ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦରେ ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଛି।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଜବରଦଖଲ ଉଚ୍ଛେଦରେ ପ୍ରଶାସନର ଭୂମିକା, ଆଭିମୁଖ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରଥମ ବରଗଡ଼ ଗସ୍ତ ସମୟରେ ଜବରଦଖଲରେ ରହିଥିବା ବଡ଼ବଡ଼ିଆଙ୍କ ଅଟ୍ଟାଳିକାରୁ ଉଚ୍ଛେଦ ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ବରଗଡ଼ ସହରରେ ଉଚ୍ଛେଦ ପ୍ରକିୟାର ବାସ୍ତବତା ବଦଳି ଯାଇଛି।

ଉଚ୍ଛେଦରେ ସ୍ଥାନୀୟ ପ୍ରଶାସନ ଥିଲାବାଲାଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଲଗାଇ ବିନା ଥଇଥାନରେ ଭୂମିହୀନ, ଗରିବଙ୍କୁ ଉଚ୍ଛେଦ କରୁଥିବା ଅଭିଯୋଗ ହୋଇଛି। ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବର୍ଷକ ମଧ୍ୟରେ ୨ ଥର ରାୟ ଦେଇ ସାରିଛନ୍ତି। ଏହାସତ୍ତ୍ୱେ ପୌର ପ୍ରଶାସନ ସମ୍ପୃକ୍ତ ପ୍ରତିପତ୍ତିଶାଳୀ ଜବରଦଖଲକାରୀଙ୍କ କୋଠାବାଡ଼ିକୁ ହାତ ମାରି ପାରି ନ ଥିବା ବେଳେ ଗୁରୁବାର ପୋଲିସ ଲଗାଇ ଗରିବଙ୍କୁ ଉଚ୍ଛେଦ ପାଇଁ ଆଗେଇ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି।

ଜୀରାନଦୀ କୂଳରେ ଅମ୍ବାପାଲି ପଟକୁ ରହିଥିବା ପଡ଼ିଆ ଧନୁଯାତ୍ରା ସମୟରେ ବୃନ୍ଦାବନ ପଡ଼ିଆ ପାଲଟିଥାଏ। ତେବେ ଏହି ପଡ଼ିଆ ନିକଟ ସରକାରୀ ଜମିରେ ୨ବୃଦ୍ଧା ଭଉଣୀ ରାଜକୁମାରୀ ମଲ୍ଲିକ ଏବଂ ଦଶୀ ମଲ୍ଲିକ ଘର ତିଆରି କରି ସପରିବାର ରହୁଛନ୍ତି। ସେମାନଙ୍କ ବ୍ୟତୀତ ଆହୁରି ଗରିବ ପରିବାର ମଧ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘରଦ୍ୱାର କରି ରହି ଆସୁଛନ୍ତି। ତେବେ ବୃନ୍ଦାବନ ପଡ଼ିଆରେ ବିଗତ ବର୍ଷଗୁଡ଼ିକରେ ଗୋପପୁର ଦୃଶ୍ୟାଭିନୟ ସୂଚାରୁ ଭାବେ ସମ୍ପନ୍ନ ହୋଇସାରି ଥିବାବେଳେ ଏବେ ଧନୁଯାତ୍ରା ମହୋତ୍ସବକୁ ଆଳ କରି ପୌର ପ୍ରଶାସନ ସେଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

ଏହି କ୍ରମରେ ପୌର ପରିଷଦ କର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ପୋଲିସ ଏବଂ ବୋଲଡ଼ୋଜର ଧରି ଉଚ୍ଛେଦ ପାଇଁ ରାଜକୁମାରୀ ଏବଂ ଦଶୀଙ୍କ ଘରକୁ ପହଞ୍ଚି ଥିଲେ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ। ବିନା ଥଇଥାନ ଏବଂ ବିନା ନୋଟିସ୍‌ରେ ସେମାନଙ୍କୁ ଉଚ୍ଛେଦ କରାଯାଉଛି ବୋଲି ପ୍ରଭାବିତ ପରିବାର ଅଭିଯୋଗ କରିଥିଲେ।

ବୋଲଡୋଜର ଘର ଉପରକୁ ମାଡ଼ି ବସିବା ବେଳେ ପ୍ରଭାବିତ ପରିବାର ଲୋକେ ବୁଲଡୋଜର ତଳକୁ ଯାଇ ଘରକାନ୍ଥ କଡ଼େ ଛିଡ଼ା ହୋଇଥିଲେ। ଏପରିକି ବୃଦ୍ଧା ରାଜକୁମାରୀ ବୁଲଡୋଜରରେ ବସି ପ୍ରତିବାଦ କରିବା ସହିତ କାନ୍ଦ ବୋବାଳି କରିଥିଲେ।

ପୋଲିସ ସେମାନଙ୍କୁ ସେଠାରୁ ଟଣାଟଣି କରି ଉଠାଇ ଆଣିବାକୁ ଚେଷ୍ଟା କରିଥିଲା ଏବଂ ଏଥିରେ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା। ଶେଷର ଆଂଶିକ ଉଚ୍ଛେଦ କରି ପୋଲିସ, ପ୍ରଶାସନ ଫେରି ଆସିଥିଲେ।

ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ମହିଳା ଅନିତା ପଟେଲ କହିଛନ୍ତି, ୨/୩ ବର୍ଷ ହେଲା ସେଠାରେ ଘର କରି ରହୁଛନ୍ତି। ନୋଟିସ୍‌ ନ ଦେଇ ହଠାତ୍‌ ଘର ଭାଙ୍ଗିବାକୁ ପୋଲିସ, ପ୍ରଶାସନିକ ଅଧିକାରୀ ଆସିଥିଲେ। ଆଗରୁ ଥଇଥାନ କରନ୍ତୁ ଏବଂ ପରେ ଉଚ୍ଛେଦ କରାଯାଉ। ମଜୁରୀ କଲେ ଯାଇ ଖାଉଛୁ, ଆଉ ଏମାନଙ୍କ ପିଛାରେ ଆମେ ଆଉ ଲଢ଼ି ପାରିବୁ କି ବୋଲି ସେ କହିଥିଲେ। ସେହିପରି ଅନ୍ୟଜଣେ ଯୁବତୀ ସଙ୍ଗୀତା ମଲ୍ଲିକ କହିଛନ୍ତି, ଯେଉଁମାନଙ୍କ ଘର ଭଙ୍ଗା ଯାଉଛି, ସେମାନେ ସମସ୍ତେ ନିରୀହ ଲୋକ ଏବଂ ଭୂମିହୀନ। ସରକାରୀ ଜାଗାରେ ଘର କରିଛନ୍ତି ସତକଥା, କିନ୍ତୁ ପାର୍ଟି ପଲିଟିକ୍ସ ଏବଂ ଧନୁଯାତ୍ରା ଆଳରେ ଜଣଙ୍କ ଘର ଭଙ୍ଗାଯିବା କେତେ ଯୁକ୍ତିଯୁକ୍ତ। ଲେଙ୍ଗୁ ମିଶ୍ର ଛକରୁ ଜୀରାବ୍ରିଜ ପର୍ଯ୍ୟନ୍ତ ସରକାରୀ ଜମି ଜବରଦଖଲ କରିଥିବା ଲୋକଙ୍କ କୋଠାବାଡ଼ି କାହିଁକି ଭଙ୍ଗାଯାଉ ନାହିଁ ବୋଲି ସଙ୍ଗୀତା ପ୍ରଶ୍ନ କରିଛନ୍ତି।

ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କହିଛନ୍ତି, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲୁ। ଗୋଟିଏ ଘର ଆଂଶିକ ଭାଙ୍ଗି ଦେଇଛୁ। କିନ୍ତୁ ପ୍ରଭାବିତ ଲୋକ ଏବଂ ସାଧାରଣ ଜନତାଙ୍କ ପ୍ରତିରୋଧ ଯୋଗୁ ତାକୁ ଅଧାରେ ବନ୍ଦ କରି ଦିଆଯାଇଛି। ପରବର୍ତ୍ତୀ ସମୟରେ ଗୋପପୁର କମିଟି ସହିତ ଆଲୋଚନା କରି ଏବଂ ଆଇନଗତ ବ୍ୟବସ୍ଥା ଉପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri