ପାଟଣା,୨୪।୬(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ରସପଡା କେନାଲରୁ ମଙ୍ଗଳବାର ସକାଳୁ ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଜଣକ ସାହାର ପଡ଼ା ବ୍ଲକ ତେଣ୍ଡରା ଗ୍ରାମର ଶଙ୍ଖାଳି ପାତ୍ରଙ୍କ ସ୍ତ୍ରୀ ବାସନ୍ତୀ ପାତ୍ର।
ମଙ୍ଗଳବାର ସକାଳୁ କେନାଲରେ ତାଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ବୃଦ୍ଧା ଜଣଙ୍କ ଉକ୍ତ ରାସ୍ତାରେ ଯାଉଥିବା ସମୟରେ ଖସିପଡି ପାଣିରେ ବୁଡି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।


