲାଭ ଉଠାଇବେ। ହକି ମ୍ୟାଚ୍‌ ଦିନଗୁଡିକ କେବଳ ଟିକେଟଧାରୀଙ୍କ ପାଇଁ ଷ୍ଟାଡିୟମ ଖୋଲା ରହିବାକୁ ଥିବାବେଳେ ଅନ୍ୟ ଦିନଗୁଡିକ ଯଥା ଜାନୁୟାରୀ ୧୨, ୧୫, ୧୮,୨୦,୨୧,୨୬ ଓ ୨୮ ତାରିଖରେ ଅପରାହ୍ନ ୩ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଲୋକେ ବିନା ମୂଲ୍ୟରେ ଷ୍ଟାଡିୟମ୍‌ ପରିଦର୍ଶନ କରିବା ସହ ଓଲି ରାଇଜକୁ ବୁଲି ଅନେକ ଅଭୁଲା ଅନୁଭୂତି ସାଉଣ୍ଟିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri