ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ସମ୍ବଲପୁର, ୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଡକରା ଗ୍ରାମରେ ଏକ ଦନ୍ତା ହାତୀ ଦଳିଦେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯଜ୍ଞସିନି ବାରିକ (୭୩)। ସେ ଘର ବାହାରେ ଶୋଇଥିଲେ। କିଛି ଦୂରରେ ପରିବାରର ଅନ୍ୟମାନେ ମଧ୍ୟ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଦନ୍ତା ଗ୍ରାମକୁ ଆସିଥିଲା। ଯଜ୍ଞସିନିଙ୍କୁ ଆକ୍ରମଣ କରିଥିଲା। ଅନ୍ୟମାନେ ପାଟି କରିବାକୁ ହାତୀ ଚାଲି ଯାଇଥିଲା। ହେଲେ ଯଜ୍ଞସିନି ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରବର୍ଗଙ୍କୁ ବନବିଭାଗ ନିୟମ ଅନୁସାରେ କିଛି ଆର୍ଥତ୍କ ସାହାଯ୍ୟ କରାଯାଇଥିବା ବେଳେ ପରେ ସମସ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି।