ବିଜେଡିର ପୁରୁଖା ବନାମ ବିରୋଧୀଙ୍କ ନୂଆ ନେତା

କେନ୍ଦ୍ରାପଡ଼ା, ୪ା୪ (ଜଗନ୍ନାଥ ଧଳ)ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନ୍ୟ ସ୍ଥାନ ପରି ଏହି ଜିଲାରେ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଇତିମଧ୍ୟରେ ଶାସକ ବିଜେଡି ଲୋକ ସଭା ସହ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରକୁ ଛାଡ଼ି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେହିପରି ଭାଜପା ପକ୍ଷରୁ କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା କ୍ଷେତ୍ରକୁ ଛାଡ଼ି ଅନ୍ୟ ୩ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ କଂଗ୍ରେସ ଏ କ୍ଷେତ୍ରରେ ବହୁ ପଛରେ ପଡିଛି। ଏପରି କି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମିଡିଆ ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଜିଲା କଂଗ୍ରେସରେ ରାଜନୈତିକ ତାତି ଦେଖିବାକୁ ମିଳୁନାହିଁ। ଏହି ଦଳ ଛାଡ଼ି ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିର ଲୋକ ସଭା ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ବରିଷ୍ଠ ନେତା ଗଣେଶ୍ୱର କଂଗ୍ରେସ ହାତ ଛାଡ଼ିବା ପରେ ବିଜେଡିମୁହଁା ହୋଇଛନ୍ତି ବୋଲି ଆଲୋଚନା ଜାରି ରହିଛି। ଜିଲାର ଦୁଇ ବିଧାନସଭା କ୍ଷେତ୍ରର ବରିଷ୍ଠ ନେତା ଅଂଶୁମାନ ଓ ଗଣେଶ୍ୱର ଦଳ ଛାଡ଼ିବା ପରେ ୫ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ନବାଗତଙ୍କ ଉପରେ କଂଗ୍ରେସ ଭରସା କରିବା ସ୍ବାଭାବିକ। ଆଳି କ୍ଷେତ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡ. ଦେବସ୍ମିତା ଚଳିତ ଥର ନିର୍ବାଚନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ସେହିପରି ପାଟକୁରା ଓ ମହାକାଳପଡ଼ାରେ ନବାଗତଙ୍କୁ କଂଗ୍ରେସ ଟିକେଟ ମିଳିବ ବୋଲି ଆଭାସ ମିଳିଛି। ବିଜେଡିରେ ପୁରୁଖା ନେତା ଅଂଶୁମାନଙ୍କୁ ଲୋକ ସଭା ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମହାକାଳପଡ଼ା, ମନ୍ତ୍ରୀ ପ୍ରତାପ ଦେବଙ୍କୁ ଆଳି ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଲଢ଼ିବେ। ସେହିପରି ବିଧାୟକ ଧ୍ରୁବ ସାହୁ ରାଜନଗର ନିର୍ବାଚନ କ୍ଷେତ୍ରରେ ପୁନର୍ବାର ପ୍ରାର୍ଥୀ ହେଉଥିବା ବେଳେ ଆଗାମୀଦିନରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ମିଳିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ବିଜେଡିର ପୁରୁଖା ନେତା ନିର୍ବାଚନ ମଇଦାନରେ ଥିବା ବେଳେ ଭାଜପା କେବଳ ଏମ୍‌ପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଛାଡି ବିଧାୟକ ପ୍ରାର୍ଥୀ ଭାବେ ନବାଗତଙ୍କୁ ସୁଯୋଗ ଦେଇଛି। ଅଦ୍ୟାବଧି ଦଳର ପ୍ରାର୍ଥୀ ଘୋଷଣା ଅନୁଯାୟୀ ପୂର୍ବତନ ଏମ୍‌ପି ବୈଜୟନ୍ତଙ୍କୁ ଲୋକ ସଭା ପ୍ରାର୍ଥୀ ଭାବେ ଲୋକଲୋଚନକୁ ଆଣିଛନ୍ତି। ଅପରପକ୍ଷରେ ପାଟକୁରାରେ ଭାଜପା ପ୍ରାର୍ଥୀ ତେଜେଶ୍ୱର ପରିଡା, ମହାକାଳପଡ଼ାରେ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ଓ ଆଳିରେ କୃଷ୍ଣଚନ୍ଦ୍ର ପଣ୍ଡା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଉଛନ୍ତି। ନିକଟରେ ଏହି ଦଳରେ ପୂର୍ବତନ ଏମ୍‌ପି ଅର୍ଚ୍ଚନା ନାୟକ ଯୋଗ ଦେଇଥିଲେ ମଧ୍ୟ ପ୍ରାର୍ଥତ୍ତ୍ୱ ମିଳିନାହିଁ। ବିଜେଡି ଅଭିଜ୍ଞତାଭରା ନେତାଙ୍କୁ କେନ୍ଦ୍ରାପଡ଼ା ଜିଲାରେ ଠିଆ କରିବାକୁ ଯାଉଥିବା ବେଳେ ବିରୋଧୀ କଂଗ୍ରେସ ଓ ଭାଜପା ନବାଗତଙ୍କ ଉପରେ ଭରସା କରୁଛନ୍ତି। ଜୁନ ୧ ତାରିଖରେ ନିର୍ବାଚନ ହେବ। ଏହି ସମୟ ଅବଧି ମଧ୍ୟରେ ରାଜନୈତିକ ଗଣିତର ଫଳାଫଳ ବିରୋଧୀ ଉପରେ ଭାରି ପଡ଼ିବ ବୋଲି ବିଶ୍ଳେଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri