ଟ୍ରକ୍‌ ଦୁର୍ଘଟଣାରେ ଆଖିବୁଜିଲେ ବୃଦ୍ଧ, ସ୍‌ଏଚ୍‌ ୫ ମୁଖ୍ୟ ରାସ୍ତାରୋକ

କୋଟଗଡ଼,୧୦।୯(ସରୋଜ ବଳିୟାରସିଂ ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ବଣ୍ଡା ପିପିଲି ଏସ୍‌ଏଚ୍‌ ୫ ରାସ୍ତାରେ ରବିବାର ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ୍‌ ବୃଦ୍ଧଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ବଣ୍ଡାପିପିଲି ଅଞ୍ଚଳ ମୁଣ୍ଡାସାହି ଶୁକ ମାଝି। ସେ ମାଙ୍କଡ଼ ଘଉଡ଼ାଇବାକୁ କ୍ଷେତକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଖବରପାଇ କୋଟଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ିକୁ ଅଟକ ରଖିଛି । ଏ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ଗ୍ରାମବାସୀ ସ୍‌ଏଚ୍‌ ୫ ମୁଖ୍ୟ ରାସ୍ତା ରୋକ କରିଛନ୍ତି। ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।