Posted inଫୁରସତ

୧୯୦ତମ ଜନ୍ମଦିନ ପାଳନ କଲା ସବୁଠୁ ବୟସ୍କ କଇଁଛ

ପ୍ରକୃତି ପ୍ରତ୍ୟେକ ଜୀବ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରଖିଛି। କେତେକ ପ୍ରାଣୀ କେବଳ ଗୋଟିଏ ସପ୍ତାହ ବଞ୍ଚନ୍ତି ତ ଆଉ କେତେକ ୧୦-୧୫ ବର୍ଷ ବଞ୍ଚିପାରନ୍ତି। ଠିକ୍‌ ସେମିତି ମଣିଷର ସର୍ବାଧିକ ବୟସ ୧୦୦ ବର୍ଷ ବୋଲି ବିବେଚନା କରାଯାଏ। ତଥାପି ଆଜିକାଲି ୭୦-୮୦ ବର୍ଷ ମଧ୍ୟ ବଞ୍ଚି ପାରୁନି ମଣିଷ। କିନ୍ତୁ ଏକ କଇଁଛ ଦୀର୍ଘ ବର୍ଷ ବଞ୍ଚିଥିବାରୁ ଚର୍ଚ୍ଚାରେ ରହିଛି। ଏହି କଇଁଛକୁ ଦୁନିଆର ସବୁଠୁ ବୟସ୍କ କଇଁଛ ବୋଲି କୁହାଯାଉଛି। ଏବେ ଏହି କଇଁଛଟି ନିଟକରେ ତା’ର ୧୯୦ତମ ଜନ୍ମଦିନ ପାଳନ କରିଛି।

ସେଣ୍ଟ୍‌ ହେଲେନାର ଦକ୍ଷିଣ ଆଟ୍‌ଲାଣ୍ଟିକ ଦ୍ୱୀପରେ ଜୋନଥନ ନାମକ ଏକ କଇଁଛର ଜନ୍ମଦିନ ପାଳନ କରାଯାଇଥିଲା। କେବଳ ଏତିକି ନୁହେଁ, ଜୋନଥନ ନାଁରେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ରହିଛି। ଏହା ହେଉଛି ଦୁନିଆର ସର୍ବ ପୁରାତନ କଇଁଛ। ଜୋନଥନର ପ୍ରକୃତ ବୟସ ଯଦିଓ କେରର୍ଡ କରାଯାଇନାହିଁ ତଥାପି ୧୮୩୨ରେ ତା’ର ଜନ୍ମ ବୋଲି କୁହାଯାଉଛି।

ଏହାକୁ ୧୮୮୨ରେ ସେଚେଲ୍ସରୁ ସେଣ୍ଟ୍‌ ହେଲେନାକୁ ଅଣାଯାଇଥିଲା। ଏହି କଇଁଛଟି ସାର୍‌ ଓ୍ବିଲିୟମ ଗ୍ରେ ଓ୍ବିଲସନଙ୍କୁ ଉପହାର ସ୍ବରୂପ ଦିଆଯାଇଥିଲା। ସେଣ୍ଟ ହେଲେନାର ମୁଖ୍ୟ ପର୍ଯ୍ୟଟନ ମ୍ୟାଟ ଜୋଶୁଆ କହିଛନ୍ତି, ଜୋନଥନଙ୍କୁ ୨୦୦ ବର୍ଷ ହୋଇପାରେ। ଏହା ଗିନିଜ ୱାଲର୍‌ଡ ରେକର୍ଡ ଦ୍ୱାରା ସର୍ବ ପୁରାତନ କଇଁଛ ଭାବରେ ସ୍ବୀକୃତିପ୍ରାପ୍ତ। ଏହାପୂର୍ବରୁ ଏହି ରେକର୍ଡ ତୁଇ ମାଲିଲା ନାମକ ଏକ କଇଁଛ ନାଁରେ ଥିଲା। ଯିଏକି ପ୍ରାୟ ୧୮୮ ବର୍ଷ ବଞ୍ଚିଥିଲା। ତା’ର ୧୯୬୫ରେ ମୃତ୍ୟୁ ହୋଇଥିଲା।

ୟେଲ୍‌ ୟୁନିଭରସିଟି ଏବଂ ସ୍ପେନର ଓଭିଏଡୋ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି, ବିଶାଳ କଇଁଛଙ୍କର ଡିଏନ୍‌ଏରେ ଅନେକ ପ୍ରକାର ଜିନ୍‌ ରହିଛି। ଯାହା କ୍ୟାନସର ସହ ଲଢ଼ିଥାଏ। ସେମାନଙ୍କର ମେଟାବୋଲିକ ହାର ଅନ୍ୟ ଜୀବମାନଙ୍କ ତୁଳନାରେ କମ୍‌ ଅଟେ। ଯେଉଁଥିପାଇଁ ସେମାନଙ୍କର ଆୟୁଷ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri