ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ ଭିଡ଼ ହୋଇଥିଲା। ତେବେ ସେଲଫି ପଏଣ୍ଟକୁ ଲାଗି ରହିଥିବା ଗାନ୍ଧୀଙ୍କର ପୁରୁଣା ମୂର୍ତ୍ତି ହଟିଯାଇଛି। ସେଲଫି ପଏଣ୍ଟ ଭିତରେ ବ୍ରୋଞ୍ଚର ନୂଆ ଗାନ୍ଧି ମୂର୍ତ୍ତି ଉଦ୍‌ଘାଟିତ ହୋଇଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ସତ୍ୟରେ ପରିଣତ୍‌ ହୋଇଛି। ତେବେ ସେଲଫି ପଏଣ୍ଟ ଭିତରେ ପୁରୁଣା ଗାନ୍ଧୀ ମୂର୍ତ୍ତିର ଉଦ୍‌ଘାଟକମାନଙ୍କର ନାଁ ଯଥା ପୂର୍ବତନ ବିଧାୟକ ସୀତାକାନ୍ତ ମିଶ୍ରଙ୍କ ନାଁ ରହିଥିବା ନାମ ଫଳକ ରହିଛି। ନାମଫଳକଟି ନୂଆକରି ରଖାଯାଇଛି।
କାଦୁଅ ପଚପଚରେ ଉଦ୍‌ଘାଟନ
ନୟାଗଡ଼ ନାଉଖାଲ ୨୧ ନଂ. ରାଜ୍ୟ ରାଜପଥ କଡ଼ରେ ଉଦ୍‌ଘାଟିତ ହୋଇଛି ସେଲଫି ପଏଣ୍ଟ। ସେଲଫି ପଏଣ୍ଟ ସମ୍ମୁଖ ରାଜପଥ ଓ ଏହାର ପାର୍ଶ୍ୱ କାଦୁଅ ପଚ ପଛ ହୋଇ ରହିଥିଲା। ମ୍ୟୁନିସିପାଲିଟିର ଜଣେ ସଫେଇ କର୍ମଚାରୀ ସେଲଫି ପଏଣ୍ଟ ସମ୍ମୁଖରେ ଜମା ହୋଇଥିବା ପାଣିକୁ ଖାଲି କରିଥିଲେ ହେଁ ପୁଣି ପାଣି ଜମା ହୋଇ ଯାଇଥିଲା। ଅନ୍ୟପକ୍ଷେ ସେଲଫି ପଏଣ୍ଟ ନିଟକରେ ରମ୍ବଲସ ୪ଟି କରାଯାଇଥିବାବେଳେ ଏହା ହମ୍ପସ ପରି ହେଉଥିବାରୁ ଚଳାଚଳ ବେଳେ ଯାନବାହାନ ଚକର ପାଣି କାଦୁଅ ଅଧିକ ଅସୁବିଧା ସୃଷ୍ଟି କରିଥିଲା। ଉଦ୍‌ଘାଟନ ସମୟରେ ବର୍ଷା ବାଧକ ସାଜିଥିବା କୁହାଯାଇଥିଲା।
ବାଘୁଆ ନୟାଗଡ଼ର
ସ୍ମୃତି ରହିଲାନି
ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ପରିସରରେ ବାଘୁଆ ନୟାଗଡ଼ର ସ୍ମୃତି ରହି ନ ଥିବାରୁ କେତେଜଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମ ପାଇଁ ବଡ଼ ଆମ ନୟାଗଡ଼ ଲେଖାଥିବା ସେଲଫି ପଏଣ୍ଟ ପଛ ପାଖରେ ଜଳ ଫୁଆରା ରହିଛି। ଏଠାରେ ଜଳ ଉପରକୁ ଉଠି ପୁଣି ତଳକୁ ଖସି ରାତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ପଛା ପାଖରେ ଏକ ପ୍ରାଚୀର ପରି କରାଯାଇ ପାହାଡ଼ ସଦୃଶ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏହି ପ୍ରାଚୀର ଉପରେ ଏକ ବାଘ ମୂର୍ତ୍ତିଟିଏ ରଖିଥିଲେ ଜିଲାର ସ୍ମୃତିକୁ ମନେ ପକାଇଥାନ୍ତା ବୋଲି କୁହାଯାଉଛି।
୧୦ ମିନଟ୍‌ର ରାସ୍ତାକୁ
୪୦ ମିନିଟ୍‌
ନୟାଗଡ଼ ସହରର ଟ୍ରାଫିକ ଛକ ନିକଟସ୍ଥ ଲେମ୍ବୁ ବିକ୍ରି ଛକଠାରୁ ନୟାଗଡ଼ କୋଏନା ଢ଼ାବା ପର୍ଯ୍ୟନ୍ତ ଆସିବାକୁ ୧୦ ମିନିଟ୍‌ ସମୟ ବାଇକ୍‌ରେ ଲାଗିଥାଏ। ଏବେ ଏହି ରାସ୍ତାରେ ବାଇକ୍‌ ଆସିବାକୁ ଅଧ ଘଣ୍ଟାଏରୁ ୪୦ ମିନିଟ୍‌ ଲାଗୁଛି। ଖାଲଖମା ରାସ୍ତାକୁ ଟ୍ରାଫିକ୍‌ ଜାମ କାରଣରୁ ଗାଡ଼ି ଚଳାଇବା ବିଳମ୍ବ ହେଉଛି। ନୟାଗଡ଼ ସହରର ଟ୍ରାଫିକ ଛକ ନିକଟସ୍ଥ ଲେମ୍ବୁ ବିକ୍ରି ଛକଠାରୁ କୋଏନା ଢ଼ାବା ପର୍ଯ୍ୟନ୍ତ ଉନ୍ନତୀକରଣ ପାଇଁ ୨କୋଟି ୮୦ ଲକ୍ଷ ମଞ୍ଜୁର ହୋଇଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ ହେଁ ଫଳକରେ ବିକାଶ ଅଟକି ରହିଥିବାରୁ ସମାଲୋଚନା କରାଯିବା ସହ ଅସନ୍ତୋଷ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri