Categories: ଜାତୀୟ

ସିଏପିଏଫ୍‌ଙ୍କୁ ମିଳିବ ପୁରୁଣା ପେନସନ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ)ରେ ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶ୍ରୀନିବାସ ଶର୍ମା ବନାମ ୟୁନିଅନ ଅଫ ଇଣ୍ଡିଆରେ କୋର୍ଟ କେନ୍ଦ୍ରୀୟ ପାରାମିଲିଟାରୀ ବାହିନୀକୁ ଭାରତର ସଶସ୍ତ୍ର ବାହିନୀ ଭାବରେ ସ୍ବୀକୃତି ଦେଇଛନ୍ତି। କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଏନପିଏସକୁ ମାରିବା ନେଇ ଚର୍ଚ୍ଚା ଚାଲିଛି। ଏହି ବାହିନୀରେ ଏବେ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଉଛି ଅବା ଯେଉଁମାନେ ଏହା ପୂର୍ବରୁ ନିଯୁକ୍ତି ପାଇଛନ୍ତି। କିମ୍ବା ଭବିଷ୍ୟତ ଦିନରେ ନିଯୁକ୍ତି ଦିଆଯିବ, ସମସ୍ତ ସୈନିକ ଏବଂ ଅଧିକାରୀ ପୁରୁଣା ପେନସନ ଅଧୀନରେ ଆସିବେ।

କେନ୍ଦ୍ର ସରକାର ଅନେକ କ୍ଷେତ୍ରରେ କେନ୍ଦ୍ରୀୟ ସାମରିକ ବାହିନୀକୁ ସଶସ୍ତ୍ର ବାହିନୀ ଭାବରେ ସ୍ବୀକୃତି ଦେବାକୁ ପ୍ରସ୍ତୁତ ନ ଥିଲେ। ପୁରୁଣା ପେନସନ ପ୍ରସଙ୍ଗ ମଧ୍ୟ ଏହି ଘଟଣାରେ ଜଡିତ ଥିଲା। ୧ ଜାନୁୟାରୀ ୨୦୦୪ ପରେ, କେନ୍ଦ୍ର ସରକାରୀ ଚାକିରିରେ ନିଯୁକ୍ତ ସମସ୍ତ କର୍ମଚାରୀ ପୁରୁଣା ପେନସନରୁ ବାଦ ପଡିଥିଲେ। ତାଙ୍କୁ ଏନପିଏସରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସିଏପିଏଫ କର୍ମଚାରୀଙ୍କୁ ମଧ୍ୟ ପୁରୁଣା ପେନସନରୁ ବାଦ ଦିଆଯାଇଥିଲା। ସେତେବେଳେ ସରକାର ବିଚାର କରୁଥିଲେ ଯେ କେବଳ ସେନା, ନୌସେନା ଏବଂ ବାୟୁସେନା ହେଉଛନ୍ତି ଦେଶର ସଶସ୍ତ୍ର ବାହିନୀ।

Share