Posted inଫୁରସତ

୧୯୦ତମ ଜନ୍ମଦିନ ପାଳନ କଲା ସବୁଠୁ ବୟସ୍କ କଇଁଛ

ପ୍ରକୃତି ପ୍ରତ୍ୟେକ ଜୀବ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରଖିଛି। କେତେକ ପ୍ରାଣୀ କେବଳ ଗୋଟିଏ ସପ୍ତାହ ବଞ୍ଚନ୍ତି ତ ଆଉ କେତେକ ୧୦-୧୫ ବର୍ଷ ବଞ୍ଚିପାରନ୍ତି। ଠିକ୍‌ ସେମିତି ମଣିଷର ସର୍ବାଧିକ ବୟସ ୧୦୦ ବର୍ଷ ବୋଲି ବିବେଚନା କରାଯାଏ। ତଥାପି ଆଜିକାଲି ୭୦-୮୦ ବର୍ଷ ମଧ୍ୟ ବଞ୍ଚି ପାରୁନି ମଣିଷ। କିନ୍ତୁ ଏକ କଇଁଛ ଦୀର୍ଘ ବର୍ଷ ବଞ୍ଚିଥିବାରୁ ଚର୍ଚ୍ଚାରେ ରହିଛି। ଏହି କଇଁଛକୁ ଦୁନିଆର ସବୁଠୁ ବୟସ୍କ କଇଁଛ ବୋଲି କୁହାଯାଉଛି। ଏବେ ଏହି କଇଁଛଟି ନିଟକରେ ତା’ର ୧୯୦ତମ ଜନ୍ମଦିନ ପାଳନ କରିଛି।

ସେଣ୍ଟ୍‌ ହେଲେନାର ଦକ୍ଷିଣ ଆଟ୍‌ଲାଣ୍ଟିକ ଦ୍ୱୀପରେ ଜୋନଥନ ନାମକ ଏକ କଇଁଛର ଜନ୍ମଦିନ ପାଳନ କରାଯାଇଥିଲା। କେବଳ ଏତିକି ନୁହେଁ, ଜୋନଥନ ନାଁରେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ରହିଛି। ଏହା ହେଉଛି ଦୁନିଆର ସର୍ବ ପୁରାତନ କଇଁଛ। ଜୋନଥନର ପ୍ରକୃତ ବୟସ ଯଦିଓ କେରର୍ଡ କରାଯାଇନାହିଁ ତଥାପି ୧୮୩୨ରେ ତା’ର ଜନ୍ମ ବୋଲି କୁହାଯାଉଛି।

ଏହାକୁ ୧୮୮୨ରେ ସେଚେଲ୍ସରୁ ସେଣ୍ଟ୍‌ ହେଲେନାକୁ ଅଣାଯାଇଥିଲା। ଏହି କଇଁଛଟି ସାର୍‌ ଓ୍ବିଲିୟମ ଗ୍ରେ ଓ୍ବିଲସନଙ୍କୁ ଉପହାର ସ୍ବରୂପ ଦିଆଯାଇଥିଲା। ସେଣ୍ଟ ହେଲେନାର ମୁଖ୍ୟ ପର୍ଯ୍ୟଟନ ମ୍ୟାଟ ଜୋଶୁଆ କହିଛନ୍ତି, ଜୋନଥନଙ୍କୁ ୨୦୦ ବର୍ଷ ହୋଇପାରେ। ଏହା ଗିନିଜ ୱାଲର୍‌ଡ ରେକର୍ଡ ଦ୍ୱାରା ସର୍ବ ପୁରାତନ କଇଁଛ ଭାବରେ ସ୍ବୀକୃତିପ୍ରାପ୍ତ। ଏହାପୂର୍ବରୁ ଏହି ରେକର୍ଡ ତୁଇ ମାଲିଲା ନାମକ ଏକ କଇଁଛ ନାଁରେ ଥିଲା। ଯିଏକି ପ୍ରାୟ ୧୮୮ ବର୍ଷ ବଞ୍ଚିଥିଲା। ତା’ର ୧୯୬୫ରେ ମୃତ୍ୟୁ ହୋଇଥିଲା।

ୟେଲ୍‌ ୟୁନିଭରସିଟି ଏବଂ ସ୍ପେନର ଓଭିଏଡୋ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି, ବିଶାଳ କଇଁଛଙ୍କର ଡିଏନ୍‌ଏରେ ଅନେକ ପ୍ରକାର ଜିନ୍‌ ରହିଛି। ଯାହା କ୍ୟାନସର ସହ ଲଢ଼ିଥାଏ। ସେମାନଙ୍କର ମେଟାବୋଲିକ ହାର ଅନ୍ୟ ଜୀବମାନଙ୍କ ତୁଳନାରେ କମ୍‌ ଅଟେ। ଯେଉଁଥିପାଇଁ ସେମାନଙ୍କର ଆୟୁଷ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri