ବିଜେଡିର ପୁରୁଖା ବନାମ ବିରୋଧୀଙ୍କ ନୂଆ ନେତା

କେନ୍ଦ୍ରାପଡ଼ା, ୪ା୪ (ଜଗନ୍ନାଥ ଧଳ)ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନ୍ୟ ସ୍ଥାନ ପରି ଏହି ଜିଲାରେ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଇତିମଧ୍ୟରେ ଶାସକ ବିଜେଡି ଲୋକ ସଭା ସହ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରକୁ ଛାଡ଼ି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେହିପରି ଭାଜପା ପକ୍ଷରୁ କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା କ୍ଷେତ୍ରକୁ ଛାଡ଼ି ଅନ୍ୟ ୩ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ କଂଗ୍ରେସ ଏ କ୍ଷେତ୍ରରେ ବହୁ ପଛରେ ପଡିଛି। ଏପରି କି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମିଡିଆ ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଜିଲା କଂଗ୍ରେସରେ ରାଜନୈତିକ ତାତି ଦେଖିବାକୁ ମିଳୁନାହିଁ। ଏହି ଦଳ ଛାଡ଼ି ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିର ଲୋକ ସଭା ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ବରିଷ୍ଠ ନେତା ଗଣେଶ୍ୱର କଂଗ୍ରେସ ହାତ ଛାଡ଼ିବା ପରେ ବିଜେଡିମୁହଁା ହୋଇଛନ୍ତି ବୋଲି ଆଲୋଚନା ଜାରି ରହିଛି। ଜିଲାର ଦୁଇ ବିଧାନସଭା କ୍ଷେତ୍ରର ବରିଷ୍ଠ ନେତା ଅଂଶୁମାନ ଓ ଗଣେଶ୍ୱର ଦଳ ଛାଡ଼ିବା ପରେ ୫ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ନବାଗତଙ୍କ ଉପରେ କଂଗ୍ରେସ ଭରସା କରିବା ସ୍ବାଭାବିକ। ଆଳି କ୍ଷେତ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡ. ଦେବସ୍ମିତା ଚଳିତ ଥର ନିର୍ବାଚନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ସେହିପରି ପାଟକୁରା ଓ ମହାକାଳପଡ଼ାରେ ନବାଗତଙ୍କୁ କଂଗ୍ରେସ ଟିକେଟ ମିଳିବ ବୋଲି ଆଭାସ ମିଳିଛି। ବିଜେଡିରେ ପୁରୁଖା ନେତା ଅଂଶୁମାନଙ୍କୁ ଲୋକ ସଭା ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମହାକାଳପଡ଼ା, ମନ୍ତ୍ରୀ ପ୍ରତାପ ଦେବଙ୍କୁ ଆଳି ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଲଢ଼ିବେ। ସେହିପରି ବିଧାୟକ ଧ୍ରୁବ ସାହୁ ରାଜନଗର ନିର୍ବାଚନ କ୍ଷେତ୍ରରେ ପୁନର୍ବାର ପ୍ରାର୍ଥୀ ହେଉଥିବା ବେଳେ ଆଗାମୀଦିନରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ମିଳିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ବିଜେଡିର ପୁରୁଖା ନେତା ନିର୍ବାଚନ ମଇଦାନରେ ଥିବା ବେଳେ ଭାଜପା କେବଳ ଏମ୍‌ପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଛାଡି ବିଧାୟକ ପ୍ରାର୍ଥୀ ଭାବେ ନବାଗତଙ୍କୁ ସୁଯୋଗ ଦେଇଛି। ଅଦ୍ୟାବଧି ଦଳର ପ୍ରାର୍ଥୀ ଘୋଷଣା ଅନୁଯାୟୀ ପୂର୍ବତନ ଏମ୍‌ପି ବୈଜୟନ୍ତଙ୍କୁ ଲୋକ ସଭା ପ୍ରାର୍ଥୀ ଭାବେ ଲୋକଲୋଚନକୁ ଆଣିଛନ୍ତି। ଅପରପକ୍ଷରେ ପାଟକୁରାରେ ଭାଜପା ପ୍ରାର୍ଥୀ ତେଜେଶ୍ୱର ପରିଡା, ମହାକାଳପଡ଼ାରେ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ଓ ଆଳିରେ କୃଷ୍ଣଚନ୍ଦ୍ର ପଣ୍ଡା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଉଛନ୍ତି। ନିକଟରେ ଏହି ଦଳରେ ପୂର୍ବତନ ଏମ୍‌ପି ଅର୍ଚ୍ଚନା ନାୟକ ଯୋଗ ଦେଇଥିଲେ ମଧ୍ୟ ପ୍ରାର୍ଥତ୍ତ୍ୱ ମିଳିନାହିଁ। ବିଜେଡି ଅଭିଜ୍ଞତାଭରା ନେତାଙ୍କୁ କେନ୍ଦ୍ରାପଡ଼ା ଜିଲାରେ ଠିଆ କରିବାକୁ ଯାଉଥିବା ବେଳେ ବିରୋଧୀ କଂଗ୍ରେସ ଓ ଭାଜପା ନବାଗତଙ୍କ ଉପରେ ଭରସା କରୁଛନ୍ତି। ଜୁନ ୧ ତାରିଖରେ ନିର୍ବାଚନ ହେବ। ଏହି ସମୟ ଅବଧି ମଧ୍ୟରେ ରାଜନୈତିକ ଗଣିତର ଫଳାଫଳ ବିରୋଧୀ ଉପରେ ଭାରି ପଡ଼ିବ ବୋଲି ବିଶ୍ଳେଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?