Posted inଫୁରସତ

୯ ଦିନରେ ପୋଲିସକୁ ୨୦୦୦ ଥର କଲ୍‌ କଲେ ବୃଦ୍ଧ

ଭାରତ ପରି ଅନେକ ଦେଶରେ ଅସୁବିଧା ସମୟରେ ପୋଲିସକୁ ଡାକିବାକୁ ପଡ଼ିଥାଏ। ଏଥିପାଇଁ ଜନସାଧାରଣଙ୍କୁ ସ୍ବତନ୍ତ୍ର ନମ୍ବର ପ୍ରଦାନ କରାଯାଇଥାଏ। ଯାହା ଦ୍ୱାରା ସେମାନେ ସହଜରେ ପୋଲିସକୁ ଫୋନ୍‌ କରି ନିଜ ସମସ୍ୟା ବିଷୟରେ କହିଥାନ୍ତି। କିନ୍ତୁ ଜାପାନର ଜଣେ ବୃଦ୍ଧ ୯ ଦିନରେ ପୋଲିସକୁ ୨୦୦୦ ଥର କଲ୍‌ କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପୋଲିସ କଲ୍‌ ଡିଟେଲ୍‌ସରୁ ଜାଣିବାକୁ ପାଇଛି।

ଏକ ରିପୋର୍ଟ ଅନୁଯାୟୀ, ଜାପାନର ସାଇଟାମା ପ୍ରିଫେକ୍ଟର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ପ୍ରକୃତରେ ଏଠାରେ ରହୁଥିବା ଜଣେ ୬୭ ବର୍ଷୀୟ ବୃଦ୍ଧ ୯ ଦିନରେ ପୋଲିସକୁ ୨୦୦୦ ଥର କଲ୍‌ କରିଛନ୍ତି।

ସେ ପ୍ରତି ୬ ମିନିଟ୍‌ରେ ଥରେ ପୋଲିସକୁ ଫୋନ୍‌ କରିଥିଲେ। ଯଦି ସମୁଦାୟ ସମୟ ମିଶାଯାଏ ତେବେ ସେ ୯ ଦିନ ମଧ୍ୟରେ ପ୍ରାୟ ୨୭ ଘଣ୍ଟା ଧରି ପୋଲିସ ସହ କଥା ହୋଇଥିଲେ। ସେ ପୋଲିସକୁ ଫୋନ୍‌ କରି ଗାଳି ଦେଉଥିଲେ। ପୋଲିସକୁ ମୁର୍ଖ ଏବଂ ଛାଡ଼ ବୋଲି କହୁଥିଲେ। ପୋଲିସ ଏହି ବ୍ୟକ୍ତିଙ୍କ ଉପରେ ଭୀଷଣ ରାଗିଗଲା। ଶେଷରେ ତାଙ୍କ ଘରେ ଚଢ଼ାଉ କରି ବୃଦ୍ଧଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ବୃଦ୍ଧ ଜଣକ ନିଜ ଅପରାଧ ସ୍ବୀକାର କରିବା ସହ କହିଥିଲେ ଯେ, ସେ ଚାହୁଁଥିଲେ ପୋଲିସ ତାଙ୍କୁ ଖୋଜିବାକୁ ଘରକୁ ଆସୁ। ଏଥିପାଇଁ କଲ୍‌ କରୁଥିଲେ।

ଅନ୍ୟପକ୍ଷରେ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ହଇରାଣ କରିବା ଅଭିଯୋଗରେ ପୋଲିସ ଉକ୍ତ ବୃଦ୍ଧଙ୍କୁ ଗିରଫ କରିଛି। ଯେତେବେଳେ ତାଙ୍କ ଫୋନର କଲ୍‌ ହିଷ୍ଟ୍ରି ଦେଖାଗଲା, ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା। ସେ ଗତ କିଛି ବର୍ଷ ଧରି ପୋଲିସକୁ ଡାକୁଥିଲେ। କିନ୍ତୁ ଏହି ୯ ଦିନରେ ସେ ପୋଲିସକୁ କଲ୍‌ ସଂଖ୍ୟା ବଢ଼ାଇଥିଲେ। ବୃଦ୍ଧ ଜଣକ ନିଜ ବିଷୟରେ ଅଧିକ କିଛି କହୁନାହାନ୍ତି। ତେଣୁ ସେ କାହିଁକି ଡାକିଲେ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଣାପଡ଼ିନାହିଁ। ଘଟଣାର ଅଧିକ ଯାଞ୍ଚ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?