ପାଟଣା,୧୫ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ଆର୍ଆଇ ସର୍କଲ ଘାଟ ବାଲିଯୋଡ଼ି ସ୍ଥିତ ବୈତରଣୀ ନଦୀର ସାନକୁଣ୍ଡରେ ଶୁକ୍ରବାର ଜଣେ ବୃଦ୍ଧା ବିପଜ୍ଜନକ ଭାବେ ଭାବେ ଛାତିଏ ପାଣିରେ ଥିବା ବେଳେ ଏକ ପଥରଖଣ୍ଡ ଧରି ଝୁଲି ରହିଛନ୍ତି। ସେ କିଭଳି ଏଠାରେ ଖସି ପଡ଼ିଲେ ତାହା ଜଣାପଡ଼ି ନ ଥିବା ବେଳେ ବୃଦ୍ଧା ଜଣକ ଘାଟ ବାଲି ଯୋଡ଼ି ଗ୍ରାମର ସାବିତ୍ରୀ ମହାନ୍ତ ବୋଲି ଜଣାପଡ଼ିଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।